Advertisment

OTV Foresight 2025: ‘IAS ପରୀକ୍ଷା ପରି ଦେଶରେ IJS ଆସିବା ଜରୁରୀ' : ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ

ବିଚାର ବ୍ୟବସ୍ଥାରେ ସଂସ୍କାର ପାଇଁ ଆବଶ୍ୟକତା ଅନୁଯାୟୀ ନଗଣ୍ୟ ସଂଖ୍ୟାରେ ଥିବା ବିଚାରପତି ମାନଙ୍କ ନିଯୁକ୍ତି, ଜିଲ୍ଲା କୋର୍ଟଠୁ ନେଇ ହାଇକୋର୍ଟ ପର୍ଯ୍ୟନ୍ତ ଭିତ୍ତିଭୂମିର ବିକାଶ ଏବଂ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଖାଲିଥିବା ସମସ୍ତ ପଦକୁ ଯଥାଶୀଘ୍ର ପୂରଣ କରାଯିବା ଦରକାର ।

author-image
Deviprasad Jena
undefined

OTV Foresight 2025

ଦେଶରେ ସିଭିଲ୍ ସର୍ଭିସ୍ ଢାଞ୍ଚାରେ ଇଣ୍ଡିଆନ ଜୁଡିସିଆଲ ସର୍ଭିସ ବା IJS ଆସିବା ଜରୁରୀ । ଓଟିଭି ଫୋରସାଇଟରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହା କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ । ଓଟିଭିର ଏକ୍ଜିକ୍ୟୁଟିଭ୍ ଏଡିଟର ରାଧାମାଧବ ମିଶ୍ରଙ୍କ ସହ ଆଲୋଚନାରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଦେଶରେ ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାରର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ ।

Advertisment

ସେ କହିଥିଲେ, ବିଚାର ବ୍ୟବସ୍ଥାରେ ସଂସ୍କାର ପାଇଁ ଆବଶ୍ୟକତା ଅନୁଯାୟୀ ନଗଣ୍ୟ ସଂଖ୍ୟାରେ ଥିବା ବିଚାରପତି ମାନଙ୍କ ନିଯୁକ୍ତି, ଜିଲ୍ଲା କୋର୍ଟଠୁ ନେଇ ହାଇକୋର୍ଟ ପର୍ଯ୍ୟନ୍ତ ଭିତ୍ତିଭୂମିର ବିକାଶ ଏବଂ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଖାଲିଥିବା ସମସ୍ତ ପଦକୁ ଯଥାଶୀଘ୍ର ପୂରଣ କରାଯିବା ଦରକାର । ସେହିପରି ସିଭିଲ୍ ସର୍ଭିସ୍ ଢାଞ୍ଚାରେ ଦେଶରେ ଅଲ୍ ଇଣ୍ଡିଆ ଜୁଡିସିଆଲ୍ ସର୍ଭିସ ଆସିବା ନିହାତି ଜରୁରୀ ବୋଲି ମତ ଦେଇଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ । ଏହି ଅବସରରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଦେଶର ନ୍ୟାୟିକ ବ୍ୟବସ୍ଥା ଏବଂ ଦୀର୍ଘ ୩୮ ବର୍ଷ ଧରି ଭାରତୀୟ ନ୍ୟାୟପାଳିକା ସହ ଥିବା ନିଜ ଅନୁଭୂତି ବାଣ୍ଟିଥିଲେ ।

ଏହାସହ ନ୍ୟାୟପାଳିକା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ନିଜ ମତ ରଖିଥିଲେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ । କୋର୍ଟ ରୁମ୍ ରେ ଲାଇଭ ଷ୍ଟ୍ରିମିଂ ଦ୍ବାରା କିଭଳି ବିଚାରପତିଙ୍କ ଦାୟିତ୍ବବୋଧ ବଢ଼ିଛି ତାହା ବର୍ଣ୍ଣନା କରିବା ସହ ଅଯୋଧ୍ୟା ମାମଲାର ଶୁଣାଣି ଚ୍ୟାଲେଞ୍ଜିଂ ଥିଲା ବୋଲି କହିଛନ୍ତି । ସେହିପରି ନ୍ୟାୟପାଳିକା ରାଜନୈତିକ ଚାପରେ କାମ କରନ୍ତି ନାହିଁ ବୋଲି ବି ସ୍ପଷ୍ଟ ମତ ରଖିବା ସହ ୧୯୪୭ ପରଠାରୁ ଇଂଲିଶରେ ପ୍ରକାଶ ପାଉଥିବା ରାୟ ଗୁଡ଼ିକୁ ହିନ୍ଦିରେ ଅନୁବାଦ ସରିଥିବା ବେଳେ ଓଡିଆ ଏବଂ ସାନ୍ତାଳୀ ଭାଷାରେ ଅବୁବାଦ ପ୍ରକ୍ରିୟା ଚାଲିଥିବା ନେଇ ସେ ସୂଚନା ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ:‘ଆମେ କୌଣସି ସରକାରଙ୍କ ସମର୍ଥନରେ କିମ୍ବା ବିପକ୍ଷରେ ନାହୁଁ’

OTVର ସ୍ୱତନ୍ତ୍ର ଫୋରସାଇଟ୍ କାର୍ଯ୍ୟକ୍ରମରେ ଭାଗ ନେଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ,ଏହା ନୂଆ ପିଢିଙ୍କ ଦେଶ । ବୟସ ବା ଅଭିଜ୍ଞତା ନୁହେଁ ଯୋଗ୍ୟତା ଅନୁସାରେ ନିଯୁକ୍ତି ମିଳିବା କଥା । କୋର୍ଟରେ ମାମଲାର ତାରିଖ ପରେ ତାରିଖ ପଡୁଥିବା ସଂପର୍କରେ ହେଉଥିବା ଅଭିଯୋଗ ଉପରେ ସେ କହିଛନ୍ତି, ଜଜମାନେ କେବେ ତାରିଖ ମାଗନ୍ତିନି । ସମନ୍ ପୋଲିସ୍ ଦ୍ୱାରା ଦିଆଯାଇଥାଏ । ତାରିଖ ଗଡିବାର ବହୁ କାରଣ ରହିଛି । ତେବେ ବିଚାର ବ୍ୟବସ୍ଥାରେ ସଂସ୍କାର ଆସିବା ଜରୁରୀ ବୋଲି ସେ କହିଛନ୍ତି ।

ଜଷ୍ଟିସ ଚନ୍ଦ୍ରଚୂଡ଼ ଆହୁରି କହିଛନ୍ତି, ସେ ଦୀର୍ଘ ବର୍ଷ ଧରି କୋର୍ଟ ରୁମରେ କାମ କରିଛନ୍ତି । ଏବେ ଅବସର ନେବା ପରେ ସମାଜ କେତେ ବ୍ୟାପକ ତାହା ସେ ଉପଲବ୍ଧି କରୁଛନ୍ତି । ସେ କହିଛନ୍ତି, ତାଙ୍କ ବାପା ୱାଇଭି ଚନ୍ଦ୍ରଚୂଡ଼ ମଧ୍ୟ ସୁପ୍ରିମକୋର୍ଟରେ ପ୍ରଦାନ ବିଚାରପତି ଓ ଦୀର୍ଘ ବର୍ଷ ଧରି ଜଜ୍ ଥିଲେ । ତେବେ ତାଙ୍କ ବାପା କହିଥିଲେ ସେ ଅବସର ନେବା ପରେ ହିଁ ପୁଅ କୋର୍ଟକୁ ଯାଇ ପ୍ରାକ୍ଟିସ କରିବ । ତାହା ହିଁ ହୋଇଥିଲା ।

ଅଧିକ ପଢ଼ନ୍ତୁ: ‘ସେଦିନ ଯାହା ଘଟିଛି, ତାହା ଭୁଲି ହେଉନି...ହଷ୍ଟେଲ ଫେରିବାକୁ ବହୁତ ଭୟ ଲାଗୁଛି’

IAS Recruitment Justice Chandrachud Judges OTV Foresight 2025
Advertisment
Advertisment