• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଦୁର୍ଘଟଣାର ଅଢ଼େଇ ଘଣ୍ଟା ପୂର୍ବରୁ ମା’କୁ ଫୋନ୍ କରିଥିଲା । ହାୱଡ଼ାରେ ପହଞ୍ଚିଲେ କଥା ହେବି କହି ଫୋନ୍ ରଖିଦେଲା । ଆଉ ତା’ ପର ଠାରୁ ପୁଅର କୌଣସି ଖୋଜଖବର ନାହିଁ ।’ ପଶ୍ଚିମବଙ୍ଗ କୁଶବିହାର ଜିଲ୍ଲାର ଜଣେ ଲୋକ ଢ଼ଳ ଢ଼ଳ ଆଖିରେ ହାତରେ ପୁଅର ଫଟୋ ଧରି ହସ୍ପିଟାଲରେ ଲାଗିଥିବା ମୃତକଙ୍କ ଫଟୋ ସହ ମିଳାଉଛନ୍ତି । ସତରେ କେତେ କରୁଣ ସେ ଦୃଶ୍ୟ । ମୃତ୍ୟୁ ହୋଇଥିବା ଜାଣିବି ପାଗଳ ପରି ପୁଅକୁ ଖୋଜୁଛନ୍ତି । ଶେଷ ଥର ପାଇଁ ହେଲେ ବି ଥରୁଟିଏ ତାକୁ କୋଳେଇ ମନଭରି କାନ୍ଦିବା ପାଇଁ ଚାହୁଁଛନ୍ତି ।

ଭୟଙ୍କର କରମଣ୍ଡଳ ଦୁର୍ଘଟଣା ତାଙ୍କ ହସଖୁସିର ସଂସାରକୁ ଶୋକର ସାଗରରେ ଭସେଇ ଦେଇଛି । ମୃତ୍ୟୁର କୋଳରେ ନିଶ୍ଚିହ୍ନ ହୋଇଯାଇଛି ପୁଅ । ଦୁର୍ଘଟଣାକୁ ଚାରି ଦିନ ବିତି ଯାଇଥିବା ବେଳେ ମୃତକଙ୍କ ଶବ ଚିହ୍ନିବା କଷ୍ଟକର ହୋଇପଡ଼ୁଛି । ଆଉ ଏଥିପାଇଁ ପୁଅକୁ ଚିହ୍ନିବା ପାଇଁ କଷ୍ଟକର ହୋଇପଡ଼ୁଛି । ହେଲେ ମୃତଦେହ ନଦେଖିବା ପର୍ଯ୍ୟନ୍ତ ମୁଁ କିଛି କହିପାରିବି ନାହିଁ ବୋଲି କରୁଣ ସ୍ୱରରେ କହିଛନ୍ତି ବ୍ୟକ୍ତି ଜଣକ ।

ତାଙ୍କ ପୁଅ ବିପୁଳ ରାୟ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ । ତିନୋଟି ପିଲାଙ୍କ ମଧ୍ୟରୁ ବିପୁଳ ସବୁଠାରୁ ବଡ଼ । ପଡ଼ିଶା ଘରର ଜଣ ଲୋକଙ୍କ ସହ ମିଶି କାମ ପାଇଁ ବାହାରିଥିଲେ । ଅନ୍ୟ ଜଣକ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୌଭାଗ୍ୟବଶତଃ ସେ ବଞ୍ଚିଯାଇଛନ୍ତି । ସେମାନେ ଗୋଟିଏ ଡବାରେ ଗୋଟିଏ ସିଟ୍‌ରେ ବସିଥିଲେ । ହେଲେ ଏବେ ପୁଅକୁ ଖୋଜି ପାଉନାହାନ୍ତି କୁଶବିହାର ଜିଲ୍ଲାର ଏହି ବ୍ୟକ୍ତି ।

ବାହାନଗା ଟ୍ରେନ୍ ଟ୍ରାଜେଡି ସବୁଦିନ ପାଇଁ ସମସ୍ତଙ୍କ ମନରେ ଏକ ଅଭୁଲା ବେଦନା ଛାଡ଼ି ଯାଇଛି । ନିଜ ପ୍ରିୟ ପରିଜନଙ୍କୁ ହରାଇଛନ୍ତି ଲୋକେ । ଏକରେ ସେମାନଙ୍କୁ ହରାଇବାର ଦୁଃଖ, ସେଥିରେ ପୁଣି ବହୁ ଲୋକଙ୍କର କିଛି ଖୋଜ ଖବର ମିଳୁନି । ସେମାନଙ୍କ ସଂପର୍କୀୟ ଜୀବିତ ଅଛନ୍ତି, କେଉଁଠି ଚିକିତ୍ସିତ ହେଉଛନ୍ତି, ଯଦି ମୃତ-ତେବେ କେଉଁଠି ଅଛି ମୃତଦେହ, ଖୋଜି ଖୋଜି ନୟାନ୍ତ । ବହୁ ମୃତଦେହ ଭୁବନେଶ୍ୱର ଏମ୍ସରେ ରଖାଯାଉଛି । ହସପିଟାଲ ଓ ପରିବାର ଲୋକଙ୍କ ସହିତ ମିଶି ମୃତଦେହ ଚିହ୍ନଟ କରିବାରେ ଦିନ ରାତି ସହଯୋଗ କରୁଛନ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ।