/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688016658.jpg)
Miscreants allegedly kill 2 and set their bodies on fire in Digapahandi
ପ୍ରଥମେ ହତ୍ୟା, ପରେ ମୃତଦେହ ଜାଳିଦେଲେ। ଗଞ୍ଜାମ ଜିଲ୍ଲାରେ ଏହି ବୀଭତ୍ସ ଡବଲ୍ ମର୍ଡର ହୋଇଛି। ମୃତକ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁର ଶିବ ଗୌଡ଼ ଓ ଲିଟୁ ଗୌଡ଼। ଏମାନଙ୍କୁ ହତ୍ୟା କରାଯାଇ ଗାଁ ପାଖରେ ପୋଡ଼ି ଦିଆଯାଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।
Advertisment
ସୂଚନା ଅନୁସାରେ, ଶିବ ଓ ଲିଟୁ ସମ୍ପର୍କୀୟ ହୋଇଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ହତ୍ୟା କରି ମୃତଦେହ ପୋଡ଼ି ଦେଇଛନ୍ତି। ଏମାନଙ୍କୁ କିଏ ଓ କାହିଁକି ହତ୍ୟା ପରେ ଜାଳି ଦେଲେ ? ଗାଁର କେହି କିଭଳି ଜାଣି ପାରିଲେନି ? ଏହାପଛରେ କାହାର ହାତ ଅଛି ? ସେ ସବୁ ଉପରେ ତଦନ୍ତ ଚାଲିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଚଳାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)