ଅଷାଢ ଯାଇ ଶ୍ରାବଣ ହେଲାଣି...ବର୍ଷାର ଦେଖା ନାହିଁ । ପ୍ରତିବର୍ଷ ଏ ସମୟରେ ରୁଆ ସରେ...ହେଲେ ଏଥର ବର୍ଷା ନଥିବାରୁ ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ।
ଇଚ୍ଛା ଥିଲା ବୋଲି...ଷଡେଇ ଖୋଳକୁ ଏକାଠି କରି ତିଆରି କରିଦେଲେ ଡାକୋଟା । କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ..ଉପହାର ଦେବେ।
ସକାଳୁ ସଞ୍ଜଯାଏଁ ପିଲାଙ୍କୁ ଦିଆଯାଉଛି ଟ୍ରେନିଂ । ପୁଅଠୁ ଝିଅ...ସମସ୍ତେ ନେଉଛନ୍ତି ଟ୍ରେନିଂ । ଅଧିକାଂଶ ପିଲା ସେନାଠୁ ଆରମ୍ଭ କରି ରାଜ୍ୟ ପୋଲିସ୍ରେ ପାଇଲେଣି ଚାକିରି । ଏକାଡେମୀକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା।
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ । ତୁରନ୍ତ ଆବାସ ଘର ଦେବାକୁ ନିର୍ଦ୍ଦେଶ ଥିବା ପରେ ବି ଏଯାଏଁ ମିଳିଲାନି ଘର । ପ୍ରଶାସନ ପାଖକୁ ଦଉଡି ଦଉଡି ହତାଶ...ଘର ମିଳିବ ତ ?
ଏ ଦୋସ୍ତି ହମ୍ ନେହିଁ ଛୋଡେଙ୍ଗେ । ସାଥ୍ ସାଥ୍ ଜିଏଁଙ୍ଗେ...ଅଧ ରାତିରେ ସାଇକେଲ୍ ଚଳାଇ ଖାଇବା ଡେଲିଭରି କରୁଛନ୍ତି ସ୍ତ୍ରୀ। ପିଲାକୁ କାଖେଇ କାଖେଇ ରାସ୍ତାରେ ଯାଉଛନ୍ତି ସ୍ୱାମୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
ବାହାନଗା ଦୁର୍ଘଟଣାକୁ ମାସେ ପୂରିଲାଣି । ସ୍ୱାମୀକୁ ହସ୍ତାନ୍ତର କରାଯାଉନି ସ୍ତ୍ରୀର ମୃତଦେହ । ଏମ୍ସ ଯାଇ ପୁଅର ଡିଏନଏ ଟେଷ୍ଟ ବି କରିକି ଆସିଲାଣି । ହେଲେ ଆଜିକାଲି କହୁଛନ୍ତି...ଶବ ପରିବାରକୁ ଦେଉନାହାନ୍ତି । ସ୍ଥିତି ଏମିତି ହେଲାଣି କାନ୍ଦି କାନ୍ଦି ଏବେ ଦିନ କାଟୁଛନ୍ତି ପୂରା...
ଆଜି ଶ୍ରାବଣ ପ୍ରଥମ ସୋମବାର । ଶୈବ ପୀଠରେ ଲାଗିଲାଣି ଭକ୍ତଙ୍କ ଭିଡ଼...କାଉଡିଆଙ୍କ ଲାଗି ଖୋଦ୍ କଲେକ୍ଟର ତିଆରି କଲେ ରୁଟି । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ନିଆଁ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ଅଗ୍ନିଶମ ବିଭାଗ ପହଂଚି ଥିଲା । ହେଲେ ସେତେବେଳକୁ ଔଷଧ ଗୋଦାମଟି ସମ୍ପୂର୍ଣ୍ଣ ଜଳିଯାଇଛି । ପ୍ରାୟ ୫ ଅଗ୍ନିଶମ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା ଜାରି ରହିଛି ।
ଜମ୍ମୁ କାଶ୍ମୀର, ଉତ୍ତରାଞ୍ଚଳ, ହିମାଚଳପ୍ରଦେଶ ଭଳି ରାଜ୍ୟରେ ଜଳପ୍ରଳୟ ଦେଖାଦେଇଛି। ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ଅନେକ ସ୍ଥାନରେ ରାସ୍ତାଘାଟ ବନ୍ଦ ହୋଇ ଯାତାୟତ ଠପ୍ ହୋଇଯାଇଛି। କିଛି ନଦୀରେ ଜଳସ୍ତର ବୃଦ୍ଧି ହୋଇ ସୃଷ୍ଟି କରିଛି ବନ୍ୟା ସ୍ଥିତି
ପାଦେ ଚାଲି ଦଶ ପାଦ ଝୁଣ୍ଟୁଛି ଓଡ଼ିଆ ବିଶ୍ବବିଦ୍ୟାଳୟ। ନା ସରୁଛି କ୍ୟାମ୍ପସ କାମ ନା ଆରମ୍ଭ ହେଉଛି ଆଡମିଶନ୍। ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ଉଦଘାଟନରେ ବିଳମ୍ବତାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଭାଷାବିତ୍।
ପନିପରିବା ଦର ବୃଦ୍ଧିର ପ୍ରଭାବ କେବଳ ହାଣ୍ଡି ଶାଳ ଉପରେ ପଡିନି ବରଂ ଉଚ୍ଚା ଦର ଯୋଗୁଁ ପ୍ରଭାବିତ ହୋଇଛି ରାଜ୍ୟ ସରକାରଙ୍କ ଆହାର କେନ୍ଦ୍ର। ବିଭିନ୍ନ ସ୍ଥାନରେ ଖୋଲିଥିବା ଆହାର କେନ୍ଦ୍ରରେ ଭାତ ସାଙ୍ଗକୁ ମିଳୁଥିବା ଡାଲମାରେ ଆଉ ପନିପରିବାର ଦେଖା ମିଳୁନି। ଆହାର କେନ୍ଦ୍ର ପରିଚାଳନା...
କେଉଁ କାରଣରୁ ଘଟିଲା ବାହାନଗା ଟ୍ରେନ ଟ୍ରାଜେଡି? ଅଭିଯୁକ୍ତଙ୍କଠାରୁ ସତ ଓଗାଳିବାକୁ ତନାଘନା ଚଳାଇଛି CBI। ଏପଟେ ବିଶେଷଜ୍ଞଙ୍କ କହିବା କଥା, ଅଭିଯୁକ୍ତ ଜାଣିଶୁଣି ଘଟଣା ଘଟାଇଥିଲେ ଲାଗିପାରେ ହତ୍ୟା ଓ ସମ୍ପତ୍ତି ନଷ୍ଟ ଭଳି ସଙ୍ଗୀନ ଦଫା। ଏହାରି ଭିତରେ ବାହାନଗା ଷ୍ଟେସନ ମାଷ୍ଟରଙ୍କୁ ହାଜର ହେବାକୁ...
ମୌସୁମୀ ଋତୁରେ ବର୍ଷା ଉଭାନ, ସବୁଠି ମରୁଡ଼ି ଆସନ୍ନ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କାରଣରୁ ଖରିଫ ଧାନ ଚାଷ ଏବର୍ଷ ମାଡ଼ ଖାଇବା ଆଶଙ୍କା। ପାଣିପାଗ ବିଭାଗ କହୁଛି- ୧୬ ଜିଲ୍ଲା ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଛି। ଏଣେ ଚାଷୀ କହିଲେଣି- ତଳି ଜଳିଯାଉଛି ୨ରୁ...
ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ ନେଇ ପୁଣି ବିବାଦ। ଖୋର୍ଦ୍ଧା ବରୁଣେଇଠାରେ ନିର୍ମାଣ ହେବାକୁ ଥିବା ଏହି ସ୍ମାରକୀକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ମାଣରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିବା ପରେ ଉଭୟ ଦଳ ଏବେ ପରସ୍ପର ଉପରେ ଦୋଷ ଲଦୁଛନ୍ତି।
ଓଡ଼ିଆ ଯୁବକଙ୍କ ମାଧ୍ୟମରେ ଦେଶରେ ବଡ଼ ଅଘଟଣ ଘଟାଇବାକୁ ଷଡ଼ଯନ୍ତ୍ର କରିଥିଲା କି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ? OTP ସେୟାରିଂକୁ ଅସ୍ତ୍ର କରି ଦେଶବ୍ୟାପି କାୟା ମେଲାଇବାକୁ ISI ବଡ଼ ଷଡ଼ଯନ୍ତ୍ର ରଚୁଛି କି ? କାରଣ, ରାଜ୍ୟର ବହୁଚର୍ଚ୍ଚିତ OTP ସେୟାରିଂ ମାମଲା ସହ...
ସରକାରଙ୍କ ପୋଲ୍ ଖୋଲିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ରିପୋର୍ଟ୍। ସ୍କୁଲ ଶିକ୍ଷା କ୍ଷେତ୍ରରେ ସାରା ଦେଶରେ ୨୪ ନମ୍ବର ସ୍ଥାନକୁ ଖସିଗଲା ରାଜ୍ୟ। ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ରେଜଲ୍ଟ ଭଳି ବିଭିନ୍ନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ମିଳିଛି ଏଭଳି...
ନିର୍ବାଚନୀ ନିଆଁରେ ପୁଣି ଜଳିଲା ପଶ୍ଚିମବଙ୍ଗ । ପଞ୍ଚାୟତ ନିର୍ବାଚନ ଭୋଟ ବେଳେ ବ୍ୟାପକ ହିଂସାରେ ୧୧ ମୃତ । ବାଲାଟ ବକ୍ସ ଲୁଟ୍, ପୋଡ଼ାଜଳ ଓ ବୁଥ୍ କ୍ୟାପ୍ଚରିଂ ପାଇଁ ବହୁ ସ୍ଥାନରେ ମତଦାନ ସ୍ଥଗିତ, ୧୦ ଦିନ ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ଲାଗି ନିର୍ଦ୍ଦେଶ
ଚାରି ଦିନର ଚଢାଉ ପରେ ବି ହିସାବ ମିଳୁନି। ଜବତ ୩୨ କୋଟିରୁ ଅଧିକ ଟଙ୍କାର ଉତ୍ସ ଖୋଜିବାକୁ ଜାରି ରହିଛି ଆୟକର ବିଭାଗର ଘନ ଘନ ରେଡ୍। ଆଜି ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ମାରାଥନ୍ ଜେରା କରିଛନ୍ତି ଆୟକର ଟିମ୍ । କମ୍ପାନୀର ଲିଗାଲ...
ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ । ତାଙ୍କ ବଦଳରେ ସମସ୍ତଙ୍କୁ ବାଇପାସ୍ କରି ଲୋକଙ୍କ ସାମ୍ନାକୁ ଆସୁଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଫାଇଭ୍ ଟି ସଚିବଙ୍କ ଗସ୍ତକୁ ନେଇ ଏଥର ଆଉ ତାଙ୍କୁ ନୁହେଁ, ସିଧା ନବୀନଙ୍କୁ ନିଶାନା। ଖୋର୍ଦ୍ଧା ମଳିପଡ଼ାରେ ବିଜେପିର ଜୋନ୍ ସ୍ତରୀୟ ମିଟିଂରେ...
ବାହାନଗା ଟ୍ରେନ୍ ଟ୍ରାଜେଡି ପଛର ସତ କ’ଣ ? ରେଳ କର୍ମଚାରୀଙ୍କ ବ୍ୟକ୍ତିଗତ ଅବହେଳା ନା ସୁପରିକଳ୍ପିତ ଷଡ଼ଯନ୍ତ୍ର ? ନା ରହିଛି ବାହ୍ୟଶକ୍ତିର ସମ୍ପୃକ୍ତି ? କାହିଁକି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଗିରଫ ୩ ଅଭିଯୁକ୍ତ ? ମାସାଧିକକାଳ ତଦନ୍ତ ପରେ ଗତକାଲି ୩...