Advertisment

ମାଡ଼ି ଆସିଲା ମହାନଦୀ ପାଣି, ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା

ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ  ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Heavy water flow in river Mahanadi washes away temporary road to Dhabaleswar

ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା। ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।

Advertisment

ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଆସୁଛନ୍ତି, କିନ୍ତୁ ରାସ୍ତା ନଥିବାରୁ ବାବାଙ୍କୁ ଦର୍ଶନ କରି ଫେରିଯାଉଥିବା ଦେଖିବାକୁ ମିଳିଛି। ଝୁଲା ପୋଲ ଦୁର୍ବଳ ଥିବାରୁ ୧୪୪ ଧାରା ଲାଗୁ କରାଯାଇ ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ ରହିଥିଲା। 

କିଛି ଦିନ ବନ୍ଦ ରହିବା ପରେ ଗତ ଜାନୁଆରୀ ୧୧ ତାରିଖରୁ ମହାନଦୀ ଗର୍ଭରେ ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ମାଟି ରାସ୍ତା କରାଯାଇଥିଲା। କିନ୍ତୁ ମହାନଦୀ ପାଣି ବଢିବା ପରେ ଅସ୍ଥାୟୀ ରାସ୍ତାଟି ଧୋଇଯାଇଛି। କଂକ୍ରିଟ୍ ପୋଲର କାମ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଶ୍ରଦ୍ଧାଳୁମାନେ କିଭଳି ଧବଳେଶ୍ୱରଙ୍କୁ ଦର୍ଶନ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment
Dhabaleswar Temple
Advertisment
Advertisment