• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମୁଣ୍ତରେ ନାହିଁ ହେଲମେଟ୍‌, ପୁଣି ଗାଡ଼ି ଚାଲୁଛି ସାଇଁ ସାଇଁ । ପୁଅ-ଝିଅ ରୋମାନ୍ସ କରିବାରେ ଏତେ ବ୍ୟସ୍ତ ଯେ କେତେବେଳେ କ’ଣ ହେବ ଜଣାନାହିଁ । ସରକାର ସଡ଼ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ଦେଉଥିବା ବେଳେ ଯୁବପିଢି ନିୟମକୁ ଫୁ କରି ଦେଉଛନ୍ତି । ତେବେ ଜଣେ ପ୍ରେମୀଯୁଗଳଙ୍କ ରୋମାନ୍ସର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବତୀ ନିଜ ପ୍ରେମୀଯୁଗଳ ଚଳନ୍ତା ସ୍କୁଟିରେ ରୋମାନ୍ସ କରୁଛନ୍ତି । ପ୍ରେମିକା ଜଣକ ପ୍ରେମିକଙ୍କୁ ସାମ୍ନା ପଟୁ ବସି ଆଲିଙ୍ଗନ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଲା ଦୁହେଁ ହେଲମେଟ ପିନ୍ଧିନାହାନ୍ତି ଆଉ ଗାଡ଼ିକୁ ଦ୍ରୁତ ଗତିରେ ଚଳାଉଛନ୍ତି । ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଜନଗହଳି ସ୍ଥାନରେ ପ୍ରେମୀଯୁଗଳଙ୍କ ଏଭଳି ଆଚରଣକୁ ଲୋକେ ନିନ୍ଦା କରିଛନ୍ତି ।

ଏହି ଭିଡିଓକୁ ବାନ୍ଦ୍ରା ବଜ୍‌ ଏକ୍ସ ପେଜ୍‌ରୁ ସେୟାର କରାଯାଇଛି । ୟୁଜର୍ସ ଏହି ଭିଡିଓରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି । ଅନେକ ଏହାକୁ ତୀବ୍ର ବିରୋଧ କରିବା ସହ କିଛି ଏହାକୁ ମନେରଞ୍ଜନର ମାଧ୍ୟମ ବୋଲି କହିଛନ୍ତି । ଅନେକ ଲୋକ ଦାୟିତ୍ୱହୀନ ଏବଂ ଅଶ୍ଳୀଳ ଆଚରଣ ପାଇଁ ଉଭୟଙ୍କୁ ସମାଲୋଚନା କରିଛନ୍ତି । ମୁମ୍ବାଇ ଟ୍ରାଫିକ ପୁଲିସ ଏଥିପ୍ରତି ଧ୍ୟାନ ଦେବା ସହ ଏହି ଦମ୍ପତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ତେବେ ଏହି ଦମ୍ପତି ଜଣକ କିଏ ଓ କେଉଁଠିକାର ସେ ନେଇ କିଛି ସୂଚନା ମିଳିନାହିଁ ।

 

ପୂର୍ବରୁ ମଧ୍ୟ ପ୍ରେମୀଯୁଗଳ ନିଜର ଶାଳୀନତା ଭୁଲି ଜନଗହଳି ସ୍ଥାନରେ ରୋମାନ୍ସ କରୁଥିବାର ଭିଡିଓ ଭାଇରାଲ ହୋଇଛି । ବିଶେଷ କରି ଦିଲ୍ଲୀ ମେଟ୍ରୋରେ ବାରମ୍ବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।