କେଉଁ କାରଣରୁ ଘଟିଲା ବାହାନଗା ଟ୍ରେନ ଟ୍ରାଜେଡି? ଅଭିଯୁକ୍ତଙ୍କଠାରୁ ସତ ଓଗାଳିବାକୁ ତନାଘନା ଚଳାଇଛି CBI। ଏପଟେ ବିଶେଷଜ୍ଞଙ୍କ କହିବା କଥା, ଅଭିଯୁକ୍ତ ଜାଣିଶୁଣି ଘଟଣା ଘଟାଇଥିଲେ ଲାଗିପାରେ ହତ୍ୟା ଓ ସମ୍ପତ୍ତି ନଷ୍ଟ ଭଳି ସଙ୍ଗୀନ ଦଫା। ଏହାରି ଭିତରେ ବାହାନଗା ଷ୍ଟେସନ ମାଷ୍ଟରଙ୍କୁ ହାଜର ହେବାକୁ ସମନ କରିଛି CBI।
Published By: Sarbeswar
Last updated: 09 July 2023, 09:47 PM IST
ମୌସୁମୀ ଋତୁରେ ବର୍ଷା ଉଭାନ, ସବୁଠି ମରୁଡ଼ି ଆସନ୍ନ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କାରଣରୁ ଖରିଫ ଧାନ ଚାଷ ଏବର୍ଷ ମାଡ଼ ଖାଇବା ଆଶଙ୍କା। ପାଣିପାଗ ବିଭାଗ କହୁଛି- ୧୬ ଜିଲ୍ଲା ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଛି। ଏଣେ ଚାଷୀ କହିଲେଣି- ତଳି ଜଳିଯାଉଛି ୨ରୁ ୩ଦିନ ଭିତରେ ବର୍ଷା ନହେଲେ ଗଜା ମରୁଡ଼ି ବି ନିଶ୍ଚିତ। ଆସନ୍ନ ମରୁଡ଼ି ଜଳ ଜଳ। ଆକାଶରେ ମେଘ ମାଳ ମାଳ, ହେଲେ ଟୋପାଏ ବର୍ଷୁନି। ଶ୍ରାବଣ ଅଧାରେ ଶୁଖିଲା ଜମିରେ ହଳ କରୁଛି ଚାଷୀ।