ସରପଂଚ ହେବ ତ ଏମିତି। ଦୁର୍ନୀତି ରୋକିବାକୁ ନିଜ ପର୍ସନାଲ ନମ୍ବର ସହ ବିଭିନ୍ନ ବିଭାଗର ଫୋନ୍ ନମ୍ବରରେ ରାସ୍ତା ଲଗାଇଲେ ପୋଷ୍ଟର। କହିଲେ, ଦୁର୍ନୀତିର ଗନ୍ଧ ପାଇଲେ ହେବ କାର୍ଯ୍ୟାନୁଷ୍ଠାନ
ଜାମ୍ମୁରେ ପୁଣି ନରସଂହାର କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ। LOC ପାଖରେ ସୀମା ପାର୍ କରିବାକୁ କରୁଛନ୍ତି ଯୋଜନା। ଗୁଇନ୍ଦା ରିପୋର୍ଟ ମିଳିବା ପରେ ହାଇଆଲର୍ଟରେ ସେନା, ସୀମାରେ ବଢିଲା ହଲଚଲ
ଇଏ ପେଟି କଣ୍ଟ୍ରାକ୍ଟର। ରାସ୍ତା ଗୁଡ଼ାକ ଏମିତି ଖୋଳି ଦିଏ ଯେ ଖାଲ ବନ୍ଦ ହେବାକୁ ଲାଗିଯାଏ ୬ ମାସ। ବାସ୍ ଯାହାକୁ ଦେଖାନଗଲା ସିଏ ମୋର ପରି ଘାଇଲା ହେଲା...
ମୋ ବୋଉଲୋ !! ଇଏ କି ନାଚ? ଓଡ଼ିଶୀ ନା ସମ୍ବଲପୁର? କିଛି ତ ଜଣାପଡ଼ୁନି..ଦେଉନାହାନ୍ତି ଇଏ କେମିତି ମୋଡ଼ି ବଙ୍କେଇ ହୋଇ ନାଚୁଛନ୍ତି ମାଡାମ୍
ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ମଧ୍ୟ RRR ପ୍ରେମରେ ପଡିଯାଇଛି। ଫିଲ୍ମର ଏକ ପୋଷ୍ଟର Memes ସେୟାର କରି ସଡକ ସୁରକ୍ଷା ନେଇ ପରିବହନ ବିଭାଗ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା
ଏଇଠି ଥିଲା ଡିଆସିଲ ଟା କିଏ ମାରିଲାରେ? ବୋମାଟା ଫୁଟିଗଲାରେ....ଖେଳଟା ଜମିଗଲାରେ....ଜବରଦସ୍ତ ଗୀତରେ ଦମଦାର୍ ଭାବରେ ମଞ୍ଚକୁ ସାଇକେଲରେ ଆସିଲେ ସବ୍ୟସାଚୀ, ଦେଖନ୍ତୁ ସେହି ଭିଡ଼ିଓ
ୟୁକ୍ରେନ ସହ ଯୁଦ୍ଧ କରିବାକୁ ଇଚ୍ଛା କରୁନାହାନ୍ତି ଋଷ ସୈନ୍ୟ। ଯୁଦ୍ଧକୁ ବନ୍ଦ କରିବାକୁ ନିଜ ଗାଡ଼ିକୁ ଗୁଳିମାରୁଛନ୍ତି ତ ପୁଣି ମିଛ କହି ଛୁଟି ନେଇ ଘରକୁ ପଳାଉଛନ୍ତି। ଚାଂଚଲ୍ୟକର ଖୁଲାସା କଲା ବ୍ରିଟିଶ ଗଣମାଧ୍ୟମ...
ଅନ୍ଇନରୁ ଜ୍ଞାନ ଆହରଣ କରି ଅଫଲାଇନରେ ପ୍ରୟୋଗ କର ଚାପମୁକ୍ତ ହୋଇ ପରୀକ୍ଷା ଦିଅ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦିନେ କହିଥିଲେ ‘ଜନତାଙ୍କୁ ଏପରି ସରକାର ଦରକାର, ଯିଏ ୪୦ ଟଙ୍କାରେ ପେଟ୍ରୋଲ୍ ଓ ୩୦୦ ଟଙ୍କାରେ ରୋଷେୟୀ ଗ୍ୟାସ୍ ଯୋଗାଇ ଦେବ’। ଏକଥା ସାମ୍ବାଦିକ ମନେ ପକାଇ ଦେବାରୁ ଚିଇଁକି ଉଠିବେ ବାବା ରାମଦେବ। କହିଲେ...
ବଲାଙ୍ଗିର ତୁଷରା ଡବଲ ମର୍ଡର ଘଟଣାରେ ପୋଲିସ ଜଣକୁ ଅଟକ ରଖିଛି । ଅଭିଯୁକ୍ତର ନାଁ ହେଲା ଜଗନ୍ନାଥ ମେହେର । ଘରୋଇ କଳିକୁ ନେଇ ଖୁଡ଼ି ଓ ଜେଜେମାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି ।
ଆର୍ଥିକ ସଂକଟରେ ଯୁଝି ହେଉଥିବା ଶ୍ରୀଲଙ୍କାରେ ଜୋରଦାର ବିକ୍ଷୋଭ । ଗତ ରାତିରେ ହଜାର ହାଜର ଲୋକ କଲମ୍ବୋର ରାଜରାସ୍ତାରେ ବିକ୍ଷୋଭ କରିବା ସହ ରାଷ୍ଟ୍ରପତି ଗୋଟବାୟା ରାଜପକ୍ସଙ୍କ ଇସ୍ତଫା ଦାବି କରିଛନ୍ତି । ଏହାଛଡ଼ା କ୍ଷମତା ଛାଡ଼ିବା ଲାଗି ରାଷ୍ଟ୍ରପତିଙ୍କ ପରିବାର ଲୋକଙ୍କୁ ଚେତାବନୀ ଦେଇଛନ୍ତି ।
ଡ୍ରୋନ୍ ଜଗିଛି ଶିମିଳିପାଳ ନିଆଁ, ଗତ ୪ ଦିନ ହେବ ଅଭୟାରଣ୍ୟର ବିଭିନ୍ନ ଜାଗାରେ ଲାଗିଛି ନିଆଁ । ବନ ବିଭାଗ ନାକେଦମ୍ ପରେ ଡ୍ରୋନ୍ର ସହାୟତା ଲୋଡ଼ାଯାଇଛି ।
କୁହୁଳିବାରେ ଲାଗିଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ।ସୁନାବେଡା ଜଙ୍ଗଲ ଜମିକୁ ନେଇ କୁହୁଳୁଛି ସୀମା ବିବାଦ । ସୀମାକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ଉପ ଜିଲ୍ଲାପାଳ ।
ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହେବେ ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀ । ପରୀକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ମୋଦି । ଏହା ପଞ୍ଚମ ଥର ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ହେଉଛି ।
ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରାଇବାକୁ କହିଲେ ଅଦାଲତ। ଚିହ୍ନଟ ଜମାକାରୀଙ୍କୁ ଯାଞ୍ଚ କରି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇସାରିଛି । ତେବେ ଯେଉଁ ରାଜ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମେ ଗର୍ବ କରୁ, ସେହି ଭାଷା ପଡୋଶୀ ଝାଡଖଣ୍ଡର ଷଢେଇକଳା, ଖରସୁଆଁ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ଭେଟିଆ ଆଦି ଅଞ୍ଚଳରେ ସଙ୍କଟରେ ଗତି କରୁଛି । ଏଠାରେ...
ଶେଷ ହେଲା ଓଡ଼ିଶାର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ । ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଭାସ୍କର ରାଓ ଏବଂ ସସ୍ମିତ ପାତ୍ର । ସାଂସଦ ଭାବେ ଏହି ତିନି ଜଣଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି ।
ଅଭିନେତ୍ରୀ ରିମି ସେନ୍ଙ୍କୁ ୪.୧୪ କୋଟି ଟଙ୍କାର ଚୂନ ଲଗାଇଲେ ବ୍ୟବସାୟୀ । ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ବାହାନାରେ ବ୍ୟବସାୟୀ ଜଣକ ଅଭିନେତ୍ରୀ ରିମି ସେନ୍ ଙ୍କୁ ଠକି ଦେଇଛନ୍ତି ।
ନାରାୟଣପାଟଣା ଛେଳିକୁ ମିଳିପାରେ ଜାତୀୟ ମାନ୍ୟତା । କେନ୍ଦ୍ର ସରକାରଙ୍କ ଏନଭିଏଜିଆର ଦୁଇ ଜଣିଆ ବିଶେଷଜ୍ଞ ଦଳ ଏନେଇ ନାରାୟଣପାଟଣା ଅଞ୍ଚଳରେ ଛେଳି ମାନଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି ।
ଚିଟଫଣ୍ଡ ଟଙ୍କାରେ ଭୋଜପୁରୀ ଫିଲ୍ମ । ଚିଟଫଣ୍ଡ ଠକେଇରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ସକ୍ସେସ୍ ଅନଲାଇନ ସର୍ଭିସ ସିଷ୍ଟମ ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକ ଗିରଫ ହୋଇଥିବା ସୂଚନା ।