• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

କିଟ୍ କର୍ତ୍ତୃପକ୍ଷଙ୍କୁ କଡା ଜବାବ ଦେଲେ ନେପାଳୀ ଛାତ୍ରୀ । ଗରମ ଦେଖାଉଥିବା କିଟ୍ କର୍ତ୍ତୃପକ୍ଷ ଶେଷରେ ନରମ ହେବାକୁ ବାଧ୍ୟ ହୋଇଛି । ଯେଉଁ ଛାତ୍ର ଛାତ୍ରୀଙ୍କୁ ଜୋର ଜବରଦସ୍ତ ହଷ୍ଟେଲ ପରିସରରୁ ତଢ଼ି ଦିଆଯାଇଥିଲା । ସେହି ଛାତ୍ର ଛାତ୍ରୀଙ୍କୁ ଫୋନ କରି ପୁଣି ହଷ୍ଟେଲ ଡାକାରା ଦେଉଛନ୍ତି କିଟ୍ କର୍ତ୍ତୃପକ୍ଷ । ଆଉ ବିଶ୍ୱ ବିଦ୍ୟାଳୟର ଚାପରେ ଚେପା ହେଉ ନାହାନ୍ତି ଛାତ୍ର ଛାତ୍ରୀ । ଫୋନ୍ କଲ୍ ପାଇବା ପରେ କିଛି ଏମିତି କହିଛନ୍ତି ନେପାଳୀ ଛାତ୍ରୀ । ଯାହା ଶୁଣିବା ପରେ ବାଧ୍ୟ ହୋଇ ଚୁପ୍ ହୋଇଯାଇଛନ୍ତି କଲ୍ କରିଥିବା ମ୍ୟାଡମ ।

ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ନେପାଳ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର, ମାଡ଼ ଓ ହଷ୍ଟେଲରୁ ତଡ଼ିଦେବା ଘଟଣାକୁ ନେଇ ରାଜ୍ୟରୁ ଦେଶ ଯାଏଁ ହଲଚଲ । ଏହି ଘଟଣା ପରେ ପୁଣି ପଦାକୁ ଆସିଛି କିଟ୍‌ର ଅସଲ ମୁଖା । ସାମ୍ନାକୁ ଆସୁଛି କିଟ୍‌ର ଗୋଟିଏ ପରେ ଗୋଟିଏ ଅବହେଳାର ଚିତ୍ର । ପୁଣି ଭାଇରାଲ ହୋଇଛି ନୂଆ ଏକ ଭିଡିଓ ।

 

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କିଟ୍ କର୍ତ୍ତୃପକ୍ଷଙ୍କ ତରଫରୁ ଜଣେ ମ୍ୟାଡମ ଜଣେ ନେପାଳୀ ଛାତ୍ରୀଙ୍କୁ ପୁଣି ହଷ୍ଟେଲ ଫେରିବାକୁ ଅନୁରୋଧ କରିଛନ୍ତି  । ଆଉ ଏହାର ଉତ୍ତରରେ ଛାତ୍ରୀ ଜଣକ ଯାହା କହିଛନ୍ତି, ତାହା ଶୁଣିବା ପରେ ଆପଣ ବି ଅନୁମାନ କରିପାରିବେ କେମିତି ନିର୍ଦୟ ସାଜି ଆମାନୁଷିକ ବ୍ୟବହାର କରିଥିଲେ କିଟ୍ କର୍ତ୍ତୃପକ୍ଷ ।

ଛାତ୍ରୀ ଜଣକ କହିଛନ୍ତି ତାଙ୍କୁ ଭୀଷଣ ଜ୍ୱର ହୋଇଥିବା ସତ୍ତ୍ୱେ ତାଙ୍କୁ ବିଦା କରାଯାଇଥିଲା । ଛାତ୍ରୀ ଜଣକ ଆହୁରି କହିଛନ୍ତି ଆମେ ଅଧା ରାସ୍ତାରୁ କେମିତି ଫେରିବୁ ? ଆପଣ ଜାଣିଛନ୍ତି ନେପାଳ କେଉଁଠି ? ଏତେ ଦୂର ଆସିବା ପରେ ଅଧା ରାସ୍ତାରୁ ଆମେ କେମିତି ଫେରିବୁ ? ଆମେ ପାଞ୍ଚ ମିନିଟ ଦଶ ମିନିଟ ଦୂରରେ ନାହୁଁ , ଆପଣ ଯେବେ ଇଛା ବାହାର କରିଦେବା ପରେ ପୁଣି ଡାକିଲେ ଆମେ ଆସିବୁ କେମିତି ? ତେବେ ଏଭଳି ପ୍ରଶ୍ନ ବାଣରେ ଘାଇଲା ହେବା ପରେ ମ୍ୟାଡମଙ୍କ ପାଟି ଖନି ମାରିଯାଇଥିବା ଶୁଣିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: କିଟ୍‌ ପ୍ରତିଷ୍ଠାତା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ କଳା ସାମ୍ରାଜ୍ୟ

OTV is now on Whatsapp

Join and get latest news update delivered to you via whatsapp

Join Now