• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରେମ ପାଇଁ ମା’କୁ ଝିଅ ଧକ୍କା ଦେବା ଘଟଣାକୁ ନେଇ ଗଞ୍ଜାମ ବ୍ରହ୍ମପୁରରେ ଚର୍ଚ୍ଚା । ଝିଅ ବିରୁଦ୍ଧରେ ମାଆ ବାପା ବୈଦ୍ୟନାଥପୁର ଥାନାରେ ଏତଲା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରି ଏବେ ଏସ୍ପିଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେବାକୁ ଆସିଛନ୍ତି ।

ଗତ ୭ ତାରିଖରେ ଗାଙ୍ଗପୁର ବଡ଼ବରୋସିଂ ଅଞ୍ଚଳର ଗୌରୀବାଳା ସାହୁ ବ୍ୟଦ୍ୟନାଥପୁର ଥାନାକୁ ଆସିଥିବା ବେଳେ ତାଙ୍କ ଝିଅ ସେଠାରେ ସର୍ବ ସମ୍ମୁଖରେ ତାଙ୍କୁ ଠେଲି ଦେଇଥିଲା । ଯାହାକୁ ନେଇ ବେସ୍ ହଇଚଇ ସୃଷ୍ଟି ହୋଇଥିଲା । ଏହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଗୌରୀବାଳାଙ୍କ ଝିଅ ଆଜିକୁ ୪ ବର୍ଷ ହେଲାଣି ଜଣେ ଇଂଜିନିୟର ଛାତ୍ର ସହ ଚାଲି ଯାଇଥିଲେ । ପରେ ପରିବାର ଲୋକେ ପୋଲିସରେ ଜଣାଇବା ପରେ ପୋଲିସ ତାଙ୍କ ଝିଅକୁ ଉଦ୍ଧାର କରି ସୁଧାର ଗୃହରେ ରଖିଥିଲା ।

ଅଧିକ ପଢ଼ନ୍ତୁ: ପ୍ରେମିକ ପାଲଟିଲା ଜହ୍ଲାଦ ! ପ୍ରେମିକାକୁ ପୋଡ଼ି ଜଙ୍ଗଲରେ ଫିଙ୍ଗିଲା

ମାତ୍ର ସେଠାରୁ ପୁଣି ଥରେ ତାଙ୍କ ଝିଅକୁ ପୁଅ ଘର ଲୋକେ ନେଇଯାଇଥିଲେ । ଏନେଇ ସେ ପୋଲିସରେ ଅଭିଯୋଗ କରିଥିଲେ । ପରେ ପୋଲିସ ଉଭୟ ପକ୍ଷଙ୍କୁ ଡକାଇ ବୁଝାମଣା ପାଇଁ ଉଦ୍ୟମ କରିଥିଲା । ମାତ୍ର ସେତେବେଳେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।