• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାହାନଗା ଟ୍ରେନ୍ ଟ୍ରାଜେଡି ପଛରେ ହୋଇଛି କି ଗଭୀର ଷଡ଼ଯନ୍ତ୍ର ? ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିବା ସନ୍ଦେହ କରୁଛି କି ରେଳ ମନ୍ତ୍ରାଳୟ ? ଯେଉଁଥି ପାଇଁ ରେଲୱେ ସେଫ୍ଟି କମିଶନଙ୍କ ବ୍ୟତୀତ ସିବିଆଇକୁ ବି ଦିଆଯାଇଛି ତଦନ୍ତ ଭାର । ଏହାଭିତରେ ଖୋର୍ଦ୍ଧା ରୋଡ୍ DRM, ସିଗନାଲ୍ ସିଷ୍ଟମରେ ଫିଜିକାଲ ଟାଂପରିଂ  ହୋଇଥିବା ସନ୍ଦେହ କରିଥିବା ବେଳେ ବନ୍ଦେ ଭାରତ ଏକ୍ସପ୍ରେସ୍ କନସେପ୍ଟ ଆଣିଥିବା ସୁଧାଂଶୁ ମଣି ଅନ୍ତର୍ଘାତୀ କାର୍ଯ୍ୟ ଆଡ଼କୁ ଇସାରା କରିଛନ୍ତି। ରେଳ ବିଶେଷଜ୍ଞ ବି ରିଲେ ରୁମ୍ ଓ କଣ୍ଟ୍ରୋଲ ରୁମରୁ ସିଗନାଲ୍ ଟାଂପରି ହୋଇପାରିବ ବୋଲି କହିଛନ୍ତି ।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ହୋଇଛି କି ଷଡ଼ଯନ୍ତ୍ର? ଗ୍ରୀନ୍ ସିଗନାଲ୍ ସତ୍ତ୍ବେ ମେନ୍ ଲାଇନରୁ ଲୁପ୍ ଲାଇନକୁ କେମିତି ମାଡ଼ିଗଲା କରମଣ୍ଡଳ ? ଟ୍ରେନ୍ ଫେସିଂ ପଏଣ୍ଟରେ ଇଣ୍ଟରଲକ୍ ଖୋଲିଲା କେମିତି ? ଜାଣିଶୁଣି କିଏ ଅନ୍ତର୍ଘାତୀ କାର୍ଯ୍ୟ କରିଛି ନା ଅନ୍ୟ କିଛି ତ୍ରୁଟି ଅଛି ? ଏସବୁ ପ୍ରଶ୍ନକୁ ନେଇ ସାରା ଦେଶରେ ଏବେ ଆଲୋଚନା, ପର୍ଯ୍ୟାଲୋଚନା ଓ ବିତର୍କ । ୨୮୮ ଜଣଙ୍କ ମୃତ୍ୟୁ ପରେ ଦୁର୍ଘଟଣାର ମୁଖ୍ୟତଃ ଦୁଇଟି କାରଣକୁ ନେଇ ଅଧିକ ଚର୍ଚ୍ଚା ହେଉଛି ।

ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂରେ ପରିବର୍ତ୍ତନ ଓ ସିଗନାଲ୍ ଟାଂପରିଂ। ଯାହାକୁ ନେଇ ଉଠୁଛି ଷଡ଼ଯନ୍ତ୍ର ଥିଓରୀ। ଏସବୁ ଭିତରେ ଖୋର୍ଦ୍ଧା ରୋଡ୍ DRM ରିଙ୍କେଶ ରାୟ କହିଛନ୍ତି ସିଗନାଲ୍ ସିଷ୍ଟମରେ ଫିଜିକାଲ୍ ଟାଂପରିଂ ହୋଇଛି । ଟାପରିଂ ବିନା ଦୁର୍ଘଟଣା ଘଟିବା ଅସମ୍ଭବ ବୋଲି ସେ ଦୃଢ଼ତାର ସହ କହିଛନ୍ତି। ଅନ୍ୟପକ୍ଷରେ ବନ୍ଦେ ଭାରତ ଏକ୍ସପ୍ରେସ୍ କନସେପ୍ଟ ଆଣିଥିବା ଇଂଜିନିୟର ସୁଧାଂଶୁ ମଣି ବି ସିଗନାଲରେ ଟାଂପରିଂ ଓ ଅନ୍ତର୍ଘାତୀ କାର୍ଯ୍ୟ ଆଡକୁ ଇସାରା କରିଛନ୍ତି ।

ଶୁକ୍ରବାରର ସେହି କାଳ ସଂଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ ଘଣ୍ଟା ପ୍ରତି ୧୨୮ କିଲୋମିଟର ବେଗରେ ଦୌଡୁଥିଲା । ଆଉ ବାହାନଗାରେ ଘଟିଲା ଭୟଙ୍କର ଦୁର୍ଘଟଣା। ବଡ଼ ପ୍ରଶ୍ନ, କିଏ ଉଦ୍ଦେଶ୍ୟମୂଳକ ଭାବେ ଷଡ଼ଯନ୍ତ୍ର କରିଥିଲା କି ? ଷ୍ଟେସନ୍ ମାଷ୍ଟର ଓ ଅନ୍ୟ ଷ୍ଟାଫଙ୍କ ଭୂମିକା କଣ ଥିଲା ? ବିନା ଅନୁମତିରେ ସିଗନାଲ୍ ସିଷ୍ଟମରେ କିଛି ମରାମତି ହେଉନଥିଲା ତ ? ଉଦ୍ଦ୍ୟେଶମୂଳକ ଭାବେ କେହି ଇଣ୍ଟରଲକ୍‌କୁ ଖରାପ କରି ସିଗନାଲ୍ ଗ୍ରୀନ୍ କରିଥିଲେ କି ? ନିୟମ ଅନୁସାରେ ଲୁପ୍ ଲାଇନ୍ ଖୋଲାଥିଲେ ରେଡ୍ କିମ୍ବା ୟେଲୋ ସିଗନାଲ୍ ଦେଖାଇଥାନ୍ତା ।

ହେଲେ ଗ୍ରୀନ୍ ସିଗନାଲ୍ ଆସିଲା କେମିତି? ସାଧାରଣତଃ ଲୁପ୍ ଲାଇନକୁ ଟ୍ରେନ୍ ଗଲେ ଗତି ଧିମା କରିବାକୁ ପଡ଼େ । ତେବେ ଏଠାରେ ମେନ୍ ଲାଇନ୍‌ରେ ଗ୍ରୀନ୍ ସିଗନାଲ୍ କାରଣରୁ କରମଣ୍ଡଳର ବେଗ ୧୨୮ କିଲୋମିଟର ଥିଲା। ଏଥିପାଇଁ କିଏ ଦାୟୀ, ତାକୁ ନେଇ ବିଭିନ୍ନ ସ୍ତରରେ ଚାଲିଛି ଘଣ୍ଟାଚକଟା । ସେପଟେ ରିଲେ ରୁମ୍ କିମ୍ବା କଣ୍ଟ୍ରୋଲ ରୁମରୁ ସିଗନାଲ ଟାଂପରିଂ ହୋଇ ପାରିବ ବୋଲି ରେଳ ବିଶେଷଜ୍ଞ ମତ ଦେଇଛନ୍ତି। ଏବେ ସିବିଆଇ ଓ ରେଲ୍ ସେଫ୍ଟଟି କମିଶନରଙ୍କ ତଦନ୍ତରେ ଦୁର୍ଘଟଣାର କାରଣ କ’ଣ ପଦାକୁ ଆସୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

  • Reported by:
  • HARIHARA CHAND , KAPILENDRA PRADHAN