• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଆଜି ବିଧାନସଭା ବଜେଟ ଅଧିବେଶନରେ ଗୃହ ଆରମ୍ଭରୁ ହଟ୍ଟଗୋଳ ଏବଂ ହୋହାଲ୍ଲା କରିଥିଲା ବିଜେଡି । ଯାହାଫଳରେ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ବୁଧବାର କାର୍ଯ୍ୟଦିବସ ଆରମ୍ଭରୁ ବିଜେଡି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ମିଶନ ଶକ୍ତି ପୁନଃଗଠନକୁ ବିରୋଧ କରି ବିଜେଡି ବିଧାୟକମାନେ ନାରାବାଜି କରିଥିଲେ ।

ଶାସକ ଦଳ ମିସନ ଶକ୍ତିକୁ ବନ୍ଦ କରିବା ପାଇଁ ଯୋଜନା କରୁଥିବା ବିଜେଡ଼ି ସଦସ୍ୟମାନେ ଅଭିଯୋଗ କରିଥିଲେ । ଅନ୍ୟପଟେ ଗୃହ ମୁଲତବୀ ପରେ ବିଜେଡି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରିଥିଲେ । କଂଗ୍ରେସ ପକ୍ଷରୁ ତାରା ପ୍ରସାଦ ବାହିନୀପତି ମଧ୍ୟ ବାଚସ୍ପତିଙ୍କ ପୋଡିୟମ ନିକଟରେ ଅନ୍ୟ ସଦସ୍ୟଙ୍କ ସହିତ ମିଶି ରାଜ୍ୟର ମହିଳାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସ୍ଲୋଗାନ ଦେଇଥିଲେ ।

ଏହାପରେ ବିରୋଧୀଙ୍କୁ କାଉଣ୍ଟର କରିଛନ୍ତି ବିଜେପି ବିଧାୟକ । ଏହି ଘଟଣାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ବିଜେଡିର ନାଁ ନନେଇ କିଟ୍ ପ୍ରସଙ୍ଗକୁ ଏଡାଇବାକୁ ଏହା ବିରୋଧୀଙ୍କ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି । ବିଜେପି ବିଧାୟକ ଅମର ନାୟକ କହିଛନ୍ତି କିଟ୍ ପ୍ରସଙ୍ଗକୁ ଲୁଚେଇବା ପାଇଁ ହେଉ ଅନ୍ୟ କୌଣସି ପ୍ରସଙ୍ଗକୁ ଲୁଚାଇବା ପାଇଁ ବୋଧହୁଏ ବିରୋଧୀ ଏଭଳି ପ୍ରୟାସ କରିଛନ୍ତି । ବିରୋଧୀଙ୍କ ପାଖରେ ଆଉ ପ୍ରସଙ୍ଗ ନଥିବାରୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ଗଣତନ୍ତ୍ରରେ ବିରୋଧୀ ଦଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦୁଃଖ ଏହା ଯେ ସାରା ରାଜ୍ୟ ପ୍ରଶ୍ନ ଉତ୍ତରକୁ ଅପେକ୍ଷା କରିଥାନ୍ତି । ନିଜ ଅଞ୍ଚଳ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ବିଧାୟକ ଅନେଇ ବସିଥାନ୍ତି । କିନ୍ତୁ ବିରୋଧୀ ଗୃହକୁ ଚଳାଇ ଦେଲେ ନାହିଁ ।

ଅଧିକ ପଢ଼ନ୍ତୁ: କିଟ୍‌ ପ୍ରତିଷ୍ଠାତା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ କଳା ସାମ୍ରାଜ୍ୟ

ବିଧାୟକ ଅମର ନାୟକ ଆହୁରି କହିଛନ୍ତି କିଟ୍ ପ୍ରସଙ୍ଗ ହେଉ ବା ଅନ୍ୟ କେଉଁ ପ୍ରସଙ୍ଗ ହେଉ, ତାକୁ ଏଡାଇବାକୁ ଭିନ୍ନ ଦିଗ ଦେଇଛନ୍ତି ବିରୋଧୀ । ବିରୋଧୀ ମୁଲତବୀ ଆଣିଲେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଯେବେ ବି ବିରୋଧୀ ଚାହିଁଛନ୍ତି ଆମେ ସଫଳତାର ସହ ଆଲୋଚନା କରିଛୁ । ମହିଳାଙ୍କ ପାଇଁ ସରକାର ସମ୍ବେଦନଶୀଳ ଅଛନ୍ତି । ସହାୟିକାଙ୍କୁ ଦରମା ଦିଆଗଲା । ଅତୀତରେ ମହିଳାଙ୍କୁ ଧୂଆଁବାଣ କରୁଥିଲେ ବିରୋଧୀ । ବିରୋଧୀ ଜାଣିଶୁଣି ନିଜେ ଏପରି କରୁଛନ୍ତି କାରଣ ସେମାନେ ସଙ୍କଟରେ ପଡିଛନ୍ତି । ସେମାନେ ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବାକୁ କିଛି କରି ନାହାନ୍ତି ।

ବିଧାୟକ ଅମର ନାୟକ ଆହୁରି କହିଛନ୍ତି ଲକ୍ଷପତି ଦିଦି ସହାୟିକା ଯୋଜନା କରିଛନ୍ତି ସରକାର । ସୁଭଦ୍ରା ପରି ସବୁଠାରୁ ବଡ଼ ଯୋଜନା କରିଛନ୍ତି ସରକାର । ସୁଭଦ୍ରା ଯୋଜନା ମାଧ୍ୟମରେ କୋଟିଏ ମହିଳାଙ୍କ ପାଖରେ ଋଣ ନୁହେଁ ସହାୟତା ପହଞ୍ଚିଛି ।

ଅପରପକ୍ଷେ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ବଦନାମ ହୋଇଛି ଓଡିଶା । ଘରୋଇ ଶିକ୍ଷା ଅନୁଷ୍ଠାନର ଦାଦାଗିରି ଏବଂ ଗର୍ବକୁ ନେଇ ବିଚଳିତ ଛାତ୍ର ସମାଜ  । କିଟ୍‌ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ତେଜିବାରେ ଲାଗିଛି ବିବାଦ । କିଟ୍ ବିଶ୍ବବିଦ୍ୟାଳୟକୁ  ନେଇ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସଂଘାତିକ ତଥ୍ୟ  । ଭୁବନେଶ୍ବରରୁ କାଠମାଣ୍ଡୁ ଯାଏଁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । କିନ୍ତୁ ଏତେ ପରେ ବି ବିରୋଧ କରୁନି ପ୍ରମୁଖ ବିରୋଧୀ ଦଳ ।

ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜରାସ୍ତାରେ ଗର୍ଜନ କରୁଥିବା ବିଜେଡିର ମୌନବ୍ରତକୁ ନେଇ ଉଠିଲାଣି ଅନେକ ପ୍ରଶ୍ନ । ଚର୍ଚ୍ଚା ହେଉଛି ପୂର୍ବତନ ସାଂସଦଙ୍କ ବିଜେଡି ଲିଙ୍କ ପାଇଁ ଏତେ ପରେ ବି ଚୁପ୍ ରହିଛି ବିଜେଡି । 

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା କିଟ୍‌ର ଆଉ ଏକ ଭାଇରାଲ ଭିଡିଓ, ଦେଖନ୍ତୁ..

OTV is now on Whatsapp

Join and get latest news update delivered to you via whatsapp

Join Now