/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688094126.jpg)
Fishermen catch huge fish weighing around 30 kilos from river
ନଦୀରେ ବନ୍ଧା ହୋଇ ରହିଛି ବଡ଼ ମାଛ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀରେ ମତ୍ସଜୀବୀଙ୍କ ଜାଲରେ ପଡିଛି ବିରାଟ କାୟ ‘କଳା ସାରାଣ୍ଟ’ ମାଛ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ବୈତରଣୀ ନଦୀର ପିତେଇପୁର ଘାଟରେ ଏହି ବଡ଼ ମାଛ ଜାଲରେ ପଡିଥିଲା। ଏହି ‘କଳା ସାରାଣ୍ଟ’ ମାଛର ଓଜନ ପ୍ରାୟ ୨୫ରୁ ୩୦ କିଲୋ ହେବ ବୋଲି ଅନୁମାନ କରାଯାଉଛି।
Advertisment
ଏହି ମାଛ ବିଶେଷ କରି ପାହାଡିଆ ଅଞ୍ଚଳରେ ରହିଥାନ୍ତି। ମାଛଟି ଦେଖିବାକୁ କଣ୍ଟିଆ ପ୍ରଜାତିର ମାଛ ଭଳି। ମାଛ ସିନା ଜାଲରେ ପଡିଲା ହେଲେ ନା ତାକୁ ବିକ୍ରି କରି ହେଉଛି ନା ଘରେ ରଖି ହେଉଛି। ଶେଷରେ ବାଧ୍ୟ ହୋଇ ବିକ୍ରି ହେଲା ପର୍ଯ୍ୟନ୍ତ ତାକୁ ଦଉଡ଼ିରେ ବାନ୍ଧି ରଖିଛନ୍ତି ମତ୍ସ୍ୟଜୀବୀ। ସେପଟେ ଏହାକୁ ଦେଖିବା ନଦୀ ପଠାରେ ପାଇଁ ଭିଡ଼ ଜମୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)