Advertisment

‘ମେକ୍‌ ଇନ୍‌ ଇଣ୍ଡିଆ’ କନ୍‌ସେପ୍ଟକୁ ଆପଣାଇବ ଋଷ ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ଦେଲେ ପୁଟିନ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ(Make In India)’ ପଦକ୍ଷେପକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ପ୍ରଶଂସା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Russian President Vladimir Putin Praised PM Modi Make In India Initiative

Russian President Vladimir Putin Praised PM Modi Make In India Initiative

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ(Make In India)’ ପଦକ୍ଷେପକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ପ୍ରଶଂସା କରିଛନ୍ତି। ପୁଟିନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସବୁଠୁ ଭଲ ବନ୍ଧୁ ଓ ମେକ୍‌ ଇନ୍‌ ଇଣ୍ଡିଆର ପ୍ରଭାବ ଭାରତର ଅର୍ଥବ୍ୟବସ୍ଥାରେ ଦେଖିବାକୁ ମିଳିଛି।’ ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁଟିନ୍‌ ଏହା କହିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜବରଦସ୍ତ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍‌ ଇନ୍‌ ଇଣ୍ଡିଆରେ ପ୍ରଭାବିତ ହୋଇ ଋଷରେ ମଧ୍ୟ ସ୍ୱଦେଶୀ ଦ୍ରବ୍ୟ ଓ ବ୍ରାଣ୍ଡ୍‌କୁ ପ୍ରୋତ୍ସାହିତ ସମ୍ପର୍କରେ ପୁଟିନ କହିଛନ୍ତି। 

Advertisment

ଋଷରେ ସ୍ୱଦେଶୀ ଦ୍ରବ୍ୟକୁ ପ୍ରୋତ୍ସାହନ...

ଋଷ ରାଷ୍ଟ୍ରପତି କହିଛନ୍ତି, ‘କିଛି ବର୍ଷ ପୂର୍ବେ ଭାରତରେ ଆମର ବନ୍ଧୁ ତଥା ଋଷର ସବୁଠୁ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦି ମେକ୍‌ ଇନ୍‌ ଇଣ୍ଡିଆ ଭଳି ଏକ କନ୍‌ସେପ୍ଟ ଆଣିଥିଲେ। ଯାହାର ପ୍ରଭାବ ସ୍ପଷ୍ଟ ଭାବେ ଭାରତର ଅର୍ଥବ୍ୟବସ୍ଥା ଉପରେ ଦେଖିବାକୁ ମିଳିଛି। ତେଣୁ ଅନ୍ୟର ଭଲ କନ୍‌ସେପ୍ଟକୁ ଯଦି ଆମେ ଆପଣାଉଛେ, ତା’ହେଲେ ଏଥିରେ କୌଣସି ଭୁଲ୍‌ ନୁହେଁ। ବିଶେଷକରି ଯଦି ସେ ଆମର ଭଲ ବନ୍ଧୁ ହୋଇଥିବେ, ତା’ହେଲେ ତାଙ୍କର ଭଲ କାମକୁ ଆପଣାଇବାରେ କୌଣସି ଅସୁବିଧା ନାହିଁ’।

ସୂଚନାଥାଉ କି, ୟୁକ୍ରେନ ଯୁଦ୍ଧ ପରେ ଋଷ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ତେବେ ଋଷର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେକ୍‌ ଇନ୍‌ ଇଣ୍ଡିଆ କନ୍‌ସେପ୍ଟକୁ ଆପଣାଇବା ପାଇଁ ପୁଟିନ ଯୋଜନା କରିଛନ୍ତି। ମେକ୍‌ ଇନ୍‌ ଇଣ୍ଡିଆ ଭଳି ଋଷରେ ମଧ୍ୟ ସ୍ୱଦେଶୀ ଦ୍ରବ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ପୁଟିନ ଯୋଜନା କରିଛନ୍ତି। 

Advertisment

ଅନ୍ୟପକ୍ଷେ, ଋଷ ରାଷ୍ଟ୍ରପତିଙ୍କ ମୁହଁରେ ‘ମେକ୍‌ ଇନ୍‌ ଇଣ୍ଡିଆ’ର ପ୍ରଶଂସାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ  ଲାଗିଛି। 

PM Narendra Modi Vladimir Putin Make In India
Advertisment
Advertisment