• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏଲ୍ଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଲେ । ଗତ ୯ରେ ଚୀନ ସେନା ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ । LACରେ ଥିବା ସ୍ଥିତାବସ୍ଥାକୁ ଏକତରଫା ବଦଳାଇବାକୁ ଚେଷ୍ଟା କରିଥିଲେ । ଆମ ସେନା ଚୀନର ଏଭଳି କାର୍ଯ୍ୟକୁ ଦୃଢ଼ତାର ସହ ମୁକାବିଲା କରିଥିଲେ ।

ସେ ଆହୁରି କହିଛନ୍ତି ଯେ, ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ, ଧସ୍ତାଧସ୍ତି ହୋଇଥିଲା । ଆମ ସେନାର ଦୃଢ଼ ପଦକ୍ଷେପ,ସେମାନଙ୍କୁ ଫେରିଯିବାକୁ ବାଧ୍ୟ କରିଥିଲା । ମୁହାଁମୁହିଁରେ ଉଭୟ ପକ୍ଷର କିଛି ଯବାନ ଆହତ ହୋଇଛନ୍ତି । ତେବେ ଆମର କୌଣସି ଜଣେ ବି ମୃତ ବା ଗୁରୁତର ହୋଇନାହାନ୍ତି । ଘଟଣା ପରେ ଆମର ଲୋକାଲ କମାଣ୍ଡର ପ୍ରତିପକ୍ଷ ସହ ମିଟିଂ କରିଥିଲେ । ମିଟିଂରେ ଚୀନକୁ ଏଭଳି କରିବାକୁ ଦୃଢ଼ତାର ସହ ମନା କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଅରୁଣାଚଳ ପ୍ରଦେଶ ସୀମାରେ ବଦମାସୀ କଲା ଚୀନ୍‌, ଉତ୍ତମ ମଧ୍ୟମ ଦେଲା ଭାରତ

ବିବୃତିରେ ଭାରତୀୟ ସେନା ପ୍ରଶଂସାରେ ଶତମୁଖ ହେଲେ ରାଜନାଥ । ଆମ ସେନା ଆମର ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବାକୁ ପ୍ରତିବଦ୍ଧ ରହିଛନ୍ତି । ସେପଟେ ସୀମାରେ ସୁରକ୍ଷା ବଢାଇଲା ଭାରତୀୟ ବାୟୁସେନା । ଅରୁଣାଚଳ ପ୍ରଦେଶ ସୀମାରେ ବାୟୁସେନାର ପାଟ୍ରୋଲିଂ । ଲଢୁଆ ବିମାନ ଦ୍ୱାରା ବାୟୁସେନାର ପାଟ୍ରୋଲିଂ କରୁଛି । ଚୀନ ଦ୍ୱାରା ବାୟୁସୀମା ଉଲ୍ଲଂଘନ ଆଶଙ୍କାକୁ ଦେଖି ପଦକ୍ଷେପ ନିଆଯାଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି ।