Advertisment

ବାହାଘର ଦିନ ଧୋକା: ଲକ୍ଷେ ଟଙ୍କା ନେଇ କନ୍ୟା ଫେରାର, କାନ୍ଦି କାନ୍ଦି ଥାନାକୁ ଗଲା ବର...

ଯେତେବେଳେ ବର, ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଥିଲା ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନଙ୍କର ମୁଣ୍ଡ କିଛି କାମ କରିନଥିଲା। ଶେଷରେ ଉପାୟଶୂନ୍ୟ ହୋଇ ବର ଓ ତାଙ୍କ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ।

author-image
Rajalaxmi Sahoo
Bride absconds on wedding day with money

Bride absconds on wedding day with money

ବିବାହ ପାଇଁ ସବୁକିଛି ପ୍ରସ୍ତୁତି ସରିଥିଲା। ଖାଲି ରୀତିନୀତି ଅନୁସାରେ ବାହାଘର ହୋଇଥାନ୍ତି। ହେଲେ ତା’ପୂର୍ବରୁ କନ୍ୟା ଓ ତାଙ୍କ ପରିବାର ଲୋକ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ହେଲେ ଏକଥା ନା ବର ନା ତାଙ୍କ ପରିବାର ଲୋକଙ୍କୁ କିଛି ଜଣାଥିଲା। ବାହାଘର ଦିନ ଯେତେବେଳେ ବର, ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଥିଲା ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନଙ୍କର ମୁଣ୍ଡ କିଛି କାମ କରିନଥିଲା। ଶେଷରେ ଉପାୟଶୂନ୍ୟ ହୋଇ ବର ଓ ତାଙ୍କ ପରିବାର ଲୋକ ଥାନାର ଦ୍ୱାରସ୍ଥ ହେବାସହ ଖନ୍ଦୱା ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିଥିଲେ। ମଧ୍ୟପ୍ରଦେଶରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। 

Advertisment

ସବୁଠାରୁ ବଡ଼ କଥା, କନ୍ୟାର ପରିବାର ଲୋକ ଯେଉଁ ଘରେ ରହୁଥିଲେ, ତାହା ସେମାନଙ୍କ ନିଜ ଘର ନଥିଲା। ସେମାନେ ସେଠାରେ ଭଡ଼ାରେ ରହୁଥିଲେ ଓ ବିବାହର ୨ ଦିନ ପୂର୍ବରୁ ଘର ଖାଲି କରି ପଳାଇଥିଲେ। ଘଟଣାକୁ ନେଇ ଯୁବକ କାନ୍ଦି କାନ୍ଦି କହିଛନ୍ତି, ବାହାଘର ପାଇଁ ସେ ୩୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଏହାସହ କନ୍ୟାକୁ ସେ ୭୦ ହଜାର ଟଙ୍କା ଟ୍ରାନ୍ସଫର୍‌ କରିଥିଲେ। ଏପରିକି ୧୦ ହଜାର ଟଙ୍କା ଖର୍ଚ୍ଚ କରି ବାହାଘର ପାଇଁ ପୋଷାକ ମଧ୍ୟ କିଣି ସାରିଥିଲେ। 

ସେପଟେ ବରପକ୍ଷଙ୍କ ଅଭିଯୋଗ ଆଧାରରେ ସାଇବର ଟିମ୍‌ ସହାୟତାରେ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। ଏହାସହ କିଭଳି ଭାବେ ଯୁବକ ଜଣକ ଠକାମିର ଶିକାର ହେଲେ ? ଏହା ପଛରେ ଆଉ କେଉଁ କେଉଁମାନଙ୍କ ହାତ ଅଛି ? ଏସବୁ ନେଇ ପୋଲିସ୍‌ ଛାନ୍‌ଭିନ୍‌ କରୁଛି। 

Advertisment
Viral News
Advertisment
Advertisment