Advertisment

କାର୍ଯ୍ୟକାଳ ପୁରା କରିପାରିଲେନି, ହେଲେ ଯିବା ସମୟରେ ଇତିହାସ ରଚିଲେ ଇମ୍ରାନ ଖାନ

ଅନାସ୍ଥା ଭୋଟ୍‌ ପୂର୍ବରୁ ଇମ୍ରାନ ଖାନ୍‌ ୩ ଟି ସର୍ତ୍ତ ରଖିଥିଲେ। ଇସ୍ତଫା ପରେ ତାଙ୍କୁ ଗିରଫ କରାଯିବନି,  ଶାହବାଜ୍‌ଙ୍କୁ  ପ୍ରଧାନମନ୍ତ୍ରୀ କରାନଯାଉ ଏବଂ NAB ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ କରାଯିବନି।

author-image
Rajalaxmi Sahoo
Imran Khan Creates History In Pak Politics

Imran Khan Creates History In Pak Politics

ମିଡ୍‌ ନାଇଟ୍ ଡ୍ରାମା ଅନାସ୍ଥା ଭୋଟ୍‌ରେ ହାରିଗଲେ ଇମ୍ରାନ ଖାନ୍‌। ରାତି ୨ଟା ପର୍ଯ୍ୟନ୍ତ ଚାଲିଥିବା ଅନସ୍ଥା ଭୋଟରେ ୩୪୨ ସାଂସଦଙ୍କ ସଦସ୍ୟ ମଧ୍ୟରୁ ମିଳିତ ବିରୋଧୀ ୧୭୪ ଭୋଟ୍‌ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ବହୁମତ ପାଇଁ ୧୭୨ଟି ଭୋଟ୍‌ର ଆବଶ୍ୟକତା ଥିଲା। ତେବେ ଭୋଟିଂ ପୂର୍ବରୁ ବାଚସ୍ପତି ଓ ଉପ ବାଚସ୍ପତି ଇସ୍ତଫା ଦେଇଥିଲେ। ଫଳରେ ବିରୋଧୀ  PML-Nର ଅୟାଜ ସାଦିକଙ୍କୁ ନୂଆ ବାଚସ୍ପତି ଭାବେ ମନୋନୀତ କରିଥିଲେ। ଏହାପରେ ଅୟାଜ ସାଦିକ ଭୋଟିଂ ଆରମ୍ଭ କରିଥିଲେ। ଭୋଟିଂ ବେଳେ ଇମ୍ରାନ ଖାନ ସଂସଦରେ ଉପସ୍ଥିତ ନଥିଲେ। ଏହାସହ ତେହେରିକେ ଇନସାଫ୍‌ର କୌଣସି ସଦସ୍ୟ ମଧ୍ୟ ଭୋଟିଂ ବେଳେ ଉପସ୍ଥିତ ନ ରହି ସଂସଦରୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା।

Advertisment

ପାକିସ୍ତାନ ରାଜନୀତିରେ ଇମ୍ରାନ ଖାନ୍‌ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ଅନାସ୍ଥା ଭୋଟରେ ପରାଜିତ ହୋଇଛନ୍ତି। ପାକିସ୍ତାନର ୭୫ ବର୍ଷ ଇତିହାସରେ କୌଣସି ପାକିସ୍ତାନର ପ୍ରଧାନମନ୍ତ୍ରୀ ୫ ବର୍ଷ କାର୍ଯ୍ୟକାଳ ପୁରା କରିପାରି ନାହାନ୍ତି। କେବଳ ୩ ଜଣ ପ୍ରଧାନମନ୍ତ୍ରୀ- ୟୁସୁଫ ରଜା ଗିଲାନୀ(୨୦୦୮ରୁ ୨୦୧୨), ନୱାଜ ଶରିଫ(୨୦୧୩ରୁ ୨୦୧୭) ଓ ଇମ୍ରାନ ଖାନ(୨୦୧୮ରୁ ୨୦୨୨) ୪ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନରେ କ୍ଷମତାରେ ରହିବାରେ ସଫଳ ହୋଇଛନ୍ତି। ହେଲେ କେହିବି ୫ ବର୍ଷ କାର୍ଯ୍ୟକାଳ ପୁରା କରିବାରେ ସକ୍ଷମ ହୋଇ ନାହାନ୍ତି। 

ଇମ୍ରାନ ଖାନଙ୍କ ପରେ ଶାହବାଜ୍ ସରିଫ୍ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି। ଅନାସ୍ଥା ଭୋଟ୍‌ ପୂର୍ବରୁ ଇମ୍ରାନ ଖାନ୍‌ ୩ ଟି ସର୍ତ୍ତ ରଖିଥିଲେ। ଇସ୍ତଫା ପରେ ତାଙ୍କୁ ଗିରଫ କରାଯିବନି,  ଶାହବାଜ୍‌ଙ୍କୁ  ପ୍ରଧାନମନ୍ତ୍ରୀ କରାନଯାଉ ଏବଂ NAB ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ କରାଯିବନି। ତେବେ ପାକିସ୍ତାନ ଗଣତନ୍ତ୍ରରେ ସାଧୁ ଏବଂ ନିୟମରେ ଥିବା ବ୍ୟକ୍ତିଙ୍କ ବିରୋଧରେ କେବେ ବି କାର୍ଯ୍ୟାନୁଷ୍ଠାନ ନିଆଯିବନି ବୋଲି ଶାହବାଜ କହିଛନ୍ତି। 

Advertisment

ପାକିସ୍ତାନ ପିପୁଲ୍ସ ପାର୍ଟିର ମୁଖ୍ୟ  ବିଲାୱାଲ ଭୁଟୋ ଜରଦାରୀ ପାକିସ୍ତାନ ନାଗରିକଙ୍କ ଏହା ବିଜୟ ବୋଲି କହିଛନ୍ତି। ୪ ବର୍ଷ ହେବେ ପାକିସ୍ତାନ ଗଣତନ୍ତ୍ର ବିପଦରେ ଥିଲା। ଏବେ ଅନାସ୍ଥା ଭୋଟ୍‌ ପରେ ଏହାର ବିଜୟ ହୋଇଛି ବୋଲି ସେ କହିଛନ୍ତି।  ସେପଟେ ଇମ୍ରାନ ସରକାରଙ୍କ ୨ ଜଣ ମନ୍ତ୍ରୀ ଫୱାଦ ଚୌଧୁରୀ ଏବଂ ଶାହ ମହମ୍ମଦ କ୍ୟୁରେସୀ ସେମାନଙ୍କର ଟ୍ୱିଟର ପ୍ରୋଫାଇଲ ବଦଳାଇଛନ୍ତି। ଉଭୟ ସେମାନଙ୍କ ଟ୍ୱିଟର ପ୍ରୋଫାଇଲରେ ନିଜକୁ ପୂର୍ବତନ ମନ୍ତ୍ରୀ ବୋଲି ଦର୍ଶାଇଛନ୍ତି।  

ଇମ୍ରାନ ଖାନ୍‌ଙ୍କ ସରକାର ଆଉଟ୍‌ ହେବା ପରେ ପରେ ତାଙ୍କର ନିକଟତର ଲୋକଙ୍କ ଉପରେ ଆକ୍ସନ ନିଆଯାଇଛି। ବିଳମ୍ବିତ ରାତିରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାସ୍‌ ହେବା ପରେ ଇମ୍ରାନଙ୍କ ଅତି ଘନିଷ୍ଠ କୁହାଯାଉଥିବା ଡଃ ଅର୍ସଲାନ ଖଲିଦ୍‌ଙ୍କ ଘରେ ରେଡ୍‌ ହୋଇଛି। ଏହାସହ ଅର୍ସଲାନଙ୍କ ପରିବାର ସଦସ୍ୟଙ୍କ ଫୋନ୍‌ ଛଡ଼ାଇ ନିଆଯାଇଥିବା ସୂଚନା ମିଳିଛି।

Imran Khan Pakistan Prime Minister Imran Khan Pakistan Political Crisis
Advertisment
Advertisment