Advertisment

ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ, ମହଣ ମହଣ ସୁନାରେ ସଜ୍ଜିତ ହେବେ...

ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Suna Besha of Lord Jagannath

Suna Besha of Lord Jagannath and His siblings to be held today

ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି। ମହଣ ମହଣ ସୁନାରେ ସଜ୍ଜିତ ହେବେ ତିନି ଠାକୁର। ରଥ ଉପରେ ମହାପ୍ରଭୁଙ୍କ ଅତି ସୁନ୍ଦର, କମନୀୟ ଓ ସୁଶୋଭିତ ସୁନା ବେଶ ଦେଖିବା ଲାଗି ଅପେକ୍ଷା କରି ରହିଛନ୍ତି ଅଗଣତି ଭକ୍ତ। 

Advertisment

ଆଜି ସୁନାବେଶ ପରେ ଆସନ୍ତାକାଲି ଶ୍ରୀଜିଉଙ୍କ ଅଧରପଣା ନୀତି ଏବଂ ଶନିବାର ହେବ ନୀଳାଦ୍ରିବିଜେ ନୀତି। ନବଦିନାତ୍ମକ ଯାତ୍ରାରେ ସମସ୍ତ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡ଼ିବେ ତିନି ଠାକୁର। ଗତକାଲି ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ରଥରେ ବିଜେ ହୋଇଥିଲେ ଚତୁର୍ଦ୍ଧା ମୂରତି। ଗତକାଲି ସନ୍ଧ୍ୟା ସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଥିଲେ।

ଅଧିକ ପଢ଼ନ୍ତୁ: ଜଗନ୍ନାଥ ମନ୍ଦିରକୁ ସୁବର୍ଣ୍ଣ ମନ୍ଦିର ଠାରୁ ବି ଅଧିକ ସୁନା ଦାନ କରିଥିଲେ ଏହି ରାଜା; ଜାଣନ୍ତୁ କିଏ....

Advertisment

ସେପଟେ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ଆଜି ଟଣାଯିବ ବାହୁଡ଼ା ରଥ। ସିଦ୍ଧ ବଳଦେବଜୀଉଙ୍କ ଆଜି ସମସ୍ତ ନୀତିକାନ୍ତି ପରେ ଦିନ ୨ଟା ପରେ ରଥଟଣା ହେବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଗତକାଲି ସିଂହାସନରେ ଚାରମାଳ ବନ୍ଧାଯାଇ ରତ୍ନ ସିଂହାସନରୁ ମଝି ଦେଉଳକୁ ମହାପ୍ରଭୁଙ୍କୁ ବିଜେ କରାଯାଇଥିଲା। ସେନାପଟା କାର୍ଯ୍ୟ ସମ୍ପନ୍ନ ପରେ ମହାପ୍ରଭୁଙ୍କ ଦକ୍ଷିଣ ମୁଖା କରାଯାଇଥିଲା।

ପରେ ମଙ୍ଗଳା ଅର୍ପଣ ନୀତି ସମ୍ପନ୍ନ ପରେ ଧାଡ଼ି ପହଣ୍ଡି ହୋଇ ରଥାରୁଢ଼ ହୋଇଥିଲେ ତିନି ଠାକୁର। ଆଜି ଭକ୍ତଙ୍କ ଗହଣରେ ସିଦ୍ଧ ବଳଦେବଜୀଉ ବାହୁଡ଼ାରେ ସ୍ୱମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ।

ଅଧିକ ପଢ଼ନ୍ତୁ: ଆଜି ସୁନାବେଶ: ମହାପ୍ରଭୁଙ୍କ ରାଜାବେଶ ଦେଖି ଧନ୍ୟ ହେବେ ଭକ୍ତ

Suna Besha
Advertisment
Advertisment