• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜି ଶ୍ରାବଣର ପ୍ରଥମ ସୋମବାର । ସାରା ଭାରତରେ ବିଭିନ୍ନ ଶୈବକ୍ଷେତ୍ରରେ ଜଳଲାଗି ପାଇଁ ଭୋରରୁ ଭକ୍ତ ଜମାଇଛନ୍ତି ଭିଡ । ମାଇଲ ମାଇଲ ବାଟ ଅତିକ୍ରମ କରି ଭୋଲାବାବାଙ୍କ ମୁଣ୍ଡରେ ଜଳଲାଗି କରିବାକୁ କାଷ୍ଟାବ୍ରତ କରି ଆସିଛନ୍ତି ଭକ୍ତ । ଖାସ୍‌ ସେଇଥି ଲାଗି ତ ବୋଲବମ୍‌ରେ ସାମିଲ ହୋଇଥିବା ଭକ୍ତଙ୍କ ଲାଗି ନିଜେ ରୁଟି ତିଆରି କରୁଛନ୍ତି ଜିଲ୍ଲାପାଳ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା ।

ଭାଇରାଲ ହେଉଥିବା ଭିଡିଓଟି ଉତ୍ତରପ୍ରଦେଶର ସହାରନପୁରର ବୋଲି ଜଣାପଡ଼ିଛି । ଯେଉଁଠାରେ କାଉଡିଆଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପର ବ୍ୟବସ୍ଥା କରାଯାଇଛି । ଏହି କ୍ୟାମ୍ପରେ ଅଧ ରାତିରେ ହାଠତ ଜିଲ୍ଲାପାଳ ଦିନେଶ ଚନ୍ଦ୍ର ପହଞ୍ଚିଥିଲେ । ଖାଲି ପହଞ୍ଚିଥିଲେ ତାହା ନୁହେଁ ବରଂ ଭକ୍ତଙ୍କ ଲାଗି ରୁଟି ବି ତିଆରି କରିଥିଲେ । ଆଉ ଏହି ସମୟର ଭିଡିଓକୁ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ନିଜ ମୋବାଇଲରେ କଏଦ କରିଥିଲେ । ପରେ ଏହାକୁ ସୋସିଆଲ ମିଡିଆ ସାଇଟ୍‌ରେ ଅପଲୋଡ୍‌ କରିଥିଲେ । ଯାହା ବର୍ତ୍ତମାନ ସମୟରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲରୁ ଘୂରି ବୁଲୁଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସହାରନପୁରର ଜିଲ୍ଲାପାଳ ଗତ ରାତିରେ କାଉଡିଆଙ୍କ ଯାତ୍ରା ପାଇଁ କରାଯାଇଥିବା ବ୍ୟବସ୍ଥାର ନୀରିକ୍ଷଣ ପାଇଁ ବାହାରିଥିଲେ । ପରେ କାଉଡିଆଙ୍କ ସେବା ଉଦ୍ଦେଶ୍ୟରେ ରାସ୍ତାପାର୍ଶ୍ବରେ ତିଆରି ହୋଇଥିବା ଏକ ଶିବିରରେ ଅଟକି ଥିଲେ । ଆଉ କାଉଡିଆଙ୍କ ପାଇଁ ରୁଟି ସେକିବା ଆରମ୍ଭ କରିଥିଲେ । ଜିଲ୍ଲାପାଳଙ୍କ ଏଭଳି କାମ ଦେଖି ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି ।