Advertisment

ଯୋଡ଼ା ହେଲା କଟା ହାତ: ରଥଯାତ୍ରା ବେଳେ ଘରକୁ ଫେରୁଥିବା ବେଳେ ହାଣି ଦେଇଥିଲେ ଦୁର୍ବୃତ୍ତ

ରଥଯାତ୍ରା ବେଳେ ରେଲ୍‌ୱେ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଯୁବକଙ୍କ ହାତକୁ ହାଣି ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Doctors Stitch Injured Hand Of Youth

ଯୋଡ଼ା ହେଲା କଟା ହାତ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।  କଟକSCB ମେଡିକାଲ୍‌ରେ ଏହି ସଫଳ ଅପରେସନ୍ ହୋଇଛି। ରଥଯାତ୍ରା ବେଳେ ରେଲ୍‌ୱେ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଯୁବକଙ୍କ ହାତକୁ ହାଣି ଦେଇଥିଲେ। 

Advertisment

ଗୁରୁତର ଅବସ୍ଥାରେ କଟା ହାତ ସହ ବାଲେଶ୍ୱରର ଏହି  ୨୨ ବର୍ଷୀୟ ଯୁବକଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏସ୍‌ସିବିର ପ୍ଲାଷ୍ଟିକ୍ ସର୍ଜରୀ ଓ ଅର୍ଥୋପେଡିକ୍ ବିଭାଗର ଡାକ୍ତରମାନେ ୮ ଘଣ୍ଟା କାଳ ଅପରେସନ୍ କରି କଟା ହାତ ଯୋଡ଼ିଥିଲେ। ଏବେ ସମ୍ପୃକ୍ତ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। 

ପୁଣିଥରେ ଦ୍ୱିତୀୟ ଜୀବନ ଦେଇଥିବାରୁ ଯୁବକ ଜଣକ ଡାକ୍ତରୀ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି। ସେପଟେ ଏହି ଅପରେସନ୍‌ ଏତେଟା ସହଜ ନଥିଲା ବୋଲି ଡାକ୍ତରୀ ଟିମ୍‌ କହିଛନ୍ତି। ଏଥିପାଇଁ ସେମାନଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥିଲା। 

Advertisment
SCB Medical
Advertisment
Advertisment