/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746346412.jpg)
ଇମ୍ରାନ ଖାନ୍ଙ୍କ ‘X’ ବ୍ୟାନ୍
ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପ୍ରଥମେ ଭାରତରେ ରହୁଥିବା ପାକିସ୍ତାନୀମାନେ ଏବଂ ତା’ପରେ ଭାରତରେ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ବନ୍ଦ କରାଯାଉଛି। ଏହା ସହିତ ଭାରତରେ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ପାକିସ୍ତାନୀ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ଏହାରି ମଧ୍ୟରେ ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଭାରତ । ପାକିସ୍ତାନ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍ କରିଛି ଭାରତ । ଭାରତ ସରକାର ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ X ଆକାଉଣ୍ଟକୁ ବ୍ୟାନ୍ କରିଛି ।
ଅଧିକ ପଢ଼ନ୍ତୁ: ପୁଣି ଆତଙ୍କବାଦ ବିରୋଧରେ ମୋଦିଙ୍କ କଡ଼ା ଆଭିମୁଖ୍ୟ; କହିଲେ, ଏଥର ହେବ ନିର୍ଣ୍ଣାୟକ ଲଢ଼େଇ
ଭାରତରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ‘X’ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ବୟାନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ତେବେ କିଛି ଦିନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ଲକ୍ କରିଥିଲା ଭାରତ । ସେହିପରି କ୍ରିକେଟର ସାହିନ୍ ଆଫ୍ରିଦି, ବାବର ଆଜାମ, ରିଜୱାନଙ୍କ ଇନ୍ଷ୍ଟାଗ୍ରାମ୍କୁ ମଧ୍ୟ ବ୍ଲକ୍ କରିଥିଲା ଭାରତ । ପୂର୍ବରୁ ପାକିସ୍ତାନର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କ ଇନ୍ଷ୍ଟା ମଧ୍ୟ ବ୍ଲକ୍ ଭାରତ କରିସାରିଛି ।
ତେବେ ଭାରତ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନୀ ମନୋରଞ୍ଜନ ଶିଳ୍ପକୁ ବହୁତ ବଡ଼ ଝଟକା ଲାଗିଛି । କାହିଁକି ନା କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନୀ କଳାକାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ ଫୱାଦ ଖାନଙ୍କ ବଲିଉଡ କମବ୍ୟାକ୍ ଭାରତରେ ନିଷିଦ୍ଧ କରାଯାଇଥିଲା। ଫୱାଦ ଖାନଙ୍କ ଫିଲ୍ମ 'ଆବୀର ଗୁଲାଲ' ବ୍ୟାନ ହେବା ପରେ, ଅଭିନେତ୍ରୀ ହାନିଆ ଆମିର ଓ ଅଲ୍ଲୀ ଫାଜଲ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)