ମହାଶିବରାତ୍ରିରେ କ'ଣ ଦାନ କଲେ ମିଳିବ ଶୁଭ ଫଳ ?
Author: Deviprasad Jena | Credit: Canva
ହିନ୍ଦୁ ଧର୍ମରେ ମହାଶିବରାତ୍ରିର ଅନେକ ମହତ୍ତ୍ୱ ରହିଛି । ପ୍ରତିବର୍ଷ ମହାଶିବରାତ୍ରି ପର୍ବ ମହା ଆଡମ୍ବରରେ ପାଳିତ ହୁଏ । ଆପଣ ଜାଣନ୍ତି କି ଏହି ଦିନରେ ଦାନର ମଧ୍ୟ ବହୁତ ଗୁରୁତ୍ୱ ରହିଛି ?
Author: Deviprasad Jena | Credit: Canva
ଏହି ଦିନ ଦାନ କରିବା ଦ୍ୱାରା ଘରେ ଖାଦ୍ୟ ଏବଂ ଟଙ୍କାର ଅଭାବ ହୁଏ ନାହିଁ। ଆସନ୍ତୁ ଜାଣିବା ଏହି ଦିନ କେଉଁ ଜିନିଷ ଦାନ କରିବା ଉଚିତ୍ ।
Author: Deviprasad Jena | Credit: Canva
ପୋଷାକ ଦାନ: ମହାଶିବରାତ୍ରିରେ ଗରିବ ଏବଂ ଅସହାୟ ଲୋକଙ୍କୁ ପୋଷାକ ଦାନ କରିବା ଉଚିତ୍। ବିଶ୍ୱାସ ଅନୁସାରେ ଏହି ଦିନ ପୋଷାକ ଦାନ କଲେ ଆର୍ଥିକ ସ୍ଥିତିରେ ଉନ୍ନତି ହେବା ସହ ଘରକୁ ଧନ ଆସିଥାଏ ।
Author: Deviprasad Jena | Credit: Canva
ଜଳ ଦାନ: ମହାଶିବରାତ୍ରିରେ ଭଗବାନ ଶିବଙ୍କୁ ଜଳାଭିଷେକ କରାଯାଇଥାଏ । ଏହି ଦିନ ଜଳ ଅର୍ପଣ କରିବା ଦ୍ୱାରା ପୁଣ୍ୟ ମିଳିଥାଏ ।
Author: Deviprasad Jena | Credit: Canva
ଘିଅ ଦାନ- ମହାଶିବରାତ୍ରି ଦିନ ଗାଈ କ୍ଷୀରରୁ ପ୍ରସ୍ତୁତ ଘିଅ ଦାନ କରିବା ଉଚିତ୍। ଏହା ଘରୁ ଦାରିଦ୍ର୍ୟ ଦୂର କରିଥାଏ ବୋଲି ବିଶ୍ୱାସ କରାଯାଏ । ଘିଅ ଦାନ ଦ୍ବାରା ଜ୍ଞାନ ଏବଂ ବୁଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ ।
Author: Deviprasad Jena | Credit: Canva
କଞ୍ଚା କ୍ଷୀର ଦାନ: ମହାଶିବରାତ୍ରି ଦିନ କଞ୍ଚା ଗାଈ କ୍ଷୀର ଦାନ କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିବା ସହ ରାଶିର କୁଣ୍ଡଳୀରେ ଚନ୍ଦ୍ର ମଧ୍ୟ ଶକ୍ତିଶାଳୀ ହୋଇଥା'ନ୍ତି ।