Advertisment

Owner of Burj Khalifa: ବିଶ୍ବର ସବୁଠୁ ଉଚ୍ଚ କୋଠାର ମାଲିକ କିଏ ?

ବିଶ୍ବର ସର୍ବବୃହତ କୋଠା ବୁର୍ଜ ଖଲିଫା। ୟୁଏଇ ଓ ଦୁବାଇରେ ଅବସ୍ଥିତ ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଉଚ୍ଚତା ୮୨୮ ମିଟର। ଏଥିରେ ୧୬୩ ମହଲା ଅଛି ଓ ଏହା ସମଗ୍ର ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ। ତେବେ ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ପ୍ରକୃତ ମାଲିକ କିଏ ତାକୁ ନେଇ ସମସ୍ତଙ୍କ ମନରେ ରହିଥାଏ ଉତ୍କଣ୍ଠା।

author-image
Saroj Kumar Jena
ଅଦ୍ୟତନ ହୋଇଛି
Burj khalifa

Burj khalifa

ବିଶ୍ବର ସର୍ବବୃହତ କୋଠା ବୁର୍ଜ ଖଲିଫାୟୁଏଇଦୁବାଇରେ ଅବସ୍ଥିତ ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଉଚ୍ଚତା ୮୨୮ ମିଟର। ଏଥିରେ ୧୬୩ ମହଲା ଅଛି ଓ ଏହା ସମଗ୍ର ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ। ତେବେ ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ପ୍ରକୃତ ମାଲିକ କିଏ ତାକୁ ନେଇ ସମସ୍ତଙ୍କ ମନରେ ରହିଥାଏ ଉତ୍କଣ୍ଠା।

Advertisment

ବୁର୍ଜ ଖଲିଫାର ନିର୍ମାଣ କାର୍ଯ୍ୟ ୨୦୦୪ ମସିହାରେ ଆରମ୍ଭ ହୋଇଥିଲା ଏବଂ ସମାପ୍ତ ହେବାକୁ ଛଅ ବର୍ଷ ଲାଗିଥିଲା। ୨୦୧୦ ମସିହାରେ ଏହାର ଉଦ୍ଘାଟନ ହୋଇଥିଲା। ଏଥିରେ ବିଶ୍ୱର ଅନେକ ଧନୀ ବ୍ୟକ୍ତିଙ୍କର ଫ୍ଲାଟ୍ ଏବଂ କାର୍ଯ୍ୟାଳୟ ମଧ୍ୟ ରହିଛି। ସାଧାରଣ ଭାବରେ ଦୁବାଇର ଶେଖ ବୋଲି ଏକ ଧାରଣା ରହିଛି। ତେବେ ଏହା ସମ୍ପୂର୍ଣ୍ଣ ଭୁଲ। ବୁର୍ଜ ଖଲିଫାର ପ୍ରକୃତ ମାଲିକ ହେଉଛନ୍ତି ଏମାର ପ୍ରପର୍ଟିଜ୍, ଯାହା ୟୁଏଇର ଏକ ପ୍ରସିଦ୍ଧ ରିଅଲ୍ ଇଷ୍ଟେଟ୍ ଡେଭେଲପ୍‌ମେଣ୍ଟ କମ୍ପାନୀ।

ଅଧିକ ପଢ଼ନ୍ତୁ:  ବୁର୍ଜ ଖଲିଫାରେ ଚମକିଲା IPL ଟ୍ରଫି; କିଙ୍ଗ୍‌ ଖାନଙ୍କୁ ମିଳିଲା ଶୁଭେଚ୍ଛା...

Advertisment

ଏମାର ପ୍ରପର୍ଟିଜର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ମହମ୍ମଦ ଆଲାବ୍ବାର ଏହି ପ୍ରକଳ୍ପର ନେତୃତ୍ୱ ନେଇଥିଲେ। ଏହି ମହତ୍ୱାକାଂକ୍ଷୀ ଦୃଷ୍ଟିକୋଣକୁ ଜୀବନ୍ତ କରିବା ପାଇଁ ଏମାର ଆନ୍ତର୍ଜାତୀୟ ନିର୍ମାଣ ମହାକୁମ୍ଭ Samsung C&T, Besix ଏବଂ Arabtec ସହିତ ହାତ ମିଳାଇଥିଲା। ଏମାର ପ୍ରପର୍ଟିଜ ପୂର୍ବରୁ ଦୁବାଇ ମଲ, ଦୁବାଇ କ୍ରିକ ଟାୱାର ଓ ଦୁବାଇ ଫାଉଣ୍ଟେନ ନିର୍ମାଣ କରିଛନ୍ତି। ବୁର୍ଜ ଖଲିଫା ନିର୍ମାଣ ସମୟରେ ସଷ୍ଟେନିବିଲିଟିକୁ ଧ୍ୟାନ ଦିଆଯାଇଥିଲା। ଏଥିରୁ ବର୍ଷା ଜଳ ସଂଗ୍ରହରୁ ବାର୍ଷିକ ୧୫ ମିଲିୟନ ଗ୍ୟାଲନ ଜଳ ସଂଗୃହୀତ ହୋଇଥାଏ। ଏହି ସଂଗୃହୀତ ଜଳରେ ଏହି ବିଲ୍ଡିଂରେ ଚାଷ କାର୍ଯ୍ୟ ହୋଇଥାଏ। ଏହାର ନିର୍ମାଣ ଏଭଳି ଢଙ୍ଗରେ ହୋଇଛି କି ଖାଲି ଆଖିରେ ୯୫ କି.ମି. ଦୂରରୁ ଏହାର ଅଗ୍ରଭାଗ ଦେଖା ଦେଇଥାଏ।

ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଇଞ୍ଜିନିୟରିଂ ଏବଂ ଡିଜାଇନ୍ ଅତୁଳନୀୟ, ଯାହା ଯୋଗୁଁ ଏହାକୁ ସ୍ଥାପତ୍ୟ ଚମତ୍କାରିତାର ପ୍ରତୀକ ଭାବରେ ସ୍ୱୀକୃତି ଦିଆଯାଇଛି। ବୁର୍ଜ ଖଲିଫା ବିଳାସପୂର୍ଣ୍ଣ ପରିବେଶ ଏବଂ କାର୍ଯ୍ୟକ୍ଷମତାର ମିଶ୍ରଣ । ବିଶ୍ୱ ପ୍ରସିଦ୍ଧ ଅରମାନି ହୋଟେଲ ସମେତ ୩୦୪ଟି ହୋଟେଲ ଏଥିରେ ରହିଛି। ଏଥିରେ ବିଶ୍ୱସ୍ତରୀୟ ଉଦ୍ୟୋଗଗୁଡ଼ିକ ପାଇଁ ଡିଜାଇନ୍ କରାଯାଇଥିବା ଅଫିସ୍ ଏବଂ ବିଳାସପୂର୍ଣ୍ଣ ୯୦୦ ଆବାସିକ ଆପାର୍ଟମେଣ୍ଟ ମଧ୍ୟ ରହିଛି। ଏଠାରେ ଥିବା ଆପାର୍ଟମେଣ୍ଟ ଗୁଡିକର ଭଡା ମଧ୍ୟ ଆକାଶ ଛୁଆଁ। ଗୋଟିଏ ବେଡରୁମ ଥିବା ଗୋଟିଏ ବେଡରୁମ୍ ଥିବା ଆପାର୍ଟମେଣ୍ଟର ଭଡା ବାର୍ଷିକ ୪୧.୯୯ ଲକ୍ଷ, ଦୁଇଟି ବେଡରୁମ୍ ଥିବା ଆପାର୍ଟମେଣ୍ଟ ପାଇଁ ୬୯.୯୯ ଲକ୍ଷ ଓ ତିନୋଟି ବେଡରୁମ୍ ଥିବା ଆପାର୍ଟମେଣ୍ଟ ପାଇଁ ୧.୧୬ କୋଟି ଟଙ୍କାର ଭଡା ଦେବାକୁ ପଡିଥାଏ।

ଅଧିକ ପଢ଼ନ୍ତୁ:  ସଂକଟରେ ଆମେରିକା; ବାତିଲ ହେବ ଓସ୍କାର ପୁରସ୍କାର !

Burj Khalifa
Advertisment
Advertisment