Advertisment

ବାହାନଗା ଟ୍ରେନ୍‌ ଦୁର୍ଘଟଣା: DNA ଟେଷ୍ଟ୍‌ ପରେ ଆଉ ୨୯ ମୃତଦେହ ଚିହ୍ନଟ

ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Odisha Train Tragedy | 29 more bodies of deceased passengers identified through DNA test

ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ଡିଏନ୍‌ଏ ଟେଷ୍ଟ କରାଯାଇ ଏହିସବୁ ମୃତଦେହ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ଆଜି ଏମ୍ସକୁ ଡକାଯାଇଛି।

Advertisment

ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି। ଆଜି ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଭୁବନେଶ୍ୱର ଏମ୍ସରେ ଯେହେତୁ ସେସବୁ ମୃତଦେହ ରହିଛି, ତେଣୁ ଯେଉଁମାନେ ମୃତଦେହ ନିଜ ଅଞ୍ଚଳକୁ ନେବେ ସେଥିପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ନିଜ ଅଞ୍ଚଳକୁ ନେବେ ନାହିଁ ଏହିଠାରେ ସତ୍କାର କରିବାର ବ୍ୟବସ୍ଥା କରାଯାଇଛି।

ଚିହ୍ନଟ ହୋଇଥିବା ୨୯ ମୃତଦେହ ପଶ୍ଚିମବଙ୍ଗ, ବିହାର, ଓଡ଼ିଶାର ବୋଲି ଜଣାପଡ଼ିଛି। ମୋଟ୍‌ ୯୦ ମୃତଦେହ ଏମ୍ସରେ ରହିଥିଲା। ସେଥି ମଧ୍ୟରୁ ୭୮ ମୃତଦେହର ସାମ୍ପଲ ପଠାଯାଇଥିଲା। ଏବେ କଣ୍ଟେନରରେ ୮୧ ମୃତଦେହ ରହିଛି।

Advertisment
Train Accident
Advertisment
Advertisment