Advertisment

Double Murder: ୫ ବର୍ଷ ପରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ, ଗିରଫ ହେଲେ ଚାକରାଣୀ ଓ ସ୍ବାମୀ

ଚାକରାଣୀକୁ ବୃଦ୍ଧ ଦମ୍ପତି ଗାଳିଗୁଲଜ କରୁଥିବାରୁ ରାଗ ରଖି ଏଭଳି ହତ୍ୟାକାଣ୍ଡ କରିଥିବା ଅଭିଯୁକ୍ତ ପୋଲିସ ଆଗରେ କହିଛି । କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି ମୃତ ଦମ୍ପତିଙ୍କ ଝିଅ ଇତିସ୍ମିତା । ଏଥିରେ କେବଳ ଚାକରାଣୀ କିମ୍ବା ତାଙ୍କ ସ୍ବାମୀ ନୁହେଁ ବରଂ ଅନ୍ୟ କାହାର ସଂପୃକ୍ତି ରହିଛି ।

author-image
Saroj Kumar Jena
undefined

double Murder

କଟକର ବହୁ ଚର୍ଚ୍ଚିତ ବେଲେଶ୍ୱର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ୍। ଦୀର୍ଘ ୫ ବର୍ଷ ପରେ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ମୃତ ଶ୍ରୀନାଥ ସାମଲ ଓ ପତ୍ନୀ ବିଦୁଲତା ସାମଲଙ୍କ ଘରେ କାମ କରୁଥିବା ଚାକରାଣୀ ଓ ତାର ସ୍ୱାମୀ ହିଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଚାକରାଣୀକୁ ବୃଦ୍ଧ ଦମ୍ପତି ଗାଳିଗୁଲଜ କରୁଥିବାରୁ ରାଗ ରଖି ଏଭଳି ହତ୍ୟାକାଣ୍ଡ କରିଥିବା ଅଭିଯୁକ୍ତ ପୋଲିସ ଆଗରେ କହିଛି । କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି ମୃତ ଦମ୍ପତିଙ୍କ ଝିଅ ଇତିସ୍ମିତା । ଏଥିରେ କେବଳ ଚାକରାଣୀ କିମ୍ବା ତାଙ୍କ ସ୍ବାମୀ ନୁହେଁ ବରଂ ଅନ୍ୟ କାହାର ସଂପୃକ୍ତି ରହିଛି । ଏପଟେ ଦୀର୍ଘ ବର୍ଷର ତଦନ୍ତ ପକ୍ରିୟାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ବେଲେଶ୍ବର ଡବଲ ମର୍ଡର ମିଷ୍ଟ୍ରି। ଚାକରାଣୀ ହିଁ ସାଜିଥିଲା ହତ୍ୟାକାରୀ । ୫ ବର୍ଷ ପରେ ବୃଦ୍ଧ ଦମ୍ପତି ଶ୍ରୀନାଥ ଓ ବିଦୁଲତା ସାମଲଙ୍କୁ ହତ୍ୟାର ପୁରା ସତ ସାମ୍ନାକୁ ଆସିଛି। ଘରେ କାମ କରୁଥିବା ଚାକରାଣୀ ବାସନ୍ତୀ ଓ ତାର ସ୍ବାମୀ ସନ୍ତୋଷ ହିଁ ଘଟାଇଥିଲେ ହତ୍ୟାକାଣ୍ଡ । ଦୁହିଁଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ । ତେବେ ହତ୍ୟାକାରୀ ଦମ୍ପତିଙ୍କୁ ଧରିବା ପୋଲିସ ପାଇଁ ଏତେ ସହଜ ନଥିଲା। ୪୦ ଘଣ୍ଟା ଫୋନ୍ ବନ୍ଦ କରିବା ଧରା ପକାଇଦେଲା ।

କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରୁ କରୁ ଜଣାପଡ଼ିଥିଲା, ହତ୍ୟାକାଣ୍ଡ ପୂର୍ବ ଦିନରୁ ହତ୍ୟାକାଣ୍ଡ ପରଦିନ ପର୍ଯ୍ୟନ୍ତ ପ୍ରାୟ ୪୦ ଘଣ୍ଟା ଧରି ବାସନ୍ତୀର ଫୋନ ସୁଇଚ୍ ଅଫ ଥିଲା। ସେହିଠାରୁ ହିଁ ପୋଲିସର ସନ୍ଦେହ ବଢିବା ସହ ଉଭୟଙ୍କ ବିରୋଧରେ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲା ପୋଲିସ।ଦୁଇ ପୋଲିସ କର୍ମଚାରୀ ଚାକର ସାଜି ଉଭୟ ଅଭିଯୁକ୍ତ ଦମ୍ପତିଙ୍କୁ ସମ୍ପର୍କ କରିଥିଲେ। ଏହାପରେ କଟକ ସହରର ବିଭିନ୍ନ ଘରେ ଚୋରି ପାଇଁ ଯୋଜନା କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଧରଣର ସାଇବର ଲୁଟର ପର୍ଦ୍ଦାଫାଶ, ଆନ୍ତଃରାଜ୍ୟ ସାଇବର ଲୁଟ୍‌ ମାମଲାରେ ୨୪ ଜଣ ଗିରଫ।

ଚାକରାଣୀର ସ୍ୱାମୀ ସନ୍ତୋଷ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । କହିଥିଲା ଚୋରି କରିବା ପରେ ଘର ମାଲିକଙ୍କୁ ହତ୍ୟା କରିଦେବା ଏହାପରେ ଚାକର ସାଜିଥିବା ଦୁଇ ପୋଲିସ କର୍ମଚାରୀଙ୍କ ସନ୍ଦେହ ବଢିଥିଲା। ଅଭିଯୁକ୍ତ ସନ୍ତୋଷ କହିଥିଲା ମୁଁ ଏଭଳି ଘଟଣା ପୂର୍ବରୁ କରିଛି, ଏବେ ଯାଏ ଧରାପଡିନି। ଏହାପରେ ପୋଲିସ ନିଶ୍ଚିତ ହୋଇଯାଇଥିଲା ସନ୍ତୋଷ ଏବଂ ତା ପତ୍ନୀ ହିଁ ଏହି ହତ୍ୟାକାଣ୍ଡ କରିଛନ୍ତି । ଉଭୟଙ୍କୁ ଡିସିପି ପଚରାଉଚରା ପରେ ସତ ଓଗାଳିଥିଲେ । ଗିରଫ ପରେ ଆଜି ପୋଲିସ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ।

ହତ୍ୟା ଖୁଲାସା ପରେ ପୋଲିସର ତଦନ୍ତକୁ ନେଇ ବଢିଛି ସନ୍ଦେହ। ସିଡିଆର ରିପୋର୍ଟରେ ଯଦି ଉଭୟଙ୍କ ଫୋନ୍ ସୁଇଚ ଅଫ ଥିଲା ତେବେ ପୂର୍ବରୁ କିଭଳି ଜଣାପଡିଲା ନାହିଁ । ହତ୍ୟାକାଣ୍ଡ ପୂର୍ବରୁ ଚାକରାଣୀ ଘରୁ ପଳାଇଯାଇଥିବା ବେଳେ ପୋଲିସର ସନ୍ଦେହ କାହିଁକି ଉପୁଜିନଥିଲା। ହତ୍ୟାକାଣ୍ଡ ପରେ ଉଭୟ ଦମ୍ପତି ଫେରାର ହୋଇଗଲେ, ପୋଲିସ ଜାଣିପାରିଲା ନାହିଁ କେମିତି । ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ମାଲିକ ଭଲ ବ୍ୟବହାର କରୁନଥିବା ଯୋଗୁଁ ହତ୍ୟାକାଣ୍ଡ ବୋଲି କହିଛି ପୋଲିସ ।

ଅନ୍ୟପଟେ ପୋଲିସ ତଦନ୍ତକୁ ଅସ୍ବୀକାର କରିଛନ୍ତି ମୃତ ଦମ୍ପତିଙ୍କ ଝିଅ ଇତିସ୍ମିତା। ରାଗରୁଷା ନୁହେଁ ଅନ୍ୟ କିଛି କାରଣ ପାଇଁ ବାପା ମାଆଙ୍କୁ ହତ୍ୟା କରାଯାଇଛି । ଡେରିରେ ହେଉ ପଛେ ବାପା-ମାଙ୍କ ହତ୍ୟାକାରୀ ଗିରଫ ହୋଇଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଏଥିରେ କେବଳ ଏହି ଦମ୍ପତି ନୁହଁନ୍ତି ବରଂ ଆହୁରି ଅଭିଯୁକ୍ତ ସାମିଲ ଅଛନ୍ତି । ସେମାନଙ୍କୁ ଗିରଫ କରାଯାଇ ପ୍ରକୃତ ସତ୍ୟ ସାମନାକୁ ଅଣାଯାଉ ବୋଲି ଇତିସ୍ମିତା ଦାବି କରିଛନ୍ତି । ୨୦୧୯ ଡିସେମ୍ବର ୧୨ ତାରିଖରେ କଟକ ନୂଆବଜାର ବେଲେଶ୍ବର ଅଞ୍ଚଳରେ ଘଟିଥିଲା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଦୀର୍ଘ ବର୍ଷ ପରେ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ଉଭୟଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ।

ଅଧିକ ପଢ଼ନ୍ତୁ: ସେଦିନ ରକ୍ତରେ ରଂଗୀନ ହୋଇଥିଲା, ଆଜି ମାଟିରେ ମିଶେଇଦେଲେ

Double Murder
Advertisment
Advertisment