/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671085778.jpg)
Ambulance Driver
ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବଦାନ୍ୟତା । ଗୁରୁତର କୀଡନୀ ରୋଗୀଙ୍କୁ ରକ୍ତ ଦେଇ ବଞ୍ଚାଇଲେ ଜୀବନ । ମାଲକାନଗିରି ଜିଲ୍ଲା ଏମଭି-୭୯ ନିକଟ ଲାଚିପେଟା ଗାଁର ଭଜା ସାଲବମ ନାମକ ବ୍ୟକ୍ତି କିଡନୀ ରୋଗରେ ଗୁରୁତର ହୋଇ ଘରେ ପଡିଥିଲେ । ପରିବାର ଲୋକେ ମାଲକାନଗିରି ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ସୂଚନା ଦେବା ପରେ ଆମ୍ବୁଲାନ୍ସ ଆସି ରୋଗୀଙ୍କୁ ମାଲକାନଗିରି ମେଡିକାଲ ଆଣିଥିଲା ।
Advertisment
ଅଧିକ ପଢ଼ନ୍ତୁ: ଦେବଦୂତ ସାଜି ବୃଦ୍ଧାଙ୍କ ଜୀବନ ବଞ୍ଚାଇଲେ ଯବାନ
ତେବେ କିଡନୀ ରୋଗୀଙ୍କୁ ତୁରନ୍ତ ରକ୍ତ ଦେବା ପାଇଁ ଡାକ୍ତର ପରାମର୍ଶ ଦେବା ପରେ ପରିବାର ଲୋକେ ରକ୍ତ ପାଇଁ କେଉଁଠାକୁ ଯିବେ, କିଛି ବୁଝିପାରିନଥିଲେ । ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଇଲାକା ଆସିଥିବାରୁ ସେମାନେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଡ୍ରାଇଭର ବିଳମ୍ବ ନକରି ନିଜେ ରକ୍ତ ଦେବାକୁ ଆଗେଇ ଆସିଥିଲେ । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏହି ମହାନତା ପାଇଁ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)