• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲାଞ୍ଚ ନେଉଥିଲେ ବେଗୁନିଆ ତହସିଲଦାର । ରଙ୍ଗେହାତ୍ ଧରିଲା ଭିଜିଲାନ୍ସ । ଜମି କିସମ ପରିବର୍ତ୍ତନ ପାଇଁ ଘରେ ଜଣଙ୍କ ଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ, ଭିଜିଲାନ୍ସ ଜାଲରେ ଫସିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ । ଭୁବନେଶ୍ୱରର କଳିଙ୍ଗବିହାରରେ ଥିବା ପୃଥ୍ୱୀରାଜଙ୍କ  ବାସଭବନରେ ଚଢ଼ାଉ କରି, ଲାଞ୍ଚ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ଟିମ୍ ।

ଲାଞ୍ଚୁଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳକୁ ଭିଜିଲାନ୍ସ ଟିମ୍ ଧରି ବେଗୁନିଆ ନେବା ସହିତ, ତହସିଲ କାର୍ଯ୍ୟାଳୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି।

OTV is now on Whatsapp

Join and get latest news update delivered to you via whatsapp

Join Now