Advertisment

ଗାଡ଼ି ସାଇଡ୍‌ମରାକୁ ନେଇ ତୁମୁଳକାଣ୍ଡ: ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ !

ରାସ୍ତାରେ କାର୍‌ ସାଇଡ୍‌ମରାକୁ ନେଇ ତୁମୁଳକାଣ୍ଡ। ଝଗଡ଼ା ଏତେ ଜୋର ହୋଇଥିଲା ଯେ, ଗୁଳିମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି।

author-image
Rajalaxmi Sahoo
 BJD Corporator Brother And His Son Injured In Firing By Miscreants In Bhubaneswar

BJD Corporator Brother And His Son Injured In Firing By Miscreants In Bhubaneswar

ରାସ୍ତାରେ କାର୍‌ ସାଇଡ୍‌ମରାକୁ ନେଇ ତୁମୁଳକାଣ୍ଡ। ଝଗଡ଼ା ଏତେ ଜୋର ହୋଇଥିଲା ଯେ, ଗୁଳିମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି। ଲକ୍ଷ୍ମୀସାଗର ଥାନାଠାରୁ ଅଳ୍ପ ଦୂରରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ବିଜେଡି କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଶିଖର ଜେନା ଓ ତାଙ୍କ ପୁଅ ରିଙ୍କୁ। 

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଜଗନ୍ନାଥନଗର ଲେନ୍‌-୧ ସ୍ଥିତ ଏକ ମଣ୍ଡପରେ ବିବାହ ଭୋଜି ଚାଲିଥିଲା। ଭୋଜି ଖାଇ ଶିଖର ଜେନାଙ୍କ ବଡ଼ ପୁଅ ଦୀପକ ଜେନା ଫେରୁଥିଲେ। ଏହି ସମୟରେ ପ୍ରଭାତ ମାର୍ଥା ନାମକ ଜଣେ ବ୍ୟକ୍ତି ଓ ତାଙ୍କର ସହଯୋଗୀମାନେ ଅନ୍ୟ ଏକ କାର୍‌ରେ ଆସୁଥିଲେ। ତେବେ କାର୍‌ ସାଇଡ୍‌ମରାକୁ ନେଇ ପ୍ରଭାତ ଏବଂ ତାଙ୍କ ସହଯୋଗୀଙ୍କ ସହ ଦୀପକଙ୍କ ପାଟିତୁଣ୍ଡ ହୋଇଥିଲା। 

ଅଭିଯୋଗ ଅନୁସାରେ, ପ୍ରଭାତ ଓ ତାଙ୍କର ସହଯୋଗୀମାନେ ଦୀପକଙ୍କୁ ଅଟକାଇଥିଲେ। ଖବରପାଇ ଦୀପକଙ୍କ ସାନ ଭାଇ ରିଙ୍କୁ ଓ ବାପା ଶିଖର ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ସେମାନଙ୍କୁ ଭୟଭୀତ କରିବା ଲାଗି ପ୍ରଭାତଙ୍କ ସହଯୋଗୀମାନେ ପ୍ରଥମେ ୬ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ହେଲେ ଶିଖର ଅନ୍ୟ ଏକ ବନ୍ଧୁକରେ ୪ ରାଉଣ୍ଡ ଗୁଳି ଉପରକୁ ଚଳାଇ ଥିବାବେଳେ ୨ ରାଉଣ୍ଡ ଗୁଳି ଶିଖର ଓ ରିଙ୍କୁଙ୍କ ଗୋଡ଼କୁ ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

Advertisment

ଅନ୍ୟପକ୍ଷେ, ଗୁଳିମାଡ଼ ଘଟଣାରେ ପୋଲିସ୍‌ ଜଣଙ୍କୁ ଅଟକ ରଖି ଗୋଟିଏ ବନ୍ଧୁକ ଜବତ କରିଛି। ସେପଟେ ପରବର୍ତ୍ତୀ ସମୟରେ ଗୋଷ୍ଠୀ ସଂଘର୍ଷ ଉଗ୍ର ହେବାର ଆଶଙ୍କା ଥିବାରୁ ଝାରପଡ଼ାରେ ବହୁ ସଂଖ୍ୟାରେ ଫୋର୍ସ ମୁତୟନ କରାଯାଇଛି।

Firing
Advertisment
Advertisment