Advertisment

ମଣିପୁର ହିଂସା ପୀଡ଼ିତଙ୍କୁ ଭେଟିବାକୁ ଯାଉଥିଲେ ରାହୁଲ, ଅଟକାଇଲା ପୋଲିସ

ରାହୁଲ ଗାନ୍ଧିଙ୍କ କନ୍‌ଭୟକୁ ବିଷ୍ଣୁପୁର ଜିଲ୍ଲାରେ ଅଟକାଇ ଦିଆଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ୍‌ ରାହୁଲଙ୍କୁ ଆଗକୁ ବଢ଼ିବା ପାଇଁ ଅଟକାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Congress Leader Rahul Gandhi Convoy En Route To Manipur Stopped

Congress Leader Rahul Gandhi Convoy En Route To Manipur Stopped

କଂଗ୍ରେସ ନେତା ରାହୁଲ ଗାନ୍ଧି ୨ ଦିନିଆ ହିଂସା ପ୍ରଭାବିତ ମଣିପୁର ଗସ୍ତରେ ଥିବାବେଳେ ଆଜି ଇମ୍ଫାଲରେ ପହଞ୍ଚିଛନ୍ତି। ଏଠାରୁ ସେ ଚୁରାଚାନ୍ଦପୁର ଜିଲ୍ଲା ଅଭିମୁଖେ ଯାତ୍ରା କରୁଥିଲେ। ଯେଉଁଠି ସେ ଜାତିଗତ ହିଂସା ବିବାଦକୁ ନେଇ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଥିବା ବିସ୍ଥାପିତ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ହେଲେ ତା’ପୂର୍ବରୁ ଚୁରାଚାନ୍ଦପୁର ରାସ୍ତାରେ ରାହୁଲଙ୍କ କନ୍‌ଭୟ(ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ଗାଡ଼ି)କୁ ଅଟକାଇ ଦିଆଯାଇଥିଲା। ଚଳିତବର୍ଷ ମଣିପୁରରେ ଜାତିଗତ ହିଂସା ବିବାଦ ଆରମ୍ଭ ହେବା ପରେ ୩୦୦ରୁ ଅଧିକ ରିଲିଫ୍‌ କ୍ୟାମ୍ପରେ ପାଖାପାଖି ୫୦ ହଜାର ଲୋକ ରହୁଛନ୍ତି। 

Advertisment

ସୂଚନା ଅନୁସାରେ, ରାହୁଲ ଗାନ୍ଧିଙ୍କ କନ୍‌ଭୟ ବିଷ୍ଣୁପୁର ଜିଲ୍ଲାରେ ଅଟକାଇ ଦିଆଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ୍‌ ରାହୁଲଙ୍କୁ ଆଗକୁ ବଢ଼ିବା ପାଇଁ ଅଟକାଇଥିଲେ। ସୂଚନାଥାଉ କି, ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା। ଆଉ ପରେ ଏନେଇ ହିଂସାକାଣ୍ଡ ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ରୋକିବାକୁ ପୋଲିସ ଲୁହବୁହା ଗ୍ୟାସ ସହ ଲାଠି ଚାଳନା କରିଥିଲା। ମଣିପୁରରେ ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ମେ’ ମାସ ପ୍ରାରମ୍ଭରେ ହିଂସା ଆରମ୍ଭ ହୋଇଥିଲା। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। 

ସୂଚନାଥାଉ କି, ୨୨ ହଜାର ୩୨୭ ବର୍ଗ କିଲୋମିଟର ପରିମିତ ମଣିପୁରର ୧୦ ପ୍ରତିଶତ ଘାଟି ଅଂଚଳ ହୋଇଥିବା ବେଳେ ୮୯ ପ୍ରତିଶତ ପାହାଡ ଅଂଚଳ । ସେଠାରେ ମୁଖ୍ୟତଃ ୩ଟି ସମ୍ପଦ୍ରାୟ ମେଇତି, ନାଗା ଓ କୁକି ରହିଥାନ୍ତି । ନାଗା ଓ କୁକି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଥିବା ବେଳେ ମେଇତିଙ୍କୁ ଏପର୍ଯ୍ୟନ୍ତ ଏହି ମାନ୍ୟତା ମିଳିନାହିଁ । କିନ୍ତୁ ମଣିପୁର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଇତି ସମ୍ପ୍ରଦାୟ ଏହି ମାନ୍ୟତା ପାଇଁ ଦାବି ଜୋର କରିଥିଲେ।

Advertisment

ଅନ୍ୟପକ୍ଷରେ ନାଗା ଓ କୁକି ସମ୍ପ୍ରଦାୟ ଏହାକୁ ବିରୋଧ କରୁଛନ୍ତି । ମେଇତି ସମ୍ପ୍ରଦାୟ ମଣିପୁର ମୋଟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ । ମଣିପୁରରେ ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି । ପାହାଡ଼ିଆ ଅଂଚଳରେ କେବଳ ଆଦିବାସୀମାନେ ବସବାସ କରିପାରିବେ । ମେଇତି ସମ୍ପ୍ରଦାୟକୁ ଏହି ମାନ୍ୟତା ମିଳି ନଥିବାରୁ ସେମାନେ ପାହାଡିଆ ଅଂଚଳ ନୁହେଁ କେବଳ ଘାଟି ଅଂଚଳରେ ରହିପାରିବେ । ତେଣୁ ମେଇତି ସମ୍ପ୍ରଦାୟ ଦୀର୍ଘ ଦିନରୁ ଅନୁସୂଚିତ ଜନଜାତି ମାନ୍ୟତା ପାଇଁ ଦାବି କରି ଆସୁଛନ୍ତି । 

Rahul Gandhi
Advertisment
Advertisment