• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାହାନଗା ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଲେଶ୍ୱର ସହରର ନିଳିଆବଗର ମାନିକଲାଲ୍ ତିଓ୍ୱାରୀ । ସେହିଦିନ କରମଣ୍ଡଳ ଏକ୍ସପ୍ରେସରେ ସେ କଟକ ଯାଉଥିଲେ । ଏସ-୧ ବଗିରେ ବସିଥିଲେ ମାନିକଲାଲ । ନୀଳଗିରି ରୋଡ ଟପିବା ପରେ କରମଣ୍ଡଳର ସ୍ପିଡ୍ ଓ ଗାଡିର ଗତିରୁ ବିପଦ ବାରିପାରିଥିବା ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: କେତେ ଖୋଜା ଖୋଜି ପରେ ପାଇଲେ ପୁଅକୁ, ହେଲେ ସେ ଏବେ...

ତାଙ୍କ ଆଗରେ ବସିଥିବା ସ୍ୱାମୀ ସ୍ତ୍ରୀ ଭଦ୍ରକରେ ଓହ୍ଲାଇଥାନ୍ତେ । ସ୍ୱାମୀ ଆଗରୁ ଲଗେଜ କାଢି ସାରିଥାନ୍ତି । ଆଉ ସ୍ତ୍ରୀ ତାଙ୍କ ଆଗ ସିଟରେ ବସିଥାନ୍ତି । ଏହି ସମୟରେ ଘଟିଲା ଭୟଙ୍କର ଦୃର୍ଘଟଣା । ସେହି ଦୃର୍ଘଟଣାରେ ଲଗେଜ କାଢି ଛିଡା ହୋଇଥିବା ସ୍ୱାମୀଙ୍କର ତାଙ୍କ ଆଗରେ ମୃତ୍ୟୁ ଘଟିଥିବା ସେ ଦେଖିଥିଲେ । ହେଲେ ତାଙ୍କ ସ୍ତ୍ରୀ ସିଟରେ ବସି ଏକ ରଡକୁ ମାଡି ବସି ଧରିଥିବାରୁ ଅଳ୍ପକେ ବଞ୍ଚିଯାଇଥିଲେ । ମାନିକଙ୍କ ବଗିରେ ଅନେକ ଲୋକ ଚାପି ହୋଇ ମୃତ୍ୟୁବରଣ କରିଥିଲେ । ମାନିକଲାଲଙ୍କ ମୁଣ୍ଡ ଓ ଦେହରେ ଆଘାତ ଲାଗିଥିଲା । ହେଲେ ବଞ୍ଚିଯାଇ ପଦାକୁ ବାହାରିଥିଲେ। ଆଉ କହିଲେ ‘ମୁଁ ପୁନର୍ଜନ୍ମ ପାଇଗଲି’ ।

ଅନେକ ଦୁଃଖ କାହାଣୀ:

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ଏବେ ଏମିତି ମାଳମାଳ ଦୁଃଖଭରା କାହାଣୀ ସାମ୍ନାକୁ ଆସୁଛି । ଯେମିତିକି ଗୋଟେ ବାପାର ଆଖିରୁ ଲୁହ ସୁଖୁନି । ପୁଅକୁ ଖୋଜି ଖୋଜି ଜମା ପାଉନି । ପୁଅ ବଞ୍ଚିଛି କି ମରିଛି କିଛି ଜଣାନାହିଁ । ଆଉ ଗୋଟେ ବାପା ଗଣ୍ଡାଗଣ୍ଡା ଗଳିତ ଶବର ଫଟୋ ଭିତରୁ ନିଜ ଭେଣ୍ଡା ପୁଅର ଚେହେରା ମିଶାଉଛି । କିଏ ତାଙ୍କ ପୁଅ ସେ ଭଲରେ ଚିହ୍ନି ପାରୁନାହାନ୍ତି । ଏବେ ବି ସନ୍ଦେହରେ ।

ଜଣେ କି ଦୁଇ ଜଣ ନୁହେଁ, ବାଲେଶ୍ୱରରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱରର ଏକାଧିକ ହସ୍ପିଟାଲ୍, ସବୁଠି ଏବେ ଆତ୍ମୀୟ ସ୍ୱଜନ ନିଜ ହଜିଲା ମଣିଷଙ୍କୁ ଖୋଜିବାରେ ଲାଗିଛନ୍ତି । କିଏ ବାପାକୁ ଖୋଜୁଛି ତ ଆଉ କିଏ ପୁଅକୁ । କିଏ ମାଆକୁ ଖୋଜୁଛି ତ ଆଉ କିଏ ଝିଅ ଜ୍ୱାଇଁଙ୍କୁ । ତିନି ଚାରି ଦିନ ହେଲାଣି ଯିଏ ଯେଉଁଠିକୁ ବତାଉଛି ସେଠିକୁ ଯାଉଛନ୍ତି । ହେଲେ କିଛି ଖୋଜ ଖବର ପାଉ ନାହାନ୍ତି । ବଡ଼କଥା ହେଲା ଏମାନେ କେହି ଓଡ଼ିଶାର ନୁହଁନ୍ତି ବରଂ ସମସ୍ତେ ବାହାର ରାଜ୍ୟରୁ ଆସିଛନ୍ତି । କିଏ ପଶ୍ଚିମବଙ୍ଗରୁ ତ ଆଉ କିଏ ଝାଡଖଣ୍ଡରୁ, ଏମିତି କି ପଡୋଶୀ ଦେଶ ନେପାଳରୁ କାଲିଠାରୁ ଆସି ନିଜ ଭାଇ ଓ ଭଉଣୀଙ୍କୁ ଜଣେ ମହିଳା ଖୋଜି ଚାଲିଛନ୍ତି.. ହେଲେ ପାଉ ନାହାନ୍ତିି।