/odishatv-khabar/media/post_attachments/uploadimage/library/16_9/16_9_0/____1688029096.jpg)
Heavy Rainfall Alert On July 2 And 3 In Some Districts Of Odisha
ବର୍ତ୍ତମାନ ରାଜ୍ୟରେ ପାଣିପାଗରେ ସେମିତି କିଛି ନିର୍ଦ୍ଦିଷ୍ଟ ପ୍ରଭାବ ନାହିଁ। ଦିନରେ ଗୁଳୁଗୁଳି ଅନୁଭୂତ ହେବ। ଜଳୀୟବାଷ୍ପ ଯଥେଷ୍ଟ ଅଧିକ ରହିଛି, ଯାହା ଫଳରେ ଆଦ୍ରତା ଅଧିକ ରହିଛି। ତେବେ ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
Advertisment
ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱାଭାବିକ ରହିବ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍ ମାସରେ ଅଧିକ ବର୍ଷା ହୋଇଛି। ଗତବର୍ଷ ୧୩୬.୧ ମି.ମି. ବର୍ଷା ରେକର୍ଡ ହୋଇଥିଲା। ଚଳିତ ବର୍ଷରେ ବର୍ତ୍ତମାନ ସୁଦ୍ଧା ୧୫୬.୧ ମି.ମି. ବର୍ଷା ରେକର୍ଡ କରାଯାଇଛି।
Realized #weather during past 24 hours over the districts of #Odishapic.twitter.com/ReZBEWm2Lb
— Meteorological Centre, Bhubaneswar (@mcbbsr) June 29, 2023
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)