Advertisment

ଗଳିକନ୍ଦିରେ ପ୍ରତିବାଦର ସ୍ୱର: ଅତ୍ୟାବଶକୀୟ ସାମଗ୍ରୀ ଦାମ ବୃଦ୍ଧି, ଖାଇବାକୁ ପାଉ ନାହାନ୍ତି ଲୋକେ

ଶ୍ରୀଲଙ୍କାରେ ଲୋକଙ୍କ ବିରୋଧ ଓ ପ୍ରତିବାଦ ଜାରି ରହିଛି। ଗଳିକନ୍ଦିରେ ଦେଖିବାକୁ ମିଳୁଛି ପ୍ରତିବାଦର ସ୍ୱର। ରାଷ୍ଟ୍ରପତି ଭବନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁଠି ଶୁଭୁଛି ପ୍ରତିବାଦର ସ୍ୱର।

author-image
Rajalaxmi Sahoo
Protests Continue In Sri Lanka

Protests Continue In Sri Lanka

ଶ୍ରୀଲଙ୍କାରେ ଲୋକଙ୍କ ବିରୋଧ ଓ ପ୍ରତିବାଦ ଜାରି ରହିଛି। ଗଳିକନ୍ଦିରେ ଦେଖିବାକୁ ମିଳୁଛି ପ୍ରତିବାଦର ସ୍ୱର। ରାଷ୍ଟ୍ରପତି ଭବନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁଠି ଶୁଭୁଛି ପ୍ରତିବାଦର ସ୍ୱର। ଅତ୍ୟାବଶକୀୟ ସାମଗ୍ରୀର ଦର ବହୁଗୁଣା ବଢ଼ି ଯାଇଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଇବାକୁ ପାଉ ନାହାନ୍ତି। ରାଷ୍ଟ୍ରପତି ତାଙ୍କ ପଦରୁ ଇସ୍ତଫା ଦେବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି।

Advertisment

ଲୋକଙ୍କ ପ୍ରବଳ ବିରୋଧ ଦେଖି ଶ୍ରୀଲଙ୍କା ସରକାର ଏପ୍ରିଲ ୧ ତାରିଖରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ରାଜଧାନୀ କଲୋମ୍ବୋରେ ଲୋକଙ୍କ ପ୍ରବଳ ବିରୋଧ ଓ ସମାବେଶ ସହ ରାଷ୍ଟ୍ରପତି ଭବନ ସାମ୍ନାରେ ଲୋକେ ନାରାବାଜି କରିବାରୁ ରାଷ୍ଟ୍ରପତି ଏମରଜେନ୍ସୀ ଜାରି କରିଥିଲେ। ଏହାସହ ଦେଶରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଥିଲା। ହେଲେ ଚାରିଆଡ଼ୁ ଚାପ ପଡିବା ପରେ ଏମରଜେନ୍ସୀ ହଟାଇବାକୁ ଶ୍ରୀଲଙ୍କା ସରକାର ବାଧ୍ୟ ହୋଇଥିଲେ।  

୫ ତାରିଖ ବିଳମ୍ବିତ ରାତିରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶରୁ ଜରୁରୀକାଳୀନ ପରିସ୍ଥିତି ହଟାଇ ଦେଇଥିଲେ। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ  ନିଜ ଭାଇ ବାସିଲ୍ ରାଜପକ୍ଷେଙ୍କୁ ଦେଶର ଅର୍ଥମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ଅଲି ସାବ୍ରିଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଦାୟିତ୍ୱ ନେବାର ୨ ଦିନ ହେଇନି ସିଏ ବି ଇସ୍ତଫା ଦେଇ ଦେଇଥିଲେ।

Advertisment

ଦେଶର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଥିବାରୁ ବୋଝ ମୁଣ୍ଡେଇ କାମ କରିବାକୁ ଚାହୁଁ ନାହାନ୍ତି ବୋଲି ସାବ୍ରି କହିଛନ୍ତି। ଏଥିରୁ ଅନୁମାନ କରି ହେଉଛି ଶ୍ରୀଲଙ୍କାର ପରିସ୍ଥିତି କେତେ ଖରାପ ସ୍ଥିତିକୁ ଚାଲି ଯାଇଛି। ସେପଟେ ଦେଶରେ ଖାଦ୍ୟ ସାମଗ୍ରୀ ଦର ବଢି ଚାଲିଥିବା ବେଳେ ଏବେ ଔଷଧର ଘୋର ଅଭାବ ଦେଖା ଦେଲାଣି। ତେଣୁ ଶ୍ରୀଲଙ୍କାରେ ୫ ଏପ୍ରିଲରୁ ହେଲ୍‌ଥ୍‌ ଏମରଜେନ୍ସୀ ଜାରି କରାଯାଇଛି। 

Sri Lanka Economic Crisis Sri Lanka Crisis
Advertisment
Advertisment