ତୈଳ ଦର ବୃଦ୍ଧି ପ୍ରତିବାଦରେ ସଂସଦ ସାମ୍ନାରେ କଂଗ୍ରେସର ବିକ୍ଷୋଭ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଦଳୀୟ ନେତାଙ୍କ ବିକ୍ଷୋଭ କରିଛନ୍ତି । ତେବେ ଯୁଦ୍ଧ ଯୋଗୁ ସପ୍ଲାଏ ଚେନ୍ ପ୍ରଭାବିତ ହେଉଛି ବୋଲି ବିଜେପି କହିଛି ।
ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫାଙ୍କା ଗୁଳିଚାଳନା କରାଯାଇଛି । ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ଫାଙ୍କା ଗୁଳିଚାଳନା କରାଯାଇଛି । ବିଳମ୍ବିତ ରାତିରେ ଫାଙ୍କା ଗୁଳି ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।
ନଶା ବେପାରୀ ଅନିରୁଦ୍ଧ ଜୟସିଂହର ୧ କୋଟିର ସମ୍ପତ୍ତି ଜବତ କରାଯାଇଛି । ଏନ୍ଡିପିଏସ୍ ଆଇନ ବଳରେ ଅନିରୁଦ୍ଧର ୨ଟି ଜେସିବି, ଗୋଟିଏ କାର୍, ଟ୍ରାର ଓ ସୁନାଗହଣା ଜବତ କରିଛି । ୩ ମାସରେ କେବଳ ପୁରୀରୁ ୧ କେଜି ୩୯୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା...
ପାଇକ ବିଦ୍ରୋହକୁ ଅନ୍ୟତମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିବା ପାଇଁ କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଜମି ଦିଅନ୍ତୁ ବୋଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ।
ଗରମ ଦିନରେ ହଳଦିଆ ରଙ୍ଗର ଫଳ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ହଳଦିଆ ରଙ୍ଗର ଫଳ ଯେମିତି ଆମ୍ବ ,ଅମୃତଭଣ୍ଡା ,ସନ୍ତରା,ତରଭୁଜ ଏବଂ କଦଳୀ ନିହାତି ଖାଇବା ଉଚିତ । ହଳଦିଆ ରଙ୍ଗର ଫଳ ଏବଂ ପରିବା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୧୦୦ ଟଙ୍କା କମି ୪୭,୬୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୨୦ ଟଙ୍କା କମି ୫୧,୯୮୦ ଟଙ୍କା ରହିଛି। କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି...
ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍ କର୍ପୋରେସନ ଲିମିଟେଡ(ONGC)ରେ ନିଯୁକ୍ତି ସୁଯୋଗ । ONGCର ବିଜ୍ଞପ୍ତି ଅନୁଯାୟୀ ୩୬ଟି ପଦବୀ ଖାଲିପଡିଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
ଲୋ ଇନଭେଷ୍ଟିମେଣ୍ଟରେ ହାଇ ପ୍ରଫିଟ୍ କରିବା ମୋର କାମ। ଯାହାର ନଥିବ ଗତି ସେ କରିବ ରାଜନୀତି...ବାସ୍ ଏଇ କଥାକୁ ମୁଁ ତ ଅକ୍ଷରେ ଅକ୍ଷରେ ପାଳନ କରୁଛି...ଜିତେ କି ହାରେ ମତେ ଫରକ୍ ପଡ଼େନି...
ଟିକିଏ ଧନିଆ ଗୁଣ୍ଡ ଆଉ ଅଳ୍ପ ଲଙ୍କା ଗୁଣ୍ଡ...ଆଉ ଏହିସବୁ ମସଲା ଦେଇ କଡ଼େଇରେ କଷିଦେଲେ ବାସ୍...ସାଙ୍ଗେ ସାଙ୍ଗେ ତିଆରି ହୋଇଯିବ ନଡ଼ିଆ ପନିର୍
ମହାଯୁଦ୍ଧ ବେଳେ ପୁଟିନ୍ଙ୍କୁ ଚରମବାଣୀ ଶୁଣାଇଲେ ବାଇଡେନ୍। କହିଲେ, ଆମର ଧୈର୍ଯ୍ୟ ପରୀକ୍ଷା କରନି। ନିଜ ସୈନ୍ୟଙ୍କୁ କେବଳ ୟୁକ୍ରେନ ଭିତରେ ସୀମିତ ରଖ। ଟିକେ ହଲଚଲ ହେବ ତ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଅଛି ନାଟୋ। ସେପଟେ...
ଶେଷ ହୋଇଛି ଓଡ଼ିଶା ପ୍ରସିଦ୍ଧ ପୁରୀ ହରିରାଜପୁର ମେଲଣ । ଚଳିତ ଥର ଫଗୁ ବଦଳରେ ଫୁଲର ହୋଲି ଖେଳିଲେ ଠାକୁର । ଶେଷ ଦିନରେ ହରିହର ଭେଟ ହେବା ସହ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ ।
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ସପ୍ତାହକୁ ମିଳିବ ୨ ଦିନ ଛୁଟି...ସୋମରୁ ଶୁକ୍ର କାମ କରିବେ, ଶନି-ରବିବାର ଛୁଟିରେ ରହିବେ। ୱାର୍କିଂ ଦିନରେ ସରକାରୀ ଛୁଟି ପଡ଼ିଲେ...
ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି। ଏଣିକି ରାସ୍ତାରୁ ହଟିଯିବ ଟୋଲ୍ଗେଟ୍। ୧୦୦ ସ୍ପିଡ୍ରେ ଦଉଡ଼ିବ ଆପଣଙ୍କ ଗାଡ଼ି...ସବୁ ଗାଡ଼ିରେ ଲାଗିବ ଜିପିଏସ୍।
ଭାରତକୁ ଛାଡି ବିଦେଶରେ ଏସବୁ ସାମଗ୍ରୀ ବିକ୍ରି ଉପରେ ରୋକ୍ ଲାଗିଛି। ହେଲେ ଆମ ପାଖଆଖରେ ବିନା କୌଣସି ବାଧାରେ ଏହି ସ୍ୱାସ୍ଥ୍ୟହାନିକାରକ ସାମଗ୍ରୀ ଖୁଲମଖୁଲା ବିକ୍ରି ହେଉଛି। ଏବେ ଜାଣନ୍ତୁ ସେହି ୫ ସାମଗ୍ରୀ ବିଷୟରେ...
ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ। ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ପୁଳାପୁଳା ସମ୍ପତ୍ତି ବାହାରୁଛି । ଏଯାବତ୍ ଆଶିଷ ଦାସଙ୍କ ୨କେଜିରୁ ଅଧିକ ସୁନା ଜବତ କରାଯାଇଛି ।
ଅଧ ରାତିରେ ଖେଳ ହେଲା। ଗାଡ଼ି ଧରି ଆସିଲେ, ହାତରେ ଢକଲମ୍ ଦେଇ ଗଲେ। ମଉସା ଆମର ଦେଖୁନ କେମିତି ପାଦୁକା ପାଇବା ପରିକା ହାତରେ ନେଇ ଲୁଚାଇ ଦେଲେ। ନାରଣ ଆମେ ପା’ ଦେଖିସାରିଲୁଣି, ଆଉ ଲୁଚାଇ ଲାଭ କ’ଣ? ଭିଡ଼ିଓ କଲେ ବୋଲି ବହେ ଶୁଣିଲେ...
ତରଙ୍ଗ ସିନେ ଉତ୍ସବ ୨୦୨୨ରେ ବୋବାଲିଆ ନାଚିଲେ ଅଭିନେତା ଓ ଅଭିନେତ୍ରୀ। ଆକ୍ଟିଂ ପାଇଁ ଏହିମାନେ ପାଇଲେ ଆୱାର୍ଡ...ରାଜା ମେ ତେରା ତୁ ରାଣୀ ବନେଙ୍ଗି ଗୀତରେ ଦୁଲକିଗଲା ମଞ୍ଚ, ଦେଖନ୍ତୁ ଏହି ଭିଡ଼ିଓ
୩ ବର୍ଷ ଧରି ସଞ୍ଚୟ କରିଥିବା ୧ ଟଙ୍କିଆ କଏନ୍ରେ ବାଇକ୍ କିଣିଲେ ତାମିଲନାଡୁ ଯୁବକ; ଗଣିବାକୁ ଲାଗିଲା ୧୦ ଘଣ୍ଟା…ଦେଖନ୍ତୁ ସେହି ଭିଡ଼ିଓ...
ସରି ଯାଇଛି ମେୟର ନିର୍ବାଚନ। ଏବେ କିଏ ହେବ ଭୁବନେଶ୍ୱର ଡେପୁଟି ମେୟର ? ଚର୍ଚ୍ଚାରେ ଅମରେଶ ଜେନା (ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କ ନାଁ। ଏମାନଙ୍କ ବାଦ୍ ବିଜେଡିରେ ଆହୁରି ଅନେକ ଆଶାୟୀ ଅଛନ୍ତି। ଜାଣନ୍ତୁ କଣ କହୁଛି ରାଜଧାନୀ ରାଜନୀତି ଗଣିତ
ଭାରତୀୟ ଯବାନଙ୍କ ପାଇଁ ବଡ଼ ଖବର। ଏଣିକି ବର୍ଷକୁ ୭୫ ଦିନ ନୁହେଁ ବରଂ ମିଳିବ ୧୦୦ ଦିନ ଛୁଟି। ଘର ପାଖରେ ମିଳିବ ଚାକିରି। ଜାଣନ୍ତୁ କେବେଠୁ ଲାଗୁ ହେବ ଏହି ନୂଆ ନିୟମ