କୋଭିଡ୍ ଡ୍ୟୁଟିରେ ସାମିଲ୍ ହେବେ MBBS ଶେଷ ବର୍ଷ ଛାତ୍ରଛାତ୍ରୀ। ନର୍ସିଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ କୋଭିଡ୍ ଡ୍ୟୁଟିରେ ସାମିଲ କରାଯିବ ବୋଲି ସୂଚନା ମିଳିଛି। ନିୟୋଜିତ ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ସହ ମିଳିବ ପ୍ରୋତ୍ସାହନ ରାଶି।
୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ମେ ୩ରୁ ଭୁବନେଶ୍ୱରେ ଆରମ୍ଭ ହେବ ଟିକାକରଣ। ଭାରତ ବାୟୋଟେକଠାରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତି।
ଝଡ଼ ପରି ମାଡ଼ି ଚାଲିଥିବା ମହାମାରୀ, ମହାବିପଦ ଆଣିଛି। ରାଜଧାନୀ ସମେତ ସଂଲଗ୍ନ ଖୋର୍ଦ୍ଧା ଏବଂ ଜଟଣୀରେ ଉଦବେଗଜନକ ହାରରେ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା। ଗତ ସପ୍ତାହକ ଭିତରେ ୧୯ ଜଣଙ୍କ ଜୀବନ ନେଇଛି ଏହି ଅଦୃଶ୍ୟ ଭୂତାଣୁ।
ଏପ୍ରିଲ ୧ରେ ଦୈନିକ ସଂକ୍ରମଣ ୩୯୪ ଥିବା ବେଳେ ଏପ୍ରିଲ୍ ୩୦ରେ ୮, ୬୮୧ ଥିଲା। ପୁରା ମାସରେ ୧ ଲକ୍ଷରୁ ଅଧିକ କେଶ୍ ହେଲାଣି। ଆଉ ମେ ପସିବା ମାତ୍ରେ ଦୈନିକ ସଂକ୍ରମଣ ସଂଖ୍ୟା ପାର୍ କରିଛି ୧୦ ହଜାର।
ଭୁବନେଶ୍ୱର: ଆସନ୍ତାକାଲି କରୋନାକୁ ନେଇ ବଡ଼ ଘୋଷଣା କରିବେ ରାଜ୍ୟ ସରକାର। କୋଭିଡ୍ ପରିଚାଳନା ନେଇ ରାଜ୍ୟ ସରକାର କରିବେ ବଡ଼ ଘୋଷଣା। ଆସନ୍ତାକାଲି ଦିନ ୧୦ଟାରେ ବଡ଼ ଘୋଷଣା କରିବା ନେଇ ସୂଚନା ମିଳିଛି। ତେବେ କରୋନା ବଢୁଥିବାକୁ କିଛି…
ନୂଆଦିଲ୍ଲୀ: ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ CBSE ରେଜଲ୍ଟ। CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନେଇ ଗାଇଡ୍ ଲାଇନ୍ ଜାରି କଲା CBSE। ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ…
ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆସନ୍ତାକାଲି ବିଧାନସଭା ନିର୍ବାଚନ ଭୋଟ ଗଣତି ହେବାକୁ ଯାଉଛି। ତେବେ ଫୋକସ ରହିଛି ପଶ୍ଚିମବଙ୍ଗର ଫଳାଫଳ ଉପରେ।
ଜଙ୍ଗଲ ନିଆଁ ଭଳି ରାଜ୍ୟରେ ମାଡି ଚାଲିଛି କରୋନା ସଂକ୍ରମଣ। ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମେ ମାସରେ ମହାମାରୀ ଆହୁରି ଉଗ୍ର ହେବ ଏବଂ ୧୦-୧୫ ଦିନ ଭିତରେ ସଂକ୍ରମଣ ପିକରେ ପହଞ୍ଚିପାରେ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି
ରାତି ପାହିଲେ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ଲକ୍ଷଲକ୍ଷ ଭକ୍ତ । ହେଲେ ୫୦ ଫୁଟର ଅଳିଆ ଗଦାକୁ ଦେଖି ସମସ୍ତେ ଟେକୁଛନ୍ତି ନାକ । ବାରମ୍ବାର ଗୁହାରି ପରେ ବି କିଛି ଶୁଣୁନି ପ୍ରଶାସନ...ଆଜିକାଲି କହି ଦିନ ଗଡାଉଛି କିନ୍ତୁ ଅଳିଆ ଉଠୁନି