୨୨ ବର୍ଷର ସ୍ଥିର ସରକାର ଏମିତି ଚାଲିଛି। ସାଙ୍ଘାତିକ ଚଞ୍ଚକତା। ସମିତି ସଭ୍ୟଙ୍କଠୁ ସରପଞ୍ଚଙ୍କ ପର୍ଯ୍ୟନ୍ତ, ସମସ୍ତେ ପାଉଛନ୍ତି ପିଡ଼ିଏସ୍ ରାସନ ଚାଉଳ? ସରକାରୀ ଚାକିରିଆ ବି ପାଉଥିଲେ ଚାଉଳ? ମଲା ଲୋକଙ୍କ ନାଁରେ ବି ଉଠୁଛି ରାସନ ସାମଗ୍ରୀ...
ନବୀନ ନିଜ ମନ୍ତ୍ରୀମଣ୍ଡଳକୁ ସଂପ୍ରସାରଣ କରିବା ନେଇ ଆରମ୍ଭ ହୋଇଗଲାଣି ଜୋରଦାର ଚର୍ଚ୍ଚା। କିଏ ହଟିବ ଆଉ କିଏ ରହିବ? କିଏ କିଏ ଏସନ ମନ୍ତ୍ରୀମଣ୍ଡଳରେ ହେବେ ସାମିଲ ? ପ୍ରକ୍ରିୟା ଆରମ୍ଭ ହେବ କେବେଠୁ ?
ସାମ୍ବିଧାନିକ ପଦକୁ ସମ୍ମାନ ମିଳୁ। ଅପରାଜିତା ଷଡଙ୍ଗୀଙ୍କୁ ସମ୍ମାନ ନମିଳୁ, ହେଲେ ସାଂସଦ ପଦକୁ ମିଳୁ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ମାଧ୍ୟମରେ ଚିଠି ଦେଇଛି... ଜାଣିନି ତାଙ୍କ ପାଖରେ ପହଞ୍ଚିବ କି ନାହିଁ। ମୁଁ ଓଡ଼ିଆ, ତେଣୁ ଜଗନ୍ନାଥଙ୍କ ପ୍ରସଙ୍ଗ ସବୁଆଡ଼େ ଉଠାଇବି...‘ଖୋଲାକଥା’ କାର୍ଯ୍ୟକ୍ରମରେ ଏଭଳି କିଛି କହିଛନ୍ତି...
ଡିଜେ ପ୍ରତିଯୋଗିତା ବେଳେ ଓଲଟି ପଡ଼ିଲା ଡିଜେ ଗାଡ଼ି। ଫଳରେ ଗାଡ଼ି ତଳେ ଚାପି ହୋଇ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଟିକେଟ୍ ବୁକିଂକୁ ନେଇ ଭାରତୀୟ ରେଳ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଟିକେଟ୍ ବୁକିଂ କରିବା ସମୟରେ ଯାତ୍ରୀଙ୍କୁ ଆଉ ଡେଷ୍ଟିନେସନ୍ ଆଡ୍ରେସ୍ ଦେବାକୁ ପଡ଼ିବ ନାହିଁ।
ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ମହାନଦୀ। କାଳ ହେଉଛି ମହାନଦୀର ଗଭୀର ପାଣିରେ ଗାଧୋଇବା। ନିକଟରେ ମହାନଦୀରେ ବୁଡ଼ି ୩ ଛାତ୍ରଙ୍କ ଜୀବନ ଚାଲି ଯାଇଥିବାବେଳେ ଏବେ ଆଉ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି।
ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ୱାଭାବିକ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ହେବାର ଆକଳନ କରାଯାଇଛି।
ଘାଟିରେ ଜଗିଛି ଯମ। ଦେବଗଡ଼ ଜିଲ୍ଲା ଗଇଲୋ ଘାଟିରେ ପୁଣି ଦୁର୍ଘଟଣା ଘଟିଛି। ଘାଟିରେ ଅଟୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ଗୁରୁତରଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ରାଜଧାନୀ ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣ କରା ନଯିବା ପ୍ରସଙ୍ଗରେ ପୁଣି ଆଜି ଟ୍ୱିଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯଦି ତଦନ୍ତ ନ ହୁଏ, ତେବେ ସପ୍ତାହେ ପରେ ପୁଣି ଥରେ ମନେ ପକାଇବି ବୋଲି ସାଂସଦ କହିଛନ୍ତି।
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ପଶ୍ଚିମ ଓଡ଼ିଶା। ତତଲା ତାଓ୍ୱା ପାଲଟିଛି ଝାରସୁଗୁଡ଼ା। ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଆଜି ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।
ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ରେଲ୍ୱେ ଟ୍ରାକ୍ ନିକଟରେ ପଡ଼ିଛି ଯୁବକ, ଯୁବତୀଙ୍କ ମୃତଦେହ। ଉଭୟଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ବିଳମ୍ବିତ ରାତିରେ ଔଷଧ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ହୋଇ ୬ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳରେ ଏକ ଔଷଧ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି।
ଦଣ୍ଡଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ। ପରସ୍ପର ମଧ୍ୟରେ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।
ଜମିବାଡ଼ି ବିବାଦକୁ ନେଇ ବାହାରପଟୁ ତାଲା ମାରି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଅଗ୍ନିକାଣ୍ଡରେ ଘର ଜଳିପୋଡ଼ି ପାଉଁଶ ହୋଇଯାଇ ଥିବାବେଳେ ଆସବାବପତ୍ର, ଟଙ୍କା, ସୁନା ପୋଡ଼ି ପାଉଁଶ ହୋଇଯାଇଛି।
କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁର ବୀଭତ୍ସ କାଣ୍ଡକୁ ନେଇ ସ୍ତବ୍ଧ ସାରା ରାଜ୍ୟ। ଏହି ଗଣହତ୍ୟା ଘଟଣାରେ ଅଭିଯୁକ୍ତ ସାନ ଭାଇ ଶିବ ସାହୁଙ୍କ ପତ୍ନୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଘଟଣା ବେଳର ଲୋମଟାଙ୍କୁରା କାହାଣିକୁ ସେ କାନ୍ଦି କାନ୍ଦି କହିଛନ୍ତି।
ଅବହେଳିତ ଅବସ୍ଥାରେ ବୌଦ୍ଧ ବିହାର ପର୍ଯ୍ୟଟନ କ୍ଷେତ୍ର ଲାଙ୍ଗୁଡ଼ି। ଯାଜପୁର ଧର୍ମଶାଳାରେ ଥିବା ଲାଙ୍ଗୁଡ଼ି ପାହାଡ଼ ଦିନେ ଗବେଷକଙ୍କୁ ବିସ୍ମିତ କରୁଥିଲା, ପର୍ଯ୍ୟଟକଙ୍କୁ ବି ଡାକୁଥିଲା। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ପାନ୍ଥ ନିବାସ ସହିତ ବିଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସେସବୁ...
ଆଇପିଏଲ୍ର ଚଳିତ ସିଜନରେ ଖେଳୁଥିବା ଦୀନେଶ କାର୍ତ୍ତିକ ଓ ତାଙ୍କ ପତ୍ନୀ ଦୀପିକା ପାଲ୍ଲିକଲଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଫିନିସର ଭାବେ ଆରସିବି ପାଇଁ ମ୍ୟାଚ୍ ଜିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ଦୀନେଶ। ସେପଟେ ବିଶ୍ୱ Squash ମହିଳା ରାଙ୍କିଂରେ ଟପ୍ ଟେନ୍ରେ ରହି ରେକର୍ଡ ଭାଙ୍ଗିଛନ୍ତି ଦୀପିକା।
ୟୁକ୍ରେନ-ଋଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିରୋଧୀ ନେତା ଭିକ୍ଟର ମେଡ୍ଭେଡ୍ଚୁକ୍ (Viktor Medvedchuk)ଙ୍କୁ ୟୁକ୍ରେନ ହେପାଜତକୁ ନେଇଥିବା ଦାବି କରିଛି। ଏନେଇ ୟୁକ୍ରେନ ଗୁଇନ୍ଦା ଏଜେନ୍ସି SBU ପକ୍ଷରୁ କିଛି ଫଟୋ ଜାରି କରାଯାଇଛି।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଏକ ବଡ଼ ପ୍ରମାଣ ଲାଗିଛି। ମାନସଙ୍କ ବ୍ୟବହୃତ ଜିନିଷ ଓ କୋଦାଳ, ଗଇଁତି ଫିଙ୍ଗିବାର ବଡ଼ ତଥ୍ୟ ମିଳିଛି।
ଗତ କିଛିଦିନ ହେବ ଉତ୍ତରପ୍ରଦେଶ ଗାଜିଆବାଦ ଓ ନୋଏଡାରେ ଅନେକ ସ୍କୁଲ୍ରେ ଛାତ୍ରମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ୫ ସ୍କୁଲ୍ ବନ୍ଦ ଘୋଷଣା ହୋଇଛି। ବୁଧବାର ଗାଜିଆବାଦର ଆଉ ଏକ ସ୍କୁଲ୍ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍କୁଲ୍ ବନ୍ଦ ଘୋଷଣା ହୋଇଛି।