/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705334521.jpg)
Passenger eating on Runway
ଖୋଲା ଆକାଶ ତଳେ ଥଣ୍ତା କାକର ମାଡ଼ରେ ହନ୍ତସନ୍ତ ହେଲେ ଯାତ୍ରୀ । ରନୱେରେ ବସି କଲେ ଡିନର୍ । ଫ୍ଲାଇଟ୍ ବିଳମ୍ବ କାରଣରୁ ୧୨ ଘଣ୍ଟା କାଳ ରନୱେରେ କାଟିଲେ ସମୟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଘନ କୁହୁଡ଼ି ଯୋଗୁ ବାଧାପ୍ରାପ୍ତ ହେଲା ଇଣ୍ତିଗୋ ବିମାନ ସେବା । ଗୋଆରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟ୍କୁ କୁହୁଡ଼ି କାରଣରୁ ମୁମ୍ବାଇରେ ଲ୍ୟାଣ୍ତ କରାଯାଇଥିଲା । ସ୍ଥିତି ଏମିତି ହେଲା ଯେ ଫ୍ଲାଇଟ୍ରେ ବସିଥିବା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ରନୱେରେ ଅପେକ୍ଷା କରିବାକୁ କୁହାଗଲା । ଏମିତିକି ଯାତ୍ରୀମାନେ ଦୀର୍ଘ ୧୨ ଘଣ୍ଟା ରନୱେରେ ସମୟ ବିତାଇବା ସହ ସେଠାରେ ଡିନର୍ ବି କରିଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
In a viral video, passengers of a Delhi-bound IndiGo flight diverted to Mumbai (confirmed by airport sources) due to operational issues are seen eating and sitting on the airport tarmac at Mumbai Airport.
(Screengrabs from viral video) pic.twitter.com/xNdiW7HqUv
— ANI (@ANI) January 15, 2024
ସୋସିଆଲ୍ ମିଡିଆ ଏକ୍ସ ପେଜ୍ରେ ଏହାର ଏକ ଭିଡିଓ ସେୟାର କରାଯାଇଛି । ମୁମ୍ବାଇ ଏୟାରପୋର୍ଟ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ବାସ୍ତବରେ ଇଣ୍ତିଗୋ ଫ୍ଲାଇଟ୍ ନଂ 6E 2195, ଗୋଆରୁ ଦିଲ୍ଲୀ ଯାତ୍ରା କରୁଥିଲା । ଦିଲ୍ଲୀରେ ପ୍ରବଳ ଘନ କୁହୁଡ଼ି କାରଣରୁ ପାଇଲଟ୍ ଫ୍ଲାଇଟ୍କୁ ମୁମ୍ବାଇ ଏୟାରପୋର୍ଟରେ ଲ୍ୟାଣ୍ତ କରିଥିଲେ । ପାଇଲଟ୍ ପାସେଞ୍ଜରଙ୍କୁ ଫ୍ଲାଇଟ୍ ବିଳମ୍ବ ହେବା ନେଇ ସୂଚନା ଦେବା ସାଙ୍ଗକୁ ରନୱେରେ ଅପେକ୍ଷା କରିବାକୁ କହିଥିଲେ । ଥଣ୍ତା କାକର ମାଡ଼ରେ ଯାତ୍ରୀ ରନୱେରେ ବସି ଖାଉଥିବାର ଭିଡିଓ ଏବେ ଭାଇରାଲ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)