Advertisment

Father killed Sons: ଦ୍ବିତୀୟ ବିବାହକୁ ବିରୋଧ, ଜେଜେ ମା’ ସହ ମିଶି ବାପା ସାଜିଲା ହତ୍ୟାକାରୀ

ନୟାଗଡ଼ ଧାନଚାଙ୍ଗଡ଼ା ଗାଁରେ ୨ ନାବାଳକଙ୍କ ରହସ୍ୟଜନକ ମୃତ୍ୟୁର ବଡ଼ ଖୁଲାସା। ବାପାର ଦ୍ବିତୀୟ ବିବାହ ପାଇଁ ପିଲାଙ୍କ ଆତ୍ମହତ୍ୟା ନୁହେଁ, ବରଂ ଦ୍ବିତୀୟ ବିବାହକୁ ବିରୋଧ କରିବାକୁ ଯାଇ ହତ୍ୟାର ଶିକାର ହୋଇଛନ୍ତି ୨ ଭାଇ। ଜେଜେ ମା’ ସହ ବାପା ହିଁ ୨ ପିଲାଙ୍କୁ ତଣ୍ଟିଚିପି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସ୍ପଷ୍ଟ କରିଛି ନୟାଗଡ଼ ପୋଲିସ।

author-image
Saroj Kumar Jena
undefined

father

ନୟାଗଡ଼ ଧାନଚାଙ୍ଗଡ଼ା ଗାଁରେ ୨ ନାବାଳକଙ୍କ ରହସ୍ୟଜନକ ମୃତ୍ୟୁର ବଡ଼ ଖୁଲାସା। ବାପାର ଦ୍ବିତୀୟ ବିବାହ ପାଇଁ ପିଲାଙ୍କ ଆତ୍ମହତ୍ୟା ନୁହେଁ, ବରଂ ଦ୍ବିତୀୟ ବିବାହକୁ ବିରୋଧ କରିବାକୁ ଯାଇ ହତ୍ୟାର ଶିକାର ହୋଇଛନ୍ତି ୨ ଭାଇ। ଜେଜେ ମା’ ସହ ବାପା ହିଁ ୨ ପିଲାଙ୍କୁ ତଣ୍ଟିଚିପି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସ୍ପଷ୍ଟ କରିଛି ନୟାଗଡ଼ ପୋଲିସ।

Advertisment

ଯାହା ଔରସରୁ ଜନ୍ମ ନେଇଥିଲେ ୨ ପୁଅ, ସେହି ବାପ ହିଁ ରଚିଲା ପାପର ଷଡ଼ଯନ୍ତ୍ର। ଯେଉଁ ହାତ ଧରି ବାଟ ଚାଲିବା ଶିଖୁଥିଲେ ୨ ସନ୍ତାନ, ସେଇ ହାତ ହିଁ ସାଜିଲା ସେମାନଙ୍କ ହତ୍ୟାକାରୀ l ନୟାଗଡ଼ ଜିଲ୍ଲା ଧାନଚାଙ୍ଗଡ଼ା ଗାଁର ୨ ଭାଇ ୧୪ ବର୍ଷିୟ ଆକାଶ ମହାନ୍ତି ଓ ୯ ବର୍ଷିୟ ବିକାଶ ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁର ବଡ଼ ଖୁଲାସା କରିଛି ପୋଲିସ। ଆତ୍ମହତ୍ୟା ନୁହେଁ, ବରଂ ୨ ଭାଇଙ୍କୁ ମାରିଦିଆଯାଇଛି। ଆଉ ହତ୍ୟା ପଛର ମୂଳ କାରଣ, ୪୦ ବର୍ଷିୟ ବାପା ପ୍ରକାଶ ମହାନ୍ତିର ଦ୍ବିତୀୟ ବିବାହ। ଯେଉଁ ବିବାହକୁ ୨ ଭାଇ ବିରୋଧ କରି ଆସୁଥିଲେ ବୋଲି ନିଜ ରକ୍ତର ୨ ସନ୍ତାନକୁ ହତ୍ୟା କରିଛି ଜହ୍ଲାଦ ବାପା।

ଅଧିକ ପଢ଼ନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଯୁକ୍ତ ଦୁଇ ପରେ ପଢ଼ିପାରିବେ ବିଏଡ୍‌

Advertisment

ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଜଘନ୍ୟ ଅପରାଧରେ ଆକାଶ ଓ ବିକାଶର ଜେଜେ ମା’ ତଥା ପ୍ରକାଶଙ୍କ ୬୮ ବର୍ଷିୟା ମା’ ସୌରୀ ମହାନ୍ତିଙ୍କ ରହିଛି ସଂପୃକ୍ତି। ଗତ ୯ ତାରିଖ ମଧ୍ୟ ରାତ୍ରିରେ ପ୍ରଥମେ ଆକାଶକୁ ଓ ପରେ ବିକାଶକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କରି ଝୁଲାଇ ଦେଇଥିଲେ ଶିଡ଼ି ଘରେ। ଆଉ ରାତାରାତି ବାପା ପ୍ରକାଶ ଖସିଯାଇଥିବାବେଳେ ୧୦ ତାରିଖ ଭୋର୍ ୫ଟାରେ ୨ ପିଲା ଆତ୍ମହତ୍ୟା କରିଥିବା କହି ଚିତ୍କାର କରିବା ସହ ପଡ଼ୋଶୀଙ୍କୁ ଡାକିଥିଲା ହତ୍ୟାରେ ସଂପୃକ୍ତ ଜେଜେ ମା’।

ତେବେ ପାରିପାର୍ଶ୍ବିକ ସ୍ଥିତି ଓ ୨ ପିଲାଙ୍କ ମୃତ୍ୟୁକୁ ନେଇ ପୋଲିସ ମନରେ ଉପୁଜିଥିଲା ଶଙ୍କା। କାରଣ ଜେଜେ ମା’ ସୌରୀ ସିନା କହିଥିଲା ଆତ୍ମହତ୍ୟା, କିନ୍ତୁ ଟୁଇଷ୍ଟ ଆଣିଥିଲେ ୨ ପିଲାଙ୍କ ମାମୁ ଲକ୍ଷ୍ମଣ ନାୟକ ଓ ଆଈ ମାଗୁଣୀ ନାୟକ। ନିଜ ମା’ ସହ ମିଶି ବାପା ପ୍ରକାଶ ହିଁ ହତ୍ୟା କରିଥିବା ସିଧା ଅଭିଯୋଗ ଆଣିଥିଲେ ଉଭୟେ। କାରଣ ଗତ ୨ ବର୍ଷ ତଳେ ପ୍ରକାଶର ପ୍ରଥମ ପତ୍ନୀ କୁମ ମହାନ୍ତିଙ୍କ ଦେହାନ୍ତ ହୋଇଥିଲା। ତେଣୁ ଦ୍ବିତୀୟ ବିବାହ ପାଇଁ ମନ ବଳାଇଥିଲା ପ୍ରକାଶ। କିନ୍ତୁ ୨ ନାବାଳକ ପୁଅ ଏହାକୁ ବିରୋଧ କରି ଆସୁଥିଲେ। ହେଲେ ନିଜ ଇଚ୍ଛାରେ ଅଟଳ ଥିଲା ବାପା ପ୍ରକାଶ ଏବଂ ଜେଜେ ମା’ ସୌରୀ। ଯୋଜନା ମୁତାବକ ଭୁବନେଶ୍ବରରୁ କିଛି ବ୍ୟକ୍ତି ଘରେ ପହଞ୍ଚି ପ୍ରକାଶଙ୍କ ସହ ବିବାହ ସଂପର୍କରେ କଥାବାର୍ତ୍ତା କରି ଫେରିଯାଇଥିଲେ। ହେଲେ ସେହି ରାତିରେ ହିଁ ଘଟିଲା ଜଘନ୍ୟ କାଣ୍ଡ। ପୋଲିସ ମୃତଦେହ ୨ଟିକୁ ଜବତ କରିବା ସହ ସୌରୀ ଓ ଫେରାର୍ ପ୍ରକାଶଙ୍କୁ ଧରିଆଣି ପଚରାଉଚରା କରିବା ପରେ ପାତାଳରୁ ଫୁଟି ବାହାରି ଆସିଥିଲା ସତ। ଏହି ଘଟଣା ପଛରେ ଜମିବାଡ଼ି ବିବାଦ ବି ଥିବାରୁ ୨ ନାବାଳକଙ୍କ ପିଉସା ଓ ପିଉସୀଙ୍କ ସଂପୃକ୍ତି ଥିବା କହିଛନ୍ତି ମୃତକଙ୍କ ମାମୁ। ଗିରଫ ବାପା ଓ ଜେଜେ ମା’ ଭିଆଇଥିବା ଏହି ଜଘନ୍ୟକାଣ୍ଡ ପଛରେ ଆଗକୁ ଆଉ କେଉଁ ସତ ସାମ୍ନାକୁ ଆସୁଛି, ତାକୁ ଅପେକ୍ଷା।

ଅଧିକ ପଢ଼ନ୍ତୁ: ପାଗଳ କଲା ମୋବାଇଲ୍‌ ନିଶା; ବାପା-ମା’ଙ୍କୁ ହାଣିଦେଲା ଝିଅ

Murder Suicide Bid
Advertisment
Advertisment