• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ କମିଟି ମହାସଚିବ ଚମ୍ପତ ରାୟ ସୂଚନା ଦେଇଛନ୍ତି । ପ୍ରାଣ ପ୍ରତିଷ୍ଠାର ସମସ୍ତ ପ୍ରକାର ରୀତିନୀତି ନେଇ ଦେଲେ ସୂଚନା । ସେ କହିଛନ୍ତି, ସାଂସ୍କୃତିକ ପରମ୍ପରା ସହ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ । ଆଉ ୭ ଦିନ ବାକି ରହିଲା, ସମସ୍ତ ମନ୍ଦିରରେ ସଫେଇ କରାଯାଉଛି । ସବୁ ମନ୍ଦିରରେ ଶଙ୍ଖଧ୍ୱନି, ଭଜନ କୀର୍ତ୍ତନ କରି ପ୍ରଚାର କରାଯାଉଛି ।

ଏହାଛଡ଼ା କେଉଁ ରାଜ୍ୟରେ କ’ଣ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ କହିଲେ ଚମ୍ପତ ରାୟ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିଚାରପତି, ବୈଜ୍ଞାନିକ, ସୈନିକ ଓ ଅନ୍ୟାନ୍ୟ ବର୍ଗଙ୍କୁ ନିମନ୍ତ୍ରଣ ଦିଆଯାଇଛି । ୨୨ ତାରିଖ ଅପରାହ୍ନ ୧୨ଟା ୨୦ରୁ ପ୍ରାଣ ପ୍ରତିଷ୍ଠା ଆରମ୍ଭ ହେବ । ଅପରାହ୍ନ ୧ଟା ସୁଦ୍ଧା କାର୍ଯ୍ୟ ସମ୍ପାଦନ ପାଇଁ ସ୍ଥିରୀକୃତ ହୋଇଛି । ଜାନୁଆରୀ ୧୯ରୁ ଲକ୍ଷ୍ନୌରୁ ଅଯୋଧ୍ୟା ହେଲିକପ୍ଟର ସେବା ଚାଲିବ । ଅଯୋଧ୍ୟା ଆଖପାଖର ବିମାନବନ୍ଦର ସହ ମଧ୍ୟ ଆଲୋଚନା ହେବ । ପ୍ରାୟ ୧୦୦ଟି ବିମାନ ଆସିବା ନେଇ ଆମ ପାଖରେ ସୂଚନା ପହଞ୍ଚିଛି । ସ୍ୱତନ୍ତ୍ର ବିମାନ ସହ ନିୟମିତ ବିମାନର ଉଡ଼ାଣ ମଧ୍ୟ ଜାରି ରହିବ । ୫୬ଟି ଦେଶରୁ ଶ୍ରଦ୍ଧାଳୁଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରାଯାଇଥିବା କହିଲେ ଚମ୍ପତ ରାୟ ।

 

ଆଦିଶଙ୍କରାଚାର୍ଯ୍ୟ, ନେତାଜୀ ଆଉ ଏବେ ସ୍ୱଂୟ ଶ୍ରୀରାମ। ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଥିବା ଅରୁଣ ଯୋଗୀରାଜଙ୍କ କଳାର ଆଉ ଏକ ବଡ଼ ଯାତ୍ରା ଦେଖିବାକୁ ମିଳିଛି । ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଥିବା ବ୍ୟକ୍ତି ଏବେ ଦେଶର ସବୁଠୁ ଚର୍ଚ୍ଚିତ ବ୍ୟକ୍ତି, ସବୁଠୁ ଚର୍ଚ୍ଚିତ ସ୍ଥପତି । ଅରୁଣଙ୍କ ପରିବାରର ୫ ପିଢ଼ି ଧରି ମୂର୍ତ୍ତିରେ ଜୀବନ ଦେଇ ଆସିଛନ୍ତି । ଅରୁଣଙ୍କ ଜେଜେବାପା ମହିଶୂର ରାଜବଂଶ ପାଇଁ ପଥରରେ ମୂର୍ତ୍ତି ନିର୍ମାଣ କରୁଥିଲେ । ଅରୁଣ ମହିଶୂରର ପ୍ରସିଦ୍ଧ ୧୨ ଫୁଟର ହନୁମାନ, ପ୍ରସିଦ୍ଧ ନନ୍ଦି ନିର୍ମାଣ କରି ସାରା ଦକ୍ଷିଣ ଭାରତରେ ପ୍ରମୁଖ ସ୍ଥପତି ଭାବେ ପରିଚୟ ସୃଷ୍ଟି କରିଥିଲେ ।

ହେଲେ ଦିଲ୍ଲୀ ଅମର ଯବାନ ଜ୍ୟୋତି ପାଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ବେଳକୁ ସାରା ଦେଶରେ ପ୍ରମୁଖ ଚେହେରା ଭାବେ ସାମ୍ନାକୁ ଆସିଥିଲେ । ପ୍ରଧାନମନ୍ତ୍ରୀଙ୍କ ସବୁଠୁ ପସନ୍ଦର ମୂର୍ତ୍ତି ନିର୍ମାଣ କରି ହଟ୍ ଫେଭରେଟ୍ ପାଲଟିଥିଲେ ଅରୁଣ । ଅମର ଯବାନ ଜ୍ୟୋତି ପାଖରେ ୩୦ ଫୁଟର ନେତାଜୀ ମୂର୍ତ୍ତି ପରେ କେଦାରନାଥ ପୀଠରେ ୧୨ ଫୁଟର ଆଦି ଶଙ୍କରାଚାର୍ଯ୍ୟଙ୍କ ବିଗ୍ରହ ବି ଅରୁଣଙ୍କ ହାତର କମାଲ୍ । ଏବେ ତାଙ୍କ ହାତରେ ତିଆରି ମୂର୍ତ୍ତି ଶ୍ରୀରାମ ମନ୍ଦିରରେ ଅବସ୍ଥାନ ଖବର ଶୁଣିବା ପରେ କର୍ଣ୍ଣାଟକ ଓ ତାଙ୍କ ଘରେ ଖୁସିର ଲହରୀ ।