Advertisment

KIIT Land Corruption: କୌଶଳରେ ଏକର ଏକର ସରକାରୀ ଜମି ଅକ୍ତିଆର କରିଥିଲା ବିବାଦୀୟ କିଟ୍

ଜଙ୍ଗଲ ଜମି ସହ ଶିଳ୍ପ ନାଁରେ ରାଜ୍ୟ ସରକାରଙ୍କୁ ଚୂନ ଲଗାଇ ଅଧିଗ୍ରହଣ ହୋଇଛି କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି । କେଳେଙ୍କାରୀ ବେଧଡ଼କ୍ ଚାଲିଥିଲେ ମଧ୍ୟ ଆଖି ବନ୍ଦ କରିଦେଇଥିଲେ ପୂର୍ବ ବିଜେଡି ସରକାର । ଅଚ୍ୟୁତ ସାମନ୍ତ ନିଜ ସଂସ୍ଥା ନାଁରେ ଇଡକୋଠୁ ୨୦୧୨ ମସିହାରେ ହାତେଇ ଥିଲେ ୮୯ ଏକର ଜମି ।

author-image
Deviprasad Jena
ଅଦ୍ୟତନ ହୋଇଛି
undefined

Kiit Land Issue

କିଟ୍ ବିରୋଧରେ ଜମି କେଳେଙ୍କାରୀର ପୁଳା ପୁଳା ପ୍ରମାଣ ମିଳିବାରେ ଲାଗିଛି । ପୂର୍ବତନ ବିଜେଡି ସରକାର ସମୟରେ ଆଇନକୁ ଦଳି ମକଚି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶାଗ ମାଛ ଦରରେ କେମିତି ଏକର ଏକର ଜମି ଅକ୍ତିଆର କରିଥିଲେ । ଏହାର ତଥ୍ୟ ଖୋଳି ବାହାର କରିଛନ୍ତି RTI କର୍ମୀ । ଏମିତିକି ଯେଉଁ ଜମି ଉପରେ କିଟ୍ ଆଖି ପକାଏ ତାକୁ ପ୍ରଥମେ ବଳ ପୂର୍ବକ ଦଖଲକୁ ନିଏ । ପରେ ସରକାରୀ ସଂସ୍ଥା ଇଡକୋ କାନ୍ଧରେ ବନ୍ଧୁକ ରଖି ସେହି ଜମିକୁ ନିଜ ନାଁକୁ ନେଇଯାଏ ।

Advertisment

ଏହାର ପ୍ରମାଣ ନିଜେ ଦେଇଛି କିଟ୍ । ୨୦୧୪ ରେ ଖୋଦ୍ ସିଏଜି ମଧ୍ୟ କିଟ୍ ଜମି କେଳେଙ୍କାରୀ କଥା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ । ଏହି ତଥ୍ୟ ବିଧାନସଭାରେ ମଧ୍ୟ ଉପସ୍ଥାପିତ ହୋଇଥିଲା । ଏବେ ପୁଣି ସେ ସବୁ କେଳେଙ୍କାରୀର ଫର୍ଦ୍ଦ ଖୋଲିବା ପରେ ଶିଳ୍ପମନ୍ତ୍ରୀ କହିଛନ୍ତି ସବୁ ଅଭିଯୋଗର ତଦନ୍ତ ହେବ । କିଟ୍ ଯେଉଁ ଜମି ଉପରେ ଆଖି ପକାଏ ତାକୁ ନିଜର କରିନିଏ । ୩୧ ମାର୍ଚ୍ଚ ୨୦୦୮ର ଏକ ଚିଠିରୁ ମିଳିଥିବା ପ୍ରମାଣ ଅନୁଯାଇ ଇଡକୋ କାନ୍ଧରେ ବନ୍ଧୁକ ରଖି ଏକର ଏକର ସରକାରୀ ଜମି ଅକ୍ତିଆର କରିଛି ଏହି ଘରୋଇ ଶିକ୍ଷା ଅନୁଷ୍ଠାନ।

ଇଡକୋର ଡିଭିଜନାଲ ମୁଖ୍ୟଙ୍କୁ କିଟ୍ ଇଷ୍ଟେଟ୍ ଆଣ୍ଡ ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ନିଜେ କିଟ୍ କେମିତି ୫ ଏକର ଇଡକୋ ଜମିକୁ ନିଜେ ଜବରଦଖଲ କରିଛି । ପରେ ଏହି ଜମିକୁ ଚଂଚକତା କରି ନିଜ ଅକ୍ତିଆରକୁ ନେବାକୁ ଇଡକୋକୁ ମୋହରା କରିଛି । କିଟ୍ ପ୍ରତିଷ୍ଠାତା ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଜମି ହାତେଇବା କଳାରେ ପୁରା ମାହିର ବୋଲି ଅଭିଯୋଗ ହୋଇଛି । ୨୦୦୮ରେ ଆରଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ କିଟ୍ ନ୍ୟାସନାଲ ଲ-ସ୍କୁଲ ପାଇଁ ୫ ଏକର ଜମି ସହ ଜବର ଦଖଲ କରି ରଖିଥିବା ଆଉ କିଛି ଜମିରେ ଗଛ ଲଗାଇବାକୁ ସଂସ୍ଥା ଆବେଦନ କରିଥିଲା । ଏହାସହ ଉକ୍ତ ଜମିକୁ ଏକକାଳୀନ କ୍ଷମା ସୁତ୍ରରେ ଦେବାକୁ ଅତି ଚାଲାକି କରି ସରକାରଙ୍କୁ ନିବେଦନ ବି କରିଥିଲା । ପୂର୍ବ ସରକାର ବଳରେ ବଳିଆନ ଅଚ୍ୟୁତ ଏଣ୍ଡ କୋ ସବୁ କାମ ଅତି ସହଜରେ ଜମି ହାସଲ କରି ନେଉଥିଲା ବୋଲି ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ଓ କିଟ୍ ର ପୁରାତନ ଛାତ୍ର ।

Advertisment

ଅଧିକ ପଢ଼ନ୍ତୁ : ତଦନ୍ତ ରିପୋର୍ଟ ଆସିଲେ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ, କହିଲେ ବୈଷୟିକ ଶିକ୍ଷାମନ୍ତ୍ରୀ

ଜଙ୍ଗଲ ଜମି ସହ ଶିଳ୍ପ ନାଁରେ ରାଜ୍ୟ ସରକାରଙ୍କୁ ଚୂନ ଲଗାଇ ଅଧିଗ୍ରହଣ ହୋଇଛି କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି । କେଳେଙ୍କାରୀ ବେଧଡ଼କ୍ ଚାଲିଥିଲେ ମଧ୍ୟ ଆଖି ବନ୍ଦ କରିଦେଇଥିଲେ ପୂର୍ବ ବିଜେଡି ସରକାର । ଅଚ୍ୟୁତ ସାମନ୍ତ ନିଜ ସଂସ୍ଥା ନାଁରେ ଇଡକୋଠୁ ୨୦୧୨ ମସିହାରେ ହାତେଇ ଥିଲେ ୮୯ ଏକର ଜମି । ବଡ଼ କଥା ହେଲା ସରକାରଙ୍କଠୁ ପାଇଥିବା ଜମିରୁ ମାତ୍ର ୭ ଏକର ଜମି କିଟ୍‌କୁ ଆଲଟମେଣ୍ଟ କରାଯାଇଥିଲା । ବାକି ୮୨ ଏକର ଜମିକୁ ବେଆଇନ୍ ଭାବେ ଦଖଲ କରାଯାଇଥିଲା । ଆଉ ପରେ ତାକୁ ରେଗୁଲାରାଇଜ୍ କରାଯାଇଥିଲା । ଯାହାର ବଜାର ମୂଲ୍ୟ ସେତେବେଳେ ଥିଲା ଅଢେଇ ଶହ କୋଟିରୁ ଅଧିକ । କିନ୍ତୁ ଶାଗ ମାଛ ଦରରେ ଏହାକୁ ନିଜ ନାଁକୁ ହାତେଇଥିଲା ନେଇଥିଲା କିଟ୍ ।

ସେତେବେଳେ ସିଏଜି ଏହି କେଳେଙ୍କାରୀକୁ ଧରିଥିଲେ । ୨୦୧୪ରେ କିଟ୍ ଜମି କେଳେଙ୍କାରୀର ସିଏଜି ରିପୋର୍ଟ ଦସ୍ତାବିଜ୍ ବିଧାନସଭାରେ ଉପସ୍ଥାପନ ବି ହୋଇଥିଲା । ଯେଉଁଥିରେ ଉଲ୍ଲେଖ ଥିଲା ଇଡକୋଠାରୁ ୮୯ ଏକର ଜମି କିଟ୍ ଶିଳ୍ପ ପାଇଁ ନେଇଥିଲା । କିନ୍ତୁ ସେଠି ଶିକ୍ଷାନୁଷ୍ଠାନ ଛିଡ଼ା କରିଥିଲା । ଯେଉଁଥିପାଇଁ ସରକାରୀ ମୂଲ୍ୟରେ ୨୫୨ କୋଟି ୫୪ ଲକ୍ଷ ଟଙ୍କାର କ୍ଷତି ରାଜ୍ୟ ସରକାରଙ୍କୁ ସହିବାକୁ ପଡିଥିଲା ବୋଲି ସିଏଜି ଦର୍ଶାଇଥିଲେ ।

ଅପରପକ୍ଷେ କିଟ୍ ଜମି ଦଖଲ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବା ପରେ ବଢୁଛି କିଟ୍‌ର ଅଡ଼ୁଆ । କିଟ୍ ଜମି କେଳଙ୍କାରୀର ତଦନ୍ତ ହେବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ । ମନ୍ତ୍ରୀ କହିଛନ୍ତି କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ।

ଅଧିକ ପଢ଼ନ୍ତୁ : ଜାତୀୟ ରାଜପଥ ନିର୍ମାଣ ହେଲେ ବିଦେଶୀ ପକ୍ଷୀଙ୍କ ଭୂ-ସ୍ୱର୍ଗ ଚିଲିକା ଉପରେ ପଡ଼ିବ କି ଚଡ଼କ ?

BJD Achyuta Samanta Land Scam In Odisha KIIT University
Advertisment
Advertisment