ସମୟ ଯେତିକି ବଢ଼ୁଛି, ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ସେତିକି ବଢ଼ୁଛି। ବାଲେଶ୍ୱର ବାହନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ପାଇଛି।
ଦିଆସିଲି ଖୋଳ ଭଳି ଗୋଟିଏ ବଗି ଉପରେ ଚଢି ଯାଇଛି ଆଉ ଗୋଟିଏ ବଗି । ଦେଖନ୍ତୁ ଦୁର୍ଘଟଣା ସ୍ଥଳର ଭିଡିଓ
ଏବେ ବି ଟ୍ରେନ୍ ଭିତରେ କାକୁଡି ପଡିଛି...ଟିଫିନ୍ ପଡିଛି...କିନ୍ତୁ କିଏ ଜାଣିଥିଲା ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିବ ବୋଲି ।
ଗତକାଲି ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସୁଛନ୍ତି।
ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହାପୂର୍ବରୁ ମଧ୍ୟ ଦେଶରେ ବଡ଼ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏଥିରେ ଅନେକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ।
ମୃତ୍ୟୁ ଏମିତି ବି ଆସେ । ହୃଦୟ ବିଦାରକ ଦୃଶ୍ୟ । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ନିଜ ପ୍ରିୟ ପରିଜନଙ୍କ ମୃତଦେହ ଖୋଜୁଛନ୍ତି । ଏ ଦୃଶ୍ୟକୁ ଯିଏ ବି ଦେଖିବ, ତାର ଆଖି ଲୁହରେ ଜକେଇ ଆସିବ।
ବାହାନାଗା ଦୁର୍ଘଟଣା ପରେ ଏହି ରୁଟ୍ରେ ଯାଉଥିବା ବହୁ ଟ୍ରେନ୍କୁ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନ ଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି।
ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ: ଦୁଇ ଏକ୍ସପ୍ରେସ ଟ୍ରେନ କରମଣ୍ଡଳ ଓ ବେଙ୍ଗାଳୁର- ହାୱଡ଼ା ଲାଇନଚ୍ୟୁତ ହୋଇ ମାଲଗାଡ଼ିକୁ ଧକ୍କା ଦେବାରୁ ବର୍ତ୍ତମାନ ସୁଦ୍ଧା ୨୩୩ ଯାତ୍ରୀଙ୍କ ମୃତ୍ୟୁ, ୯ଶହରୁ ଅଧିକ ଯାତ୍ରୀ ଆହତ
ଓଃ ! ଏ ଦୃଶ୍ୟ ଦେଖିବା ମୁସ୍କିଲ୍...ଗୋଟିଏ ବଗି ଉପରେ ଚଢିଛି ଆଉ ଗୋଟିଏ ବଗି...
ଏକଥା ଶୁଣି, ଫୋନ୍ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍ କରିଛି ତାଙ୍କ ନାଁ ମୁନିସି..
ଜଣେ ବ୍ୟକ୍ତି ତାଙ୍କ ପରିବାରର ୨ ଲୋକଙ୍କୁ ଖୋଜି ସୋର ମେଡ଼ିକାଲରେ ପହଞ୍ଚିଛନ୍ତି। ଆଉ ତା ପରେ...
ମୁଁ ପ୍ରାୟ ସେହି ଲେବୁଲ କ୍ରସିଂ ପାଖରେ ବସେ । ପବନ ଖାଇବାକୁ ସେଠି ବସେ । କାଲି ବି ବସିଥିଲି । ସମ୍ପୂର୍ଣ୍ଣ ଘଟଣା ମୋ ଆଖି ସାମ୍ନାରେ ଘଟିଛି ।
ଯିଏ ବର୍ତ୍ତିଯାଇଛନ୍ତି, ସେମାନେ ବଖାଣିଛନ୍ତି ଦୁର୍ଘଟଣାର ଭୟଙ୍କର କାହାଣୀ।
ପ୍ରଥମେ ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା ।
କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୦୦ ଟପିଲା। ୨୦୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କହିଲେ ମୁଖ୍ୟ ସଚିବ
ସ୍ଥାନୀୟ ହସ୍ପିଟାଲରେ ଆଉ ଯାଗା ନଥିବା ବେଳେ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି ।
ଆହୁରି ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି ।
ସଂଯୋଗର ବିଷୟ, ସେଦିନ ଥିଲା ଶୁକ୍ରବାର, ଆଜି ବି ସେହି ଶୁକ୍ରବାର
ଇତିମଧ୍ୟରେ ରେଳ ଦୁର୍ଘଟଣା ସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।
ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଛି । ଏହାଛଡ଼ା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଉଥିବା କହିଛନ୍ତି ।
ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ। କରମଣ୍ଡଳ ଏକ୍ସପ୍ରେସ-ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା ।
ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସକାଳେ ଦୁର୍ଘଟଣା ସ୍ଥଳ ଯିବେ ମୁଖ୍ୟମନ୍ତ୍ରୀ। କାଲି ଯିବା ନେଇ ନବୀନ ସୂଚନା ଦେଇଛନ୍ତି।
ଦୁଇ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୦ରୁ ଅଧିକ ଗୁରୁତର ହୋଇଛନ୍ତି। ଅନ୍ୟପଟେ ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚାପି ହୋଇ ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ।
ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । କରମଣ୍ଡଳ ଏକ୍ସପ୍ରେସ - ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଦୁଇ ଟ୍ରେନ୍ ଧକ୍କା ନେଇ ଖଡ଼ଗପୁର DRM ସୂଚନା ଦେଇଛନ୍ତି ।