ଗାଁ ଦାଣ୍ଡରେ ଛିଡା ହୋଇଛି ବିରାଟ ପାଣି ଟାଙ୍କି । ପ୍ରତି ଘରକୁ ସଂଯୋଗ ହୋଇଛି ପାଇପ । ହେଲେ ଟ୍ୟାପ ଖୋଲିଲେ ପାଣି ବଦଳରେ ଆସୁଛି ପବନ । ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମରୁ
ନାଚ ଗୀତ ରୋଷଣୀରେ ଫାଟି ପଡ଼ୁଛି ପରିବେଶ । ଧାଡ଼ିରେ ଆସୁଛନ୍ତି ଠାକୁରାଣୀ । ଆଉ ଲାଗିଛି ମେଳା..ଚାଲିଛି କିଣାବିକା । ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ନିଆରା ଟୁସୁ ପର୍ବ । ତେବେ ଏହା ଭିତରେ ରହିଛି ଏକ ଦୁଃଖଦ କାହାଣୀ ।
ସୈାର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୮ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୮.୪୫ ଗତେ ୯ମୀ, ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର, ଘାତବାର- ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ- ନାସ୍ତି
ଉତ୍ସବମୁଖର ପୁରୀ। ଶୁଭ ଅପରାହ୍ନରେ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ ସହ ଆଜିଠୁ ଆରମ୍ଭ ହୋଇଛି ତ୍ରିଦିନାତ୍ମକ ହୋମଯଜ୍ଞ। ଶ୍ରୀମନ୍ଦିର ଚାରିଦ୍ବାରରେ ବି ଚାଲିଛି ବେଦପାଠ। ତେଣେ ଜାନୁଆରୀ ୧୭ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀସେତୁରୁ ଶ୍ରୀମାର୍ଗ ଯାଏଁ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି...
ଗୌରବମୟ ୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ । 'ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍' ଲକ୍ଷ୍ୟ ହାସଲ ଦିଗରେ ଦେଲା ବଡ଼ ଉପହାର । ଏଣିକି ମୋବାଇଲ୍ ଆପ୍ ଜରିଆରେ ଘରେ ଘରେ ପହଞ୍ଚିବ ପ୍ରତିଟି ପାଣିପାଗ ଖବର ।
ଚାଉଳ ସଂଗ୍ରହ ପାଇଁ ଜଗତ ଗୋସାଇଁ ବୁଲୁଛନ୍ତି ଟ୍ରକରେ। ଗାଡିରେ ଲାଗିଛି ରାଜନୈତିକ ପ୍ରଚାର ବ୍ୟାନର। କାନ୍ଦୁଛି ଭକ୍ତ ମନ, ବଢୁଛି ରାଜନୀତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଯେତିକି ପାଖଉଛି ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରୀ ଦଳକୁ କଡ଼ା ଭାଷାରେ ନିନ୍ଦା କରୁଛନ୍ତି..
ଶ୍ରୀରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ହେବ ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ନିର୍ମିତ ବିଗ୍ରହ। 3ଟି ବିଗ୍ରହ ମଧ୍ୟରୁ ଅରୁଣଙ୍କ ଦ୍ବାରା କୃଷ୍ଣଶିଳାରେ ନିର୍ମିତ ପ୍ରତିମାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର..
ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର। ଏଣିକି ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ ବା ରେରା କୋର୍ଟର ବିନା ହସ୍ତକ୍ଷେପରେ ଆପୋଷ ବୁଝାମଣାରେ ବି ସେମାନଙ୍କ ମାମଲା ସମାଧାନ ହୋଇପାରିବ। ଏଥିପାଇଁ କନସିଲିଏସନ୍ ଆଣ୍ଡ ଡିସ୍ପ୍ୟୁଟ୍ ରିଜୋଲ୍ୟୁସନ ସେଲ ଗଠନ କରିଛି ରେରା..
୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ୫ ଦିନ ପୂର୍ବରୁ କାଲିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି। ଏଥିପାଇଁ ଉଦ୍ଭାସିତ ଅଯୋଧ୍ୟା। ଉତ୍ସାହିତ ଦେଶ, ଉଲ୍ଲସିତ ପ୍ରତି ରାମପ୍ରେମୀଙ୍କ ପ୍ରାଣ।
ଗାଁଠୁ ସହର ବୁଲୁଥିବା ଅର୍ପଣ ରଥକୁ ବିଭିନ୍ନ ସ୍ଥାନରେ ବିରୋଧର ସାମ୍ନା କରିବାକୁ ପଡୁଛି। ଏଦୃଶ୍ୟ ହେଲା ଗଂଜାମ ଜିଲ୍ଲା ଖଲିକୋଟର। ଅର୍ପଣ ରଥ ଗାଡିରେ ନିର୍ମାଣ ପାଇଁ ବ୍ୟବହୃତ ପଟା ଓ ବଲହା ବୁହାଯାଉଛି।
ଯାତ୍ରୀମାନେ ଦୀର୍ଘ ୧୨ ଘଣ୍ଟା ରନୱେରେ ସମୟ ବିତାଇବା ସହ ସେଠାରେ ଡିନର୍ ବି କରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଯବାନଙ୍କଠୁ କିଷାନ୍ ଯାଏଁ..ପାଣିପାଗ ସୂଚନା ଜରିଆରେ ପ୍ରତିଟି ଜୀବନକୁ ସୁରକ୍ଷିତ ଓ ସମୃଦ୍ଧ କରିଥିବା ଭାରତୀୟ ପାଣିପାଗ ବିଭାଗ ବା IMD, ଆଜି ପଦାର୍ପଣ କରିଛି ୧୫୦ ବର୍ଷରେ ।
ଚଳନ୍ତା ସ୍କୁଟି ଉପରେ ଚାଲିଛି ରୋମାନ୍ସ। ଜଣେ ପ୍ରେମୀଯୁଗଳ ବିଚ୍ ରାସ୍ତାରେ ସ୍କୁଟି ଚଳାଇବା ସହ ଏହାଉପରେ ବସି କରୁଛନ୍ତି ପ୍ରେମ।
ପୁଣି ଥରେ ଚର୍ଚ୍ଚାରେ ବିଜେଡି ନେତା ଅରିନ୍ଦମ ରାୟ। କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି।
ଆଦିଶଙ୍କରାଚାର୍ଯ୍ୟ, ନେତାଜୀ ଆଉ ଏବେ ସ୍ୱଂୟ ଶ୍ରୀରାମ । ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଛନ୍ତି ଅରୁଣ ଯୋଗୀରାଜ । ୫ ପିଢ଼ି ମୂର୍ତ୍ତିରେ ଜୀବନ ଦେଇ ଆସୁଛନ୍ତି ଅରୁଣଙ୍କ ପରିବାର ।
ଆଉ ୭ ଦିନ ବାକି ରହିଲା, ସମସ୍ତ ମନ୍ଦିରରେ ସଫେଇ କରାଯାଉଛି । ସବୁ ମନ୍ଦିରରେ ଶଙ୍ଖଧ୍ୱନି, ଭଜନ କୀର୍ତ୍ତନ କରି ପ୍ରଚାର କରାଯାଉଛି ।
ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ବୋଲି କୁହାଯାଏ। ଏକାଧାରରେ ସେ ସାହିତ୍ୟିକ, ଅଭିନେତା, ରଥ ମିସ୍ତ୍ରୀ, ବାସ୍ତୁବିତ. ଛଉ କଳାକାର ଥିଲେ।
ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା ।
ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷୀରେ ବିଜେପିର ସ୍ୱଚ୍ଛତା ଅଭିଯାନ । ସମସ୍ତ ମନ୍ଦିର ଏବଂ ତୀର୍ଥ ସ୍ଥାନରେ ସ୍ୱଚ୍ଛତା ପାଇଁ ପ୍ରୟାସ ଜାରି ରହିଛି ।
ହାତ ଛାଡି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା। ଆଜି ସକାଳୁ କଂଗ୍ରେସରୁ ଇସ୍ତଫା ଦେଇଥିବା ମିଲିନ୍ଦ ସିନ୍ଦେ ଗ୍ରୁପର ଶିବ ସେନାରେ ସାମିଲ ହୋଇଛନ୍ତି।