ସ୍କୁଲ୍ରେ ବିଳମ୍ବରେ ପହଞ୍ଚିବାରୁ ଛାତ୍ରୀଙ୍କୁ ଉଠ୍ବସ୍ କରାଇଲେ ଶିକ୍ଷକ। ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ଷ୍ଟେଟ୍ ଆଥଲେଟିକ୍ ମିଟ୍ରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ନାବାଳକ ଖେଳାଳିଙ୍କୁ କିଛି ସିନିୟର ଖେଳାଳି ଯୌନ ନିର୍ଯାତନା ଦେଇଥିବା ସମ୍ପୃକ୍ତ ନାବାଳକ ଓ ତାଙ୍କ ମା’ ଭୁବନେଶ୍ୱର ଇନ୍ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି।
କଟକ ମହାନଦୀରେ ନିଖୋଜ ୨ ନାବାଳକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଆୟୁର୍ ଖାନ୍। ଗତକାଲି ୩ ସାଙ୍ଗ ଯୋବ୍ରା ବ୍ୟାରେଜ ନିକଟରେ ଗାଧୋଉ ଥିବାବେଳେ ମହାନଦୀରେ ବୁଡ଼ି ଯାଇଥିଲେ।
ଯେଉଁ ବୟସରେ ଖେଳିବୁଲି ସମୟ କାଟିବା କଥା, ଏ ଦୁଇଝିଅ ନିଜ ଶଯ୍ୟାଶାୟୀ ବାପାର ସେବା କରୁଛନ୍ତି। ମାଆ ଆରିପାରିକୁ ଚାଲିଯିବା ପରେ ଏମାନେ ଏବେ ଘର ଚଳାଉଛନ୍ତି।
ଏ କି ଯୁଗ ହେଲାରେ ନାରଣ। ଯୁଆଡେ ଚାହିଁବ ଖାଲି ଶଙ୍ଖ। ଝୁମ୍ପୁଡି ଭୋଟ ସବୁକୁ ଶଙ୍ଖ ଟାଣି ଆଣିଛି। ସେଥି ପାଇଁ ଏ ମେୟରଙ୍କୁ କୁହାଯିବ...
କଥାଟା ଟିକେ ଅଡୁଆ ଲାଗୁଥିଲେ ବି ପ୍ରକୃତ କଥା ଜାଣିଲେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ। ପୂରା ଘଟଣା ଜାଣିଲେ କେଇ ମିନିଟରେ ଆପଣଙ୍କ ଆଖିରୁ ଝରି ପଡିବ ଦୁଇ ଟୋପା ଲୁହ।
ଫାଣ୍ଡିରେ ଥାର୍ଡ ଡିଗ୍ରୀ, ତା ପୁଣି ଜଣେ ନାବାଳକକୁ। ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ ଦିନ ଫାଣ୍ଡିରେ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।
ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛି।
ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତକାଲି ଅପରାହ୍ଣରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଏହି ସଂଘର୍ଷ ହୋଇଛି।
ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ୪୧.୬ ଡିଗ୍ରୀ ସେଲସିୟସର ତାପମାତ୍ରା ସହ ଦିଲ୍ଲୀରେ ସତେ ଯେମିତି ଆକାଶରୁ ନିଆଁ ଖଣ୍ଡ ଖସୁଛି।
କ୍ଷମତାରେ ରହିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱାଙ୍କୁ ବିତାଡ଼ିତ କରିବାକୁ ଇମ୍ରାନ ଉଦ୍ୟମ କରିଥିଲେ ବୋଲି ଚର୍ଚ୍ଚା ହେଉଛି।
ଦେଶରେ କିଛି ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ସପ୍ତାହକ ମଧ୍ୟରେ ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ସଂକ୍ରମଣ ବୃଦ୍ଧି ପାଇଛି।
ସାଢ଼େ ୧୩ ହଜାର ଫୁଟ୍ ଉଚ୍ଚରୁ ଜଣେ ମହିଳା ତଳକୁ ଖସି ପଡ଼ିବା ପରେ ମଧ୍ୟ ସେ ମୃତ୍ୟୁକୁ ମାତ୍ ଦେଇଛନ୍ତି। ଏତେ ଉଚ୍ଚରୁ ତଳକୁ ଖସି ପଡ଼ିବା ପରେ ଚମତ୍କାର ଭାବେ ୩୫ ବର୍ଷୀୟ ଏହି ମହିଳା ଜଣକ ବଞ୍ଚି ଯାଇଛନ୍ତି।
ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ୩ ଯୁବତୀଙ୍କ ମୃତଦେହ। ଏକାବେଳକେ ଏମାନେ କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ସେ ସମ୍ପର୍କରେ କିଛି ଜଣାପଡ଼ିନି। ଗାଁ ନିକଟ ଜଙ୍ଗଲ ଆଡ଼କୁ ଯାଉଛନ୍ତି ବୋଲି ଘରେ କହିଥିଲେ।
ଋଷ୍- ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍ ଗସ୍ତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ସେ ସହରର ଗଳିକନ୍ଦି ବୁଲି ଦେଖିଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଅନାସ୍ଥା ଭୋଟ୍ ପୂର୍ବରୁ ଇମ୍ରାନ ଖାନ୍ ୩ ଟି ସର୍ତ୍ତ ରଖିଥିଲେ। ଇସ୍ତଫା ପରେ ତାଙ୍କୁ ଗିରଫ କରାଯିବନି, ଶାହବାଜ୍ଙ୍କୁ ପ୍ରଧାନମନ୍ତ୍ରୀ କରାନଯାଉ ଏବଂ NAB ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ କରାଯିବନି।
ଫିଲ୍ମ ରିଲିଜ୍ ନହେଉଣୁ ଫ୍ୟାନ୍ସଙ୍କ କ୍ରେଜ୍। ଦେଢ଼ ହଜାରରୁ ୨ ହଜାର ଟଙ୍କାରେ ବିକ୍ରି ହେଉଛି ଟିକେଟ୍। ‘KGF 2’କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି।
ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ବାହାରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବୋମାମାଡ଼ରେ ଘରର ପାଚେରୀ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ପାକିସ୍ତାନରୁ ଇମ୍ରାନ ଖାନ୍ଙ୍କ ସରକାର ଆଉଟ୍ ହେବା ପରେ ପରେ ତାଙ୍କର ନିକଟତର ଲୋକଙ୍କ ଉପରେ ଆକ୍ସନ ନିଆଯାଇଛି। ବିଳମ୍ବିତ ରାତିରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାସ୍ ହେବା ପରେ ଇମ୍ରାନଙ୍କ ଅତି ଘନିଷ୍ଠ କୁହାଯାଉଥିବା ଡଃ ଅର୍ସଲାନ ଖଲିଦ୍ଙ୍କ ଘରେ ରେଡ୍ ହୋଇଛି।
ଶ୍ରୀଲଙ୍କାରେ ଲୋକଙ୍କ ବିରୋଧ ଓ ପ୍ରତିବାଦ ଜାରି ରହିଛି। ଗଳିକନ୍ଦିରେ ଦେଖିବାକୁ ମିଳୁଛି ପ୍ରତିବାଦର ସ୍ୱର। ରାଷ୍ଟ୍ରପତି ଭବନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁଠି ଶୁଭୁଛି ପ୍ରତିବାଦର ସ୍ୱର।