ଫୁଲ୍ ସ୍ପିଡ୍ରେ ଆସି ଟ୍ରକ୍ରେ ପିଟି ହେଲା କାର୍। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।
ରଥଯାତ୍ରା ବେଳେ ରେଲ୍ୱେ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଯୁବକଙ୍କ ହାତକୁ ହାଣି ଦେଇଥିଲେ।
ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି।
ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ୍ ଇନ୍ ଇଣ୍ଡିଆ(Make In India)’ ପଦକ୍ଷେପକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପ୍ରଶଂସା କରିଛନ୍ତି।
ବୈତରଣୀ ନଦୀରେ ମତ୍ସଜୀବୀଙ୍କ ଜାଲରେ ପଡିଛି ବିରାଟ କାୟ ‘କଳା ସାରାଣ୍ଟ’ ମାଛ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।
ହାଇଦ୍ରାବାଦରେ ୪୦ କୋଟି ଟଙ୍କାର ଟ୍ୟାକ୍ସ ରିଫଣ୍ଡ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଦୁର୍ନୀତିରେ ସଂପୃକ୍ତି ନେଇ କିଛି ସରକାରୀ ଅଧିକାରୀ ଏବଂ ଟେକ୍ କମ୍ପାନୀ କର୍ମଚାରୀଙ୍କୁ ନୋଟିସ କରାଯାଇଛି।
ରାହୁଲ ଗାନ୍ଧିଙ୍କ କନ୍ଭୟକୁ ବିଷ୍ଣୁପୁର ଜିଲ୍ଲାରେ ଅଟକାଇ ଦିଆଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ୍ ରାହୁଲଙ୍କୁ ଆଗକୁ ବଢ଼ିବା ପାଇଁ ଅଟକାଇଥିଲେ।
ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱାଭାବିକ ରହିବ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍ ମାସରେ ଅଧିକ ବର୍ଷା ହୋଇଛି।
ଯେତେବେଳେ ବର, ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଥିଲା ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନଙ୍କର ମୁଣ୍ଡ କିଛି କାମ କରିନଥିଲା। ଶେଷରେ ଉପାୟଶୂନ୍ୟ ହୋଇ ବର ଓ ତାଙ୍କ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଫାଇଭ-ଟି ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ତାଙ୍କ ସପକ୍ଷରେ ବରିଷ୍ଠ ବିଜେଡି ନେତା ବାହାରିଛନ୍ତି। ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘କ୍ଷମତା ହସ୍ତାନ୍ତର ନୁହେଁ, 5T ସଚିବଙ୍କୁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି।’
ପ୍ରଥମେ ହତ୍ୟା, ପରେ ମୃତଦେହ ଜାଳିଦେଲେ। ଗଞ୍ଜାମ ଜିଲ୍ଲାରେ ଏହି ବୀଭତ୍ସ ଡବଲ୍ ମର୍ଡର ହୋଇଛି।
ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି।
ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ାରେ ପୁଣି ଜଣେ ବୃଦ୍ଧଙ୍କୁ ଟାଣି ନେଇଛି କୁମ୍ଭୀର। ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର।
ରାସ୍ତାରେ କାର୍ ସାଇଡ୍ମରାକୁ ନେଇ ତୁମୁଳକାଣ୍ଡ। ଝଗଡ଼ା ଏତେ ଜୋର ହୋଇଥିଲା ଯେ, ଗୁଳିମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି।
ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ଓ ଚର୍ଚ୍ଚା ଭିତରେ ରାମାନନ୍ଦ ସାଗରଙ୍କ ପପୁଲାର ଶୋ’ ‘ରାମାୟଣ’ ଖୁବ୍ଶୀଘ୍ର ପୁଣିଥରେ ଟିଭି ପରଦାକୁ ଫେରିବ।
ନୋଏଡା ରାସ୍ତାକଡ଼ରେ ହୋର୍ଡିଂ ଲଗାଇ ଯୁବତୀ ଜଣକ ତାଙ୍କ ସାଙ୍ଗକୁ କ୍ଷମା ମାଗିଛନ୍ତି। ଯାହାକି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି।
ଗୋଟିଏ ପଟେ ରାସନ୍ ଓ ଅନ୍ୟ ପଟେ କଞ୍ଚା ପରିବାର ମହଙ୍ଗା ଦରରେ ସନ୍ତୁଳି ହେଉଥିବା ଖାଉଟି ଟମାଟୋ ଭଳି ପରିବାର ହଠାତ୍ ଅହେତୁକ ଦରବୃଦ୍ଧିକୁ ସହଜରେ ହଜମ କରିପାରୁ ନାହାନ୍ତି।
ଡେଲିଭରି ବୟଙ୍କ ଉପରେ କାମ ଚାପ ଏତେ ଅଧିକ ଥାଏ ଯେ, ଭୋଜନ କରିବା ପାଇଁ ସେମାନଙ୍କ ପାଖରେ ୧୦ ମିନିଟ୍ ସମୟ ନଥାଏ। ତା’ହେଲେ ଥରଟେ ଭାବନ୍ତୁ...ଏମାନେ ନିଜେ କେତେ କଷ୍ଟରେ ରହି ସୁସ୍ୱାଦୁ ଖାଦ୍ୟ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି।
ସମସ୍ତ ନୀତିକାନ୍ତି ସଅଳ ଚାଲି ଥିବାବେଳେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହୋଇଛି।