• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆପଣ ଦିଲ୍ଲୀ ଏୟାରପୋର୍ଟରୁ ଅନ୍ୟତ୍ର କେଉଁଠି ଯାତ୍ରା କରିବାକୁ ଯାଉଛନ୍ତି କି ? ତେବେ ସାବଧାନ, ଫ୍ଲାଇଟ୍‌ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ନ ପହଞ୍ଚିଲେ, ଆପଣଙ୍କ ଫ୍ଲାଇଟ୍‌ ମିସ୍‌ ହୋଇଯିବ । ଆଜ୍ଞା ହଁ ଆମେ ସତ କହୁଛୁ, କାହିଁକି ନା ଗତ କିଛିଦିନ ହେବ ଦିଲ୍ଲୀ ଏୟାରପୋର୍ଟରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ଠେଲାପେଲା, ବିଶୃଙ୍ଖଳା ସହ କଳ୍ପନାଠୁ ଅଧିକ ଭିଡ଼ ଜମିଛି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟ୍‌ରେ । ଏମିତିକି କେହି କେହି ଏହାକୁ କୁମ୍ଭମେଳା ସହ ତୁଳନା କରୁଛନ୍ତି । ଏହି ଘଟଣା ପରେ ଦିଲ୍ଲୀ ଏୟାରପୋର୍ଟ ସିଇଓଙ୍କୁ ପାର୍ଲାମେଣ୍ଟାରୀ ଷ୍ଟାଣ୍ତିଙ୍ଗ କମିଟି ପକ୍ଷରୁ ସମନ ଜାରି କରାଯାଇଛି।

ବର୍ତ୍ତମାନ ଛୁଟିଦିନ ପାଇଁ ଦିଲ୍ଲୀ ଏୟାରପୋର୍ଟରେ ନାହିଁ ନଥିବା ଭିଡ଼ । ବିମାନ ବନ୍ଦରରେ ଯାତ୍ରୀଙ୍କ ଏଭଳି ଆଗମନ ଦେଖି କର୍ତ୍ତୁପକ୍ଷ ବି ଅଡ଼ୁଆରେ । କିପରି ଯାତ୍ରୀଙ୍କୁ ସେବା ଯୋଗାଇବେ, ସେନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଘରୋଇ ବିମାନ ସଂସ୍ଥା ଇଣ୍ତିଗୋ ମଧ୍ୟ ଭିଡ଼କୁ ନଜରରେ ରଖି ଆଡଭାଇଜରି ଜାରି କରିଛି । ଇଣ୍ତିଗୋ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀମାନଙ୍କୁ ବିମାନରେ ଯାତ୍ରା କରିବାକୁ ହେଲେ ଅତି କମ୍‌ରେ ସାଢ଼େ ୩ ଘଣ୍ଟା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚିବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ: ବେଙ୍ଗାଲୁର ଏୟାରପୋର୍ଟର ଟର୍ମିନାଲ-୨ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ କିଛି ଫଟୋ..

ଏୟାରପୋର୍ଟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଯାତ୍ରୀ କ୍ରୋଧରେ ନିଜ ଅଭିଯୋଗ ସରକାରଙ୍କୁ ଜଣାଇବା ପାଇଁ ଟ୍ୱିଟର୍‌ରେ ଭିଡିଓ ସୋୟାର କରୁଛନ୍ତି । ଜଣେ ଯାତ୍ରୀ ଥଟ୍ଟାରେ ଲେଖିଛନ୍ତି ଯେ, ‘ଦିଲ୍ଲୀ ଏୟାରପୋର୍ଟ ଏବେ କାଲିଫର୍ଣ୍ଣିଆର ଏକ ହୋଟେଲ, ଆପଣ ଯେତେବେଳେ ବି ଆସନ୍ତୁ କିନ୍ତୁ ଯାତ୍ରା କରିପାରିବେ ନାହିଁ’ ।

ଆଉ କେତେଜଣ ଯାତ୍ରୀ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ‘ଏହା ଏୟାରପୋର୍ଟ ନା ରେଲୱେ ପ୍ଲାଟଫର୍ମ’ । ନିଖିଲ ଇମାନଦାର ନାମକ ଜଣେ ଯାତ୍ରୀ ଲେଖିଛନ୍ତି କି, ‘ସକାଳୁ ମୁଁ ଦିଲ୍ଲୀର ମାଛ ମାର୍କେଟରେ ଅଛି’।

 

ଆଉ ଜଣେ ଯାତ୍ରୀ ହାସ୍ୟାତ୍ମକ ଭାବେ ଲେଖିଛନ୍ତି, ‘ଯେତିକି ସମୟ ଅପେକ୍ଷା କଲିଣି, ସେତିକିରେ ବାହାଘର ସରିଯିବ’ ।