Advertisment

Sura routray Return: ଘର ୱାପସୀ କଲେ ସୁର ରାଉତରାୟ

ରାଜ୍ୟ କଂଗ୍ରେସକୁ ଘରବାହୁଡ଼ା ବଳ। ଦଳ ଛାଡ଼ିଥିବା ଓ ବହିଷ୍କୃତ ନେତାଙ୍କୁ ପିସିସି ସଭାପତିଙ୍କର ଗତକାଲି ସର୍ବକ୍ଷମା ଘୋଷଣା ପରେ ଆଜି ଭେଟେରାନ୍ ସୁର ରାଉତରାୟଙ୍କର ହୋଇଛି ଘର ୱାପସୀ। ସୁର କହିଛନ୍ତି- ଗଲା ୯ମାସ ହେଲା ଯନ୍ତ୍ରଣାରେ ଥିଲେ, କିନ୍ତୁ ଆଜି ଭାରି ଖୁସି।

author-image
Saroj Kumar Jena
undefined

sura

ରାଜ୍ୟ କଂଗ୍ରେସକୁ ଘରବାହୁଡ଼ା ବଳ। ଦଳ ଛାଡ଼ିଥିବା ଓ ବହିଷ୍କୃତ ନେତାଙ୍କୁ ପିସିସି ସଭାପତିଙ୍କର ଗତକାଲି ସର୍ବକ୍ଷମା ଘୋଷଣା ପରେ ଆଜି ଭେଟେରାନ୍ ସୁର ରାଉତରାୟଙ୍କର ହୋଇଛି ଘର ୱାପସୀ। ସୁର କହିଛନ୍ତି- ଗଲା ୯ମାସ ହେଲା ଯନ୍ତ୍ରଣାରେ ଥିଲେ, କିନ୍ତୁ ଆଜି ଭାରି ଖୁସି। ତେଣେ ସୁରଙ୍କ ପରେ ଅନେକ ପୁରୁଖା ନେତା ବି କଂଗ୍ରେସକୁ ଫେରିବା ନେଇ ଚାଲଛି ଚର୍ଚ୍ଚା। କେହି କେହି ପରୋକ୍ଷରେ ଇସାରା ବି ଦେଲେଣି। ତେବେ ପୁରୁଖାଙ୍କୁ ଫେରାଇ ଆଣି ଓ ୟଙ୍ଗ ବ୍ରିଗେଡଙ୍କୁ ସାଥିରେ ନେଇ ନୂଆ ପିସିସି ସଭାପତି ଚାଲିଲେ, ଲୋକଙ୍କ ବିଶ୍ବାସଭାଜନ ହେବାକୁ ବେଶୀ ସମୟ ଲାଗିବନି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ।

Advertisment

କଂଗ୍ରେସ ଭବନ ଦୁଆରେ ମୁଣ୍ଡିଆ ମାରିଲେ ନଡ଼ିଆ ବାଡ଼େଇ ପାର୍ଟି ଅଫିସକୁ ପ୍ରବେଶ କଲେ ଜଟଣୀର ପୂର୍ବତନ ବିଧାୟକ ତଥା କଂଗ୍ରେସର କୁହାଳିଆ ନେତା ଭାବେ ଜଣାଶୁଣା ସୁରେଶ ରାଉତରାୟଙ୍କ ପାଇଁ ଆଜି ଏହା ଥିଲା ଏକ ଭାବପୂର୍ଣ୍ଣ ମୂହୁର୍ତ୍ତ। କାରଣ ଦୀର୍ଘ ୯ ମାସ ପରେ ପୁଣି କଂଗ୍ରେସକୁ ଫେରିଛନ୍ତି ସୁର। ଘର ବାହୁଡ଼ା ପରେ କୋହ ରୋକି ନପାରିନଥିଲେ, ପୁଣି କଂଗ୍ରେସକୁ ଫେରିଥିବାରୁ ବେଶ୍ ଖୁସି ହେଲେ। (ଆମ୍ବିଆନସ) ସୁର କହିଛନ୍ତି, ଗଲା ୯ ମାସ ହେଲା ଯନ୍ତ୍ରଣାରେ ଥିଲି। ଆଜି ମୁଁ ମୋ ମନ୍ଦିରକୁ ଫେରିଛି। ଦଳରେ ‘ଆଉ କନ୍ଦଳ ରହିବନି, ମିଳିମିଶି ସଂଗଠନ ପାଇଁ କାମ କରିବୁ।

ଅଧିକ ପଢନ୍ତୁ: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...

Advertisment

ଗତବର୍ଷ ଏପ୍ରିଲ ୧୫ରେ ଦଳରୁ ବିଦା ହୋଇଥିଲେ ସୁର ରାଉତରାୟ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ତାଙ୍କୁ ୬ବର୍ଷ ଲାଗି ବହିଷ୍କାର କରିଥିଲା। ହେଲେ ଆଜି ପୁଣି ଦଳକୁ ଫେରି ଆଶ୍ବସ୍ତି ଅନୁଭବ କରିଛନ୍ତି। ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ କହିଛନ୍ତି- ପିସିସି ସଭାପତି ଭକ୍ତ ଦାସଙ୍କ ପାଇଁ ଜଣେ ସଚ୍ଚା କଂଗ୍ରେସ ଭକ୍ତ ପୁଣି ତାଙ୍କ ମନ୍ଦିରକୁ ଫେରି ପାରିଲେ। ଏହା ପୁର୍ବରୁ ଗତ ୧୧ ତାରିଖରେ ପିସିସି ସଭାପତି ନିଯୁକ୍ତ ହେବା ପରେ ଭକ୍ତ ଦାସ, ମାନସ ଚୌଧୁରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲେ।

ସୁର ବାହୁଡ଼ିଲେ, ଆଗକୁ କିଏ। ରାଜ୍ୟ କଂଗ୍ରେସରେ ଏବେ ଏଭଳି ପ୍ରଶ୍ନ। ତେଣେ ସମ୍ଭାବ୍ୟ ଘରବାହୁଡ଼ା ନେତାଙ୍କ ନାଁ ଥିବା ତାଲିକା ବି ବେଶ୍ ଲମ୍ବା। ଅଧିକ ଚର୍ଚ୍ଚାରେ ଅଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ବାଳ, ସୌମ୍ୟରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ର ସିଂ ଭୋଇ, ପ୍ରଫୁଲ୍ଲ ମାଝୀ, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା ଓ ଭୂପିନ୍ଦର ସିଂଙ୍କ ଭଳି ପୁରୁଖା ନେତାଙ୍କ ନାଁ। ତେଣେ କଂଗ୍ରେସକୁ ଫେରିବା ନେଇ ଇସାରା ଦେଲେଣି ଡାକ୍ତର ପ୍ରଫୁଲ୍ଲ ମାଝୀ। ପ୍ରଫୁଲ୍ଲ କହିଛନ୍ତି- ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ତାଙ୍କୁ ଦଳରେ ମିଶାଇଥିଲା, ହେଲେ କୌଣସି ପ୍ରତିଶ୍ରୁତି ରଖିଲାନି। ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଧ୍ବଂସ ହୋଇଯିବ। ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ସିଧା ସଳଖ କଂଗ୍ରେସକୁ ଫେରିବା କଥା କହିନଥିଲେ ବି ଠିକ୍ ସମୟକୁ ଅପେକ୍ଷା କର ବୋଲି କହି ସନ୍ଦେହକୁ ଅଧିକ ବଢ଼ାଇଛନ୍ତି। ହେଲେ କଂଗ୍ରେସ ଛାଡ଼ି ବିଜେଡିକୁ ଯାଇଥିବା ସୁରେନ୍ଦ୍ର ସିଂ ଭୋଇ କିନ୍ତୁ ସଫା ସଫା କହିଛନ୍ତି-ଦଳର ଖରାପ ସମୟରେ ଛାଡ଼ି ଚାଲିଯିବା ଠିକ୍ ହେବନି।

ନୂଆ ପିସିସି ମୁଖିଆ ଭକ୍ତ ଦାସଙ୍କ ସର୍ବକ୍ଷମା ଆହ୍ବାନ ପରେ ଚଳଚଞ୍ଚଳ ହୋଇଛି କଂଗ୍ରେସ ରାଜନୀତି। ଦଳ ଛାଡ଼ିଥିବା ନେତାଙ୍କ ଘର ବାହୁଡ଼ା ବି ଆରମ୍ଭ ହେଲାଣି। ହେଲେ ବି ନୂଆ ପିସିସି ସଭାପତିଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ଥିବା କହିଛନ୍ତି ରାଜନୀତି ସମୀକ୍ଷକ। ଯେହେତୁ ବିଜେଡି ଏବେ ଓଡ଼ିଶାବାସୀଙ୍କ ଆସ୍ଥା ହରାଇଛି, ତେଣୁ କଂଗ୍ରେସ ସେଥିରୁ ଫାଇଦା ନେବାକୁ ହେଲେ ପୁରୁଖାଙ୍କୁ ସାଙ୍ଗରେ ଧରି ଦଳର ୟଙ୍ଗ ବ୍ରିଗେଡ୍ କୁ ବି ପ୍ରାଧାନ୍ୟ ଦେବାକୁ ହେବ। ଏଆଇସିସି ଓଡ଼ିଶା ପାଇଁ ନୂଆ ପିସିସି ସଭାପତି ଭାବେ ଭକ୍ତ ଦାସଙ୍କୁ ନିଯୁକ୍ତି ଦେବା ପରେ ଅଜୟ କୁମାର ଲଲୁଙ୍କୁ ନୂଆ ପ୍ରଭାରୀ ଦାୟିତ୍ବ ଦେଇଛି। ଦେଖିବାର କଥା ଭକ୍ତ- ଅଜୟଙ୍କ ନୂଆ ଯୋଡ଼ି ରାଜ୍ୟ କଂଗ୍ରେସକୁ କେତେ ସଂଜୀବନୀ ଦେଉଛନ୍ତି।

ଅଧିକ ପଢନ୍ତୁ: ଅଶ୍ଳୀଳ କମେଣ୍ଟ୍ କରି ହରଡଘଣାରେ ରଣବୀର ଆହ୍ଲାବାଦିଆ; ବ୍ରେକ୍‌ଅପ୍ କଲେ ଗର୍ଲଫ୍ରେଣ୍ଡ

Congress Sura Routray
Advertisment
Advertisment