Advertisment

୧୩ ହଜାର ଫୁଟ୍‌ ଉଚ୍ଚରୁ ତଳକୁ ଖସି ପଡ଼ିଲେ ମହିଳା, ହେଲା ଏମିତି ଚମତ୍କାର...

ସାଢ଼େ ୧୩ ହଜାର ଫୁଟ୍‌ ଉଚ୍ଚରୁ ଜଣେ ମହିଳା ତଳକୁ ଖସି ପଡ଼ିବା ପରେ ମଧ୍ୟ ସେ ମୃତ୍ୟୁକୁ ମାତ୍ ଦେଇଛନ୍ତି। ଏତେ ଉଚ୍ଚରୁ ତଳକୁ ଖସି ପଡ଼ିବା ପରେ ଚମତ୍କାର ଭାବେ ୩୫ ବର୍ଷୀୟ ଏହି ମହିଳା ଜଣକ ବଞ୍ଚି ଯାଇଛନ୍ତି।

author-image
Rajalaxmi Sahoo
Woman Fell From Sky 13000ft Height On Ground

Woman Fell From Sky 13000ft Height On Ground

କଥାରେ, ଯାହାକୁ ରଖିବେ ଅନନ୍ତ,କି କରିପାରେ ବଳବନ୍ତ। ଅର୍ଥାତ୍‌ ଭଗବାନ ଯଦି ଜଣଙ୍କୁ ରକ୍ଷା କରିବେ, ତା’ହେଲେ କେହିବି ତାଙ୍କର କୌଣସି କ୍ଷତି ପହଞ୍ଚାଇ ପାରିବେ ନାହିଁ। ସାଢ଼େ ୧୩ ହଜାର ଫୁଟ୍‌ ଉଚ୍ଚରୁ ଜଣେ ମହିଳା ତଳକୁ ଖସି ପଡ଼ିବା ପରେ ମଧ୍ୟ ସେ ମୃତ୍ୟୁକୁ ମାତ୍ ଦେଇଛନ୍ତି। ଏତେ ଉଚ୍ଚରୁ ତଳକୁ ଖସି ପଡ଼ିବା ପରେ ଚମତ୍କାର ଭାବେ ୩୫ ବର୍ଷୀୟ ଏହି ମହିଳା ଜଣକ ବଞ୍ଚି ଯାଇଛନ୍ତି। ସମ୍ପୃକ୍ତ ମହିଳାଙ୍କ ନାଁ ଜୋର୍ଡାନ ହାଟ୍‌ମାକେର୍‌ (Jordan Hatmaker)। ଭର୍ଜିନିଆରେ ରହୁଥିବା ଜୋର୍ଡାନ ଜଣେ Skydiver(ସ୍କାଏଡାଇଭର)। 

Advertisment

‘ଦ ସନ୍‌’ର ରିପୋର୍ଟ ଅନୁସାରେ, ସାଢ଼େ ୧୩ ହଜାର ଫୁଟ୍‌ ଉଚ୍ଚରୁ ଖସି ପଡ଼ିବା ପରେ ଜୋର୍ଡାନ ଆହତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ମାସେ ଧରି ଚିକିତ୍ସିତ ହେବା ପରେ ପୁଣିଥରେ ସ୍କାଏଡାଇଭିଂ ପାଇଁ ସେ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ସହ ଘଟିଥିବା ଏହି ଅଘଟଣକୁ ନେଇ ସେ କହିଛନ୍ତି, ସବୁକିଛି ୩୦ ସେକେଣ୍ଡ ଭିତରେ ହିଁଟିଥିଲା। ସେ ପ୍ରାୟ ସାଢ଼େ ୧୩ ହଜାର ଫୁଟ୍‌ ଉଚ୍ଚରୁ ତଳକୁ ଖସି ପଡ଼ିଥିଲେ। ଯେତେବେଳେ ସେ ପାରାଚ୍ୟୁଟ୍‌ ଖୋଲିବା ପାଇଁ ବାହାରିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ପାରାଚ୍ୟୁଟ୍‌ ତାଙ୍କ ଗୋଡ଼ରେ ଛନ୍ଦି ହୋଇଯାଇଛି। ଏହାପରେ ଘଣ୍ଟା ପ୍ରତି ୨୦୦କି.ମି. ବେଗରେ ସେ ତଳକୁ ଖସିବାରେ ଲାଗିଥିଲେ। ସାଢ଼େ ୧୩ ହଜାର ଫୁଟ୍‌ ଉଚ୍ଚରୁ ଖସି ପଡ଼ିବା ପରେ ଜୋର୍ଡାନ ଆହତ ହୋଇଥିଲେ।

ସେ କେବେବି ଭାବି ନଥିଲେ ଆଉ ଜୀବନ ଫେରି ପାଇବେ। କିନ୍ତୁ, ଭଗବାନଙ୍କ ଇଚ୍ଛା କିଛି ଅଲଗା ଥିଲା ବୋଲି ଜୋର୍ଡାନ କହିଛନ୍ତି।  ସାଢ଼େ ୧୩ ହଜାର ଫୁଟ୍‌ ଉଚ୍ଚରୁ ତଳକୁ ଖସି ପଡ଼ିବା ଯୋଗୁ ତାଙ୍କ ଗୋଡ଼ର ହାଡ଼ ଓ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଶରୀରର ଏମିତି କୌଣସି ଅଂଶ ନଥିଲା ଯାହା ଭାଙ୍ଗି ନଥିଲା ବୋଲି ଜୋର୍ଡାନ କହିଛନ୍ତି। ତେବେ ଏତେ ଉଚ୍ଚରୁ ଖସିବା ପରେ ମଧ୍ୟ ତାଙ୍କର ହୋସ୍‌ ଥିଲା ଓ ସେ ଯନ୍ତ୍ରଣା ଅନୁଭବ କରୁଥିଲେ। 

Advertisment

ଏହି ଅଘଟଣ ପରେ ଜୋର୍ଡାନ ୨୫ ଦିନ ହସ୍ପିଟାଲ୍‌ରେ ରହି ଚିକତ୍ସିତ ହୋଇଥିଲେ। ପୁଣିଥରେ ପୂର୍ବଭଳି ଛିଡ଼ା ହୋଇ ଚାଲିବା ପାଇଁ ତାଙ୍କୁ ୩ ମାସ ସମୟ ଲାଗିଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। । ଜୋର୍ଡାନ କହିଛନ୍ତି, ସ୍କାଏଡାଇଭିଂ ତାଙ୍କ ସ୍ୱପ୍ନ। ତେଣୁ ଏହାକୁ ସେ କେବେବି ଛାଡ଼ି ପାରିବେ ନାହିଁ। 

Woman Fell From Sky Skydiver
Advertisment
Advertisment