• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଆସୁଛି ବର୍ଷା, ଖରାରୁ ତାତିରୁ ମିଳିପାରେ ଆଶ୍ବସ୍ତି । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଦିନ ପର୍ଯ୍ୟନ୍ତ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଅର୍ଦ୍ଧାଧିକ ଜିଲ୍ଲାରେ ଝଡ଼ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

୨୪ ଘଣ୍ଟା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଏବଂ ଉପକୂଳରେ ମଧ୍ୟ ୨୨ ଏବଂ ୨୩ ତାରିଖରେ ବର୍ଷା ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆପଥର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତାକାଲି ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ହୋଇଛି । ସେହିପରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ଅନୁଗୁଳ, ଦେବଗଡ଼, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଅପରପକ୍ଷରେ ଫେବ୍ରୁଆରୀରୁ ଟାଇଁ ଟାଇଁ ଖରା ଅନୁଭୂତ ହେଉଛି । ଫେବ୍ରୁଆରୀରୁ ଚେତାବନୀ ଦେଉଛି ତାତି । ଏମିତିକି ପାରଦ ୩୭ ଡିଗ୍ରୀ ପାର୍ କରିଛି । ଏହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଭାଳେଣି ମଧ୍ୟ ପଡ଼ିଗଲାଣି । ଏବେଠୁ ଯଦି ଏତେ ଗରମ ତ ମେ ଜୁନ୍ ରେ ଅବସ୍ଥା କଣ ହେବ ତାକୁ ନେଇ ରାଜ୍ୟବାସୀ ଚିନ୍ତିତ ରହିଛନ୍ତି । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ସତ ହେଲେ ଲୋକମାନଙ୍କୁ କିଛି ପରିମାଣରେ ଆଶ୍ବସ୍ତି ମିଳିବ ।

ଅଧିକ ପଢ଼ନ୍ତୁ: ବିରୋଧୀଙ୍କ ହଟ୍ଟଗୋଳ ଏବଂ ମୁଲତବୀକୁ ନେଇ ଏମିତି କହିଲେ ବିଜେପି ବିଧାୟକ

OTV is now on Whatsapp

Join and get latest news update delivered to you via whatsapp

Join Now