ଏମିତି ମଦ ନିଶା ଯେ, ଭୁଲିଗଲେ ହିତାହିତ ଜ୍ଞାନ। ଜଳନ୍ତା ଜୁଇରୁ ଅଧା ପୋଡ଼ା ଶବ ମାଂସ ଖାଇବାକୁ ମଧ୍ୟ ପଛାଇଲେ ନାହିଁ।
କୋଲକାତାର ଏକ ଲୋକାଲ୍ ଟ୍ରେନ୍ରେ କୌଣସି ଘଟଣାକୁ ନେଇ କିଛି ମହିଳା ଗୋଷ୍ଠୀ ପରସ୍ପର ମଧ୍ୟରେ ଝଗଡ଼ା ଲାଗୁଥିବା ଦୃଶ୍ୟ ଭାଇରାଲ୍ ହୋଇଛି।
ଦେଶରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡିକୁ ମିଳିଛି ସର୍ବାଧିକ ଇଲେକ୍ଟୋରାଲ୍ ବଣ୍ଡ୍। ୨୪ ଆଞ୍ଚଳିକ ଦଳ ମଧ୍ୟରୁ ବିଜେଡିକୁ ସର୍ବାଧିକ ୬୨୨ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଛି।
ନିଜ ପ୍ରଡକ୍ସନ ଫିଲ୍ମ ‘LGM’ର ଟ୍ରେଲର ଲଞ୍ଚ୍ ଅବସରରେ କ୍ରିକେଟର ଏମ୍ଏସ୍ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀ ଧୋନି ନିକଟରେ ଚେନ୍ନାଇରେ ଥିଲେ। ତେବେ ଇଭେଣ୍ଟରେ ଏମିତି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
କୁଆଖାଇ ନଦୀରେ ବୁଡ଼ିଗଲେ ୪ ଛାତ୍ର। କାଲିଠୁ ଖୋଜାଖୋଜି ପରେ ଆଜି ସକାଳୁ ଆଉ ୨ ମୃତଦେହ ଉଦ୍ଧାର ହୋଇଛି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାସହ କାର୍ରେ ଥିବା ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
ବ୍ରହ୍ମପୁର ରେଲ୍ୱେ ଷ୍ଟେସନ ନିକଟରେ ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଛି। ଭୟଭୀତ ହୋଇ ଶହ ଶହ ସଂଖ୍ୟାରେ ଯାତ୍ରୀ ଟ୍ରେନ୍ରୁ ବାହାରି ଆସିଥିଲେ।
ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ସୂଚନାଥାଉ କି, ଭିଡିଓଟି AI ସହ ଜଡ଼ିତ।
ନେପାଳରେ ଏକ ହେଲିକପ୍ଟର ନିଖୋଜ ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ହେଲିକପ୍ଟରରେ ୬ ଜଣ ଥିଲେ।
ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଟ୍ରେନ୍ ସିଗ୍ନାଲିଂ କେମିତି ତ୍ରୁଟି ଶୂନ୍ୟ ହେବ, ଏବେ ସେଇ ଚିନ୍ତା। ଆଉ ଏହାରି ଭିତରେ ଭାରତୀୟ ରେଲ୍ୱେ ପାଇଁ ବ୍ଲକ୍ ଚେନ୍ ଟେକ୍ନୋଲୋଜି ଆଧାରିତ ସିଗ୍ନାଲିଂ ସିଷ୍ଟମ ବିକାଶ କରୁଛି ଆଇଆଇଟି ଖଡ଼ଗପୁର।
ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଭଳି ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ୟୁନିଫର୍ମ ମିଳିବ। ଜଣେ ଶିକ୍ଷାର୍ଥୀଙ୍କୁ ୧ ହଜାର ଟଙ୍କା ମୂଲ୍ୟର ୟୁନିଫର୍ମ ଦେବାକୁ ନିଷ୍ପତ୍ତି ନିଆଯାଇଛି।
ପ୍ରତିଦିନ ଉତ୍ତର ଭାରତରୁ ଆସୁଛି ଛାତି ଥରାଇଲା ଭଳି ଦୃଶ୍ୟ। ବର୍ଷା ସମ୍ଭାବନା ନେଇ ଆସନ୍ତା ଦୁଇ ଦିନ ଯାଏ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ମୃତକଙ୍କ ସହାୟତା ରାଶିକୁ ନେଇ ଏବେ ବିବାଦ ଦେଖା ଦେଇଛି।
ପାକ୍ ଆତଙ୍କୀ ଲିଙ୍କ୍ ମାମଲାରେ ଅଭିଜିତ ଜମ୍ବୁରେକୁ NIA ଜେରା କରିଛି। OTP ଶେୟାରିଂ ମାମଲାରେ ଅଭିଯୁକ୍ତ ଅଭିଜିତ ଜମ୍ବୁରେରକୁ ଏନ୍ଆଇଏ ଜେରା କରିଛି।
5T ସଚିବଙ୍କୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ସବୁ ବିଧାନସଭା ଓ ଲୋକସଭା ସାଧା ଟିକେଟ୍ ପାଣ୍ଡିଆନଙ୍କ ହାତରେ ଅଛି।’
୧୩ ମାସର ଛୁଆ ଉପରେ କାର୍ ଚଢ଼ାଇ ଦେଲା ମା’। ଏଥିରେ କଅଁଳ ଶିଶୁର ମୃତ୍ୟୁ ହୋଇଛି।
ବୈଷ୍ଣୋ ଦେବୀ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି।
ମନ୍ଦିରରେ ଶୋଇଥିବା ଅବସ୍ଥାରେ ଜଣେ ବୋଲ୍ବମ୍ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଦେବଗଡ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିର ପରିସରରେ ଏହି ଅଭାବନୀୟ ଘଟଣା ଘଟିଛି।
କାଶ୍ମୀର ଠୁ ଦିଲ୍ଲୀ ଯାଏ ସତେ ଯେମିତି ପାଣିରେ ବୁଡ଼ି ରହିଛି। ପ୍ରକୃତିର କୋପ ଏତେ ଯେ, କେଉଁଠି କାର୍ ଭାସି ଯାଇଛି ତ, ଆଉ କେଉଁଠି ବ୍ରିଜ୍ ଭୁଶୁଡ଼ି ପଡ଼ିଛି। କେଉଁଠି ନଦୀର ପ୍ରଖର ସୁଅରେ ପୁରା ଗାଁ ବୁଡ଼ି ଯାଇଛି।
ଚାହୁଁ ଚାହୁଁ ଜଳିଗଲା ଔଷଧ ଗୋଦାମ। ଗତକାଲି ରାତିରେ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।