Advertisment

Ranveer Allahbadia: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ରଣବୀର, ତୁରନ୍ତ ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ

ଦେଶବ୍ୟାପୀ ଏକାଧିକ ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଏହାକୁ ଖାରଜ କରିବା ପାଇଁ ରଣବୀର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ତୁରନ୍ତ ଶୁଣାଣି ପାଇଁ କୋର୍ଟ ମନା କରି ଦେଇଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
ranveer

ranveer

ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆଙ୍କ ଅଶାଳୀନ ମନ୍ତବ୍ୟ ପାଇଁ ବିବାଦରେ ଛନ୍ଦି ହୋଇ ପଡିଥିବା ବେଳେ ତାଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଦେଶବ୍ୟାପୀ ଏକାଧିକ ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଏହାକୁ ଖାରଜ କରିବା ପାଇଁ ରଣବୀର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ତୁରନ୍ତ ଶୁଣାଣି ପାଇଁ କୋର୍ଟ ମନା କରି ଦେଇଛନ୍ତି। ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରାଇନାଙ୍କ ୟୁଟ୍ୟୁବ୍ ସୋ' ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟରେ ଯୋଗଦେଇ ଅଶୋଭନୀୟ ବୟାନ ଦେଇଥିଲେ। ରଣବୀରଙ୍କ ଦୁଇଟି କମେଣ୍ଟକୁ ନେଇ ବିବାଦ ବଢିଥିଲା। ମାତା-ପିତାଙ୍କ ସମ୍ପର୍କକୁ ନେଇ ତାଙ୍କର ଏକ ମନ୍ତବ୍ୟ ଓ ଜଣେ ପ୍ରତିଯୋଗୀଙ୍କୁ ବ୍ଲୋ ଜବ ପାଇଁ କହିବାକୁ ନେଇ ତାଙ୍କ ନାମରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏଫଆଇଆର ହୋଇଥିଲା।

Advertisment

ଅଧିକ ପଢନ୍ତୁ: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...

ସମସ୍ତ ଏଫଆଇଆର ଖାରଜ କରିବା ପାଇଁ ରଣବୀରଙ୍କ ଓକିଲ ଅଭିନବ ଚନ୍ଦ୍ରଚୂଡ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଆବେଦନକୁ ତୁରନ୍ତ ଶୁଣାଣି ପାଇଁ ମନା କରିଦେଇଥିଲେ। ଆସନ୍ତା ୨-୩ ଦିନ ମଧ୍ୟରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣା ପଡିଛି। ତେବେ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ମାମଲାର ଶୁଣାଣି ନେଇ କୌଣସି ତାରିଖ ନିର୍ଦ୍ଧାରଣ ହୋଇ ନାହିଁ।

Advertisment

ସମୟ ରାଇନାଙ୍କ ଶୋର ଭିଡିଓ ଭାଇରାଲ୍ ହେବା ପରେ ରଣବୀର ଆହ୍ଲାବାଦିଆ ଏକ ଭିଡିଓ କରି ସମସ୍ତଙ୍କୁ କ୍ଷମା ମାଗିଥିଲେ। ସେ କହିଥିଲେ, ମୁଁ ଏଭଳି କହିବା ଉଚିତ ନଥିଲା। ମୁଁ ଏଥିପାଇଁ ଦୁଃଖିତ ବୋଲି ଏକ ଭିଡିଓ ପୋଷ୍ଟରେ କହିଥିଲେ ରଣବୀର। ଏଭଳି ମନ୍ତବ୍ୟ ପଛରେ କୌଣସି ଯଥାର୍ଥତା ଦର୍ଶାଇବାକୁ ଚାହୁଁନି। କେବଳ କ୍ଷମା ପ୍ରାର୍ଥନା କରୁଛି। ମଣିଷ ଭାବେ ମୋତେ ଆପଣ ମାନେ କ୍ଷମା କରିବେ ବୋଲି ମୁଁ ଭାବୁଛି। ଏଥିସହ ଶୋ ନିର୍ମାତାଙ୍କୁ ଭିଡିଓର ସେହି ଅଂଶ ହଟାଇବାକୁ ଅନୁରୋଧ କରିଥିଲେ ରଣବୀର।

ସେପଟେ ଭିଡିଓ ଭାଇରାଲ୍ ହେବା ପରେ ରଣବୀର ଆହ୍ଲାବାଦିଆ, ସମୟ ରାଇନା, ଅପୂର୍ବା ମଖିଜାଙ୍କ ସମେତ ସମ୍ପୃକ୍ତ ଶୋ'ର ଆୟୋଜକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଜାତୀୟ ମାନବାଧିକାର କମିଶନ ଓ ମହାରାଷ୍ଟ୍ର ମହିଳା କମିଶନରେ ମଧ୍ୟ ଅଭିଯୋଗ ହୋଇଛି। ଏହା ପରେ ମୁମ୍ବାଇ ପୋଲିସର ଏକ ଟିମ୍‌ ଖାର୍‌ ଅଞ୍ଚଳରେ ଥିବା ଷ୍ଟୁଡିଓ ସେଟ୍‌ରେ ପହଞ୍ଚି ଛାନଭିନ୍ କରିଛି। ପୋଲିସର ତଦନ୍ତ ପରେ ସମୟ ରାଇନା ଇଣ୍ଡିଆଜ ଗଟ ଲେଟେଣ୍ଟର ସମସ୍ତ ଭିଡିଓକୁ ୟୁଟ୍ୟୁବରୁ ଡିଲିଟ କରିଥିଲେ।

ଅଧିକ ପଢନ୍ତୁ: ଅଶ୍ଳୀଳ କମେଣ୍ଟ୍ କରି ହରଡଘଣାରେ ରଣବୀର ଆହ୍ଲାବାଦିଆ; ବ୍ରେକ୍‌ଅପ୍ କଲେ ଗର୍ଲଫ୍ରେଣ୍ଡ

Stand Up Comedians
Advertisment
Advertisment