• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Jena

ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଶନିବାର ଉନ୍ମୋଚିତ ହୋଇ ଯାଇଛି। ବ୍ଲକ୍ ବଷ୍ଟରରୁ ବାଲଟ ବକ୍ସ ନାମରେ ଅନୁଭବ ମହାନ୍ତିଙ୍କ ପୁସ୍ତକର ଉନ୍ମୋଚନ ହୋଇଛି। ଚଳଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ବାୟୋଗ୍ରାଫି ବା ଆତ୍ମଜୀବନୀ ଜାଗୃତି ଶୁକ୍ଳାଙ୍କ ଦ୍ଵାରା ରଚିତ ଓ ସ୍ୱର୍ଗତଃ ଅସ୍ତିତ୍ବ ଏହାର ସହ ଲେଖକ ରହିଛନ୍ତି। ଏହି ପୁସ୍ତକର ଓଡିଆ ସଂସ୍କରଣକୁ ମାନସ ପଢିଆରୀ ଲେଖିଛନ୍ତି ।

ଅଧିକ ପଢନ୍ତୁ: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...

ଓଡିଶା ଚଳଚିତ୍ର ଶିଳ୍ପରେ ତାଙ୍କର ପ୍ରାଧାନ୍ୟତା ଠାରୁ ଆରମ୍ଭ କରି ତାଙ୍କର ପ୍ରଭାବଶାଳୀ ରାଜନୈତିକ କ୍ୟାରିୟର ଏବଂ ଓଡିଶା ଓ ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦୃଢ ନିଷ୍ଠାର କାହାଣୀ ଦେଖିବାକୁ ମିଳିବ। ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଏକ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି । ଏହି ପୁସ୍ତକ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତା ପ୍ରଫେସର ଅଭୟ କୁମାର ମହାନ୍ତିଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅଟେ ଯାହାଙ୍କ ବିରାସତ ତାଙ୍କୁ ପ୍ରେରିତ କରିଆସୁଛି ।

ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ଓ ସାହିତ୍ୟ ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ରାଜନେତା ଓ ପ୍ରଶଂସକମାନେ ଅଂଶଗ୍ରହଣ କରିଥିଲେ। ହୃଦୟସ୍ପର୍ଶୀ ଅଭିଭାଷଣ, ଆଲୋଚନା ଓ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତାଙ୍କ ପ୍ରତି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଏହି ପୁସ୍ତକ ଉନ୍ମୋଚିତ ହୋଇଥିବା ବେଳେ ଖୁସି ଜାହିର କରିଛନ୍ତି ଅନୁଭବ। ଏହି ପୁସ୍ତକ ତାଙ୍କ ହୃଦୟର ଅତ୍ୟନ୍ତ ନିକଟତର ବୋଲି କହିଛନ୍ତି ଅନୁଭବ। ଏହା କେବଳ ମୋର ଯାତ୍ରା ନୁହେଁ ବରଂ ମୋ ପିତାଙ୍କ ଶିକ୍ଷା, ମୋର ସଂଘର୍ଷ ଓ ଓଡିଶା ପାଇଁ ମୋର ଦୃଢ ଭଲ ପାଇବାର ଏକ ପ୍ରତିଫଳନ ଅଟେ । ମୁଁ ଆଶା କରୁଛି ପାଠକମାନେ ଏହି ପୁସ୍ତକର ପୃଷ୍ଠାଗୁଡିକରୁ ପ୍ରେରଣା ପାଇବେ ।

ଅଧିକ ପଢନ୍ତୁ: ଘର ୱାପସୀ କଲେ ସୁର ରାଉତରାୟ

OTV is now on Whatsapp

Join and get latest news update delivered to you via whatsapp

Join Now